ସରକାର ଫେରସ୍ତ କରିଛନ୍ତି ୩୬ ହଜାର କୋଟି ଟଙ୍କା, ଏମିତି ଭାବରେ ଷ୍ଟାଟସ ଚେକ୍‌ କରନ୍ତୁ

ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ଚଳିତ ବର୍ଷ ପାଖାପାଖି ଦେଶର ୯୯ ଲକ୍ଷ ଲୋକଙ୍କର ଟଙ୍କା ଫେରାଇଛି । ୧.୧୫ କୋଟି ଟଙ୍କାରୁ ଅଧିକ ଟ୍ୟାକ୍ସ ରିଫଣ୍ଡ କରିଛି । ଆୟକର ବିଭାଗ ଟ୍ୱିଟ୍ କରି କହିଛି କି କେନ୍ଦ୍ରୀୟ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ୯୮.୯୦ ଲକ୍ଷରୁ ଅଧିକ ଟିକସଦାତାଙ୍କୁ ୧ ଲକ୍ଷ ୧୫ ହଜାର ୯୧୭ କୋଟିରୁ ଅଧିକ ଟଙ୍କା ଫେରସ୍ତ କରିଛି।

ମୋଟ ୯୭ ଲକ୍ଷ ୧୨ ହଜାର ୯୧୧ ମାମଲାରେ ୩୬ ହଜାର କୋଟି ଟଙ୍କାର ଆୟକର ଫେରସ୍ତ କରାଯାଇଛି। ସେହିପରି ୧ ଲକ୍ଷ ୭୭ ହଜାର ୧୮୪ଟି ମାମଲାରେ ୭୯ ହଜାର ୯୧୭ କୋଟି ଟଙ୍କାର କର୍ପୋରେଟ୍ ଟ୍ୟାକ୍ସ ଫେରସ୍ତ ହୋଇଛି । ଏଥିରେ ଆସେସମେଣ୍ଟ ଇୟର ବା ମୂଲ୍ୟାଙ୍କନ ବର୍ଷ ୨୦୨୧ରୁ ୨୦୨୨ର ୬୫. ୩୨ ଲକ୍ଷର ରିଫଣ୍ଡ ମଧ୍ୟ ସାମିଲ ଅଛି । ଯାହାର ପରିମାଣ ହେଉଛି୧୨ ଲକ୍ଷ ୬୧୬ .୭୯ କୋଟି ଟଙ୍କା । ଆୟକର ବିଭାଗ ଦ୍ୱାରା ଏ ନେଇ ସବିଶେଷ ତଥ୍ୟ ଦିଆଯାଇଛି ।

ଆୟକର ବିଭାଗ ଟିକସଦାତାମାନଙ୍କୁ ଶୀଘ୍ର ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ଅନୁରୋଧ କରିଛି। ଯଦି ଆପଣ ରିଟର୍ନ ଫାଇଲ୍‌ କରିଛନ୍ତି ତେବେ ରିଫଣ୍ଡ ଆସିଛି ନା ନାହିଁ ଏହା ଜାଣିବା ପାଇଁ ଆପଣ ଇ-ଫାଇଲିଙ୍ଗ ପୋର୍ଟାଲ କିମ୍ବା ଏନ.ଏସ.ଡି.ଏଲ ବା ନ୍ୟାସ୍ନାଲ ସିକ୍ୟୁରିଟିଜ ଡିପୋଜିଟର ଲିମିଟେଡ େଓ୍ଵଓ୍ଵବସାଇଟରେ ଯାଇ ଅତି ସହଜରେ ଚେକ କରିପାରିବେ ।

ତେବେ ଆପଣଙ୍କୁ ଷ୍ଟାଟସ ଚେକ କରିବା ପାଇଁ ହେଲେ ଆୟକର ବିଭାଗ ବା ଇନକମ ଟାକ୍ସ ବିଭାଗର େଓ୍ଵବ ସାଇଟକୁ ଯିବା ପାଇଁ ପଡିବ ।

-ପ୍ରଥମେ ଆୟକର ବିଭାଗର ନୂଆ ସାଇଟ www.incometax.gov.in କୁ ଯାଆନ୍ତୁ ।

-ଏହାପରେ ନିଜର ୟୁଜର ଆଇଡି ଓ ପାସଓ୍ଵାର୍ଡ ଦେଇ ଲଗ ଇନ କରନ୍ତୁ । ଲଗ ଇନ କରିବା ପରେ ଇ–ଫାଇଲକୁ ଯାଇ ଇନକମ ଟାକ୍ସ ରିଟର୍ଣ୍ଣ ଚୟନ କରନ୍ତୁ ।
-ଏହାପରେ ଭ୍ୟୁ ଫିଲ୍ଡ ରିଟର୍ଣ୍ଣ ଉପରେ କ୍ଲିକ କରନ୍ତୁ ।

-ଆପଣ ଯେତେ ରିଟର୍ଣ୍ଣ ଫାଇଲ କରିଛନ୍ତି ତାହା ଭ୍ୟୁଜ୍ ଫାଇଲ୍‌ଡ ରିଟର୍ଣ୍ଣରେ ଦେଖାଯିବ ।
-ଏଥିରେ ରିଫଣ୍ଡ ଜାରି କରିବାର ତାରିଖ, ରିଫଣ୍ଡ ହୋଇଥିବା ଟଙ୍କା ଓ ଚଳିତ ବର୍ଷର ରହି ଯାଇଥିବା ଟଙ୍କା ରିଫଣ୍ଡର କ୍ଲିୟରିଙ୍ଗ ତାରିଖ ମଧ୍ୟ ଦେଖି ପାରିବେ ।

ତେବେ ଖାଲି ସେତିକି ନୁହେଁ ଆପଣ NSDL ସାଇଟକୁ ଯାଇ ମଧ୍ୟ ଚେକ କରିପାରିବେ ।
-ଏଥିପାଇଁ ପ୍ରଥମେ ଆପଣଙ୍କୁ ନ୍ୟାସନାଲ ସିକ୍ୟୁରିଟିଜ ଡିପୋଜିଟର ଲିମିଟେଡ େଓ୍ଵଓ୍ଵବସାଇଟକୁ ଯିବା ପାଇଁ ପଡିବ ।
-ପାନ୍‌ କାର୍ଡ଼ର ଡାଟା ବା ବିବରଣୀ ପୁରଣ କରିବା ପରେ ଆସେସମେଣ୍ଟ ଇୟର ବକ୍ସ ଉପରେ କ୍ଲିକ କରିବେ । ଯାହାର ରିଫଣ୍ଡ ଆପଣ ଦେଖିବାକୁ ଚାହୁଁଛନ୍ତି ତାହା ଦେଖାଯିବ ।
-ଏହାପରେ କ୍ୟାପଚା ଦେଇ ସବମିଟ କରନ୍ତୁ ।

ଶେଷରେ ରିଫଣ୍ଡର ଷ୍ଟାଟସ ଆଧାର ଉପରେ ଆପଣଙ୍କର ସ୍କ୍ରିନରେ ଏକ ମେସେଜ ଆସିବ । ଆଉ ଆପଣ ନିଜ ରିଫଣ୍ଡ ଆଦି ବିଷୟରେ ଜାଣି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.