ଆଜି ପ୍ରକାଶ ପାଇବ CBSE ଦ୍ୱାଦଶ ଶ୍ରେଣୀ ଟର୍ମ-୧ ର ରେଜଲ୍ଟ , କେମିତି ଚେକ କରିବେ ଜାଣନ୍ତୁ

ଆଜି ସନ୍ଧ୍ୟାରେ ସିବିଏସସି ଦ୍ୱାଦଶ ଶ୍ରେଣୀ ଟର୍ମ 1ର ରେଜଲ୍ଟ ଘୋଷଣା କରିବା ନେଇ ଯୋଜନା ରହିଛି । ରିପୋର୍ଟ ଅନୁଯାୟୀ ଏହି ପରୀକ୍ଷା ଫଳ ବୋର୍ଡର ଅଫିସିଆଲ ୱେବସାଇଟ cbseresults.nic.in ରେ ପ୍ରକାଶିତ ହେବ । ଅଥବା ପରୀକ୍ଷା ଫଳ cbse .gov .in କିମ୍ବା results .digilocker .gov .in କିମ୍ବା www.digilocker.gov .in କୁ ଯାଇ ଚେକ କରିପାରିବେ ।
ଜାଣନ୍ତୁ କେମିତି କରିବେ ଚେକ:
– ପ୍ରଥମେ ସିବିଏସସିର ଅଫିସିଆଲ ୱେବସାଈଟ cbseresults .nic .in କୁ ଯାଆନ୍ତୁ ।
– ଏବେ ସେଠି CBSE Term 1 result ଉପରେ କ୍ଲିକ କରନ୍ତୁ
– ଏବେ ନିଜ ସମ୍ବନ୍ଧୀୟ କିମ୍ବା ପଚରା ଯାଇଥିବା ତଥ୍ୟ ଗୁଡିକୁ ଦିଅନ୍ତୁ ।
– ଖୁବ କମ ସମୟ ଭିତରେ ପରୀକ୍ଷା ଫଳ ସ୍କ୍ରିନରେ ପ୍ରକାଶିତ ହେବ ।