ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଖାଲିପଡିଛି ୨୫୦ ମ୍ୟାନେଜର ପଦବୀ, ଗ୍ରାଜୁଏସନ କରିଥିବା ଜରୁରୀ

ବ୍ୟାଙ୍କ ଚାକିରି ପାଇଁ ପ୍ରସ୍ତୁତ ହେଉଥିଲେ ଆପଣଙ୍କ ପାଇଁ ଖୁସି ଖବର । ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଅନେକ ପଦବୀ ଖାଲିପଡିଛି । ଇଚ୍ଛୁକ ପ୍ରାର୍ଥୀ ଏହି ଫର୍ମ ପୂରଣ କରି ଆବେଦନ ଜଲଦି କରନ୍ତୁ । ସେଣ୍ଟ୍ରାଲ ବ୍ୟାଙ୍କରେ ଏହି ଭର୍ତ୍ତି ଚିଫ ମ୍ୟାନେଜର ସ୍କେଲ IV ଏବଂ ସିନିଅର ମ୍ୟାନେଜର ସ୍କେଲ –III ପଦବୀରେ ନିଯୁକ୍ତି କରାଯିବ। ଏହି ଭର୍ତ୍ତି ପ୍ରକ୍ରିୟାରେ ଯୋଗ୍ୟ ପ୍ରାର୍ଥୀ ଅନଲାଇନ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୨୫୦

ଚିଫ ମ୍ୟାନେଜର ସ୍କେଲ IV: ୫୦

ସିନିଅର ମ୍ୟାନେଜର ସ୍କେଲ III : ୨୦୦

ଜରୁରୀ ତାରିଖ : ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଭର୍ତ୍ତି ପାଇଁ ପ୍ରାର୍ଥୀ ୧୧ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ବ୍ୟାଙ୍କର ଅଫିସିଆଲ େଓ୍ଵବସାଇଟ୍‌centralbankofindia.co.in କୁ ଯାଇ ଆବେଦନ କରିପାରିବେ ।

ବୟସ ସୀମା : ଚିଫ ମ୍ୟାନେଜର ପଦବୀ ପାଇଁ ପ୍ରାର୍ଥୀଙ୍କ ବୟସ ୪୦ ବର୍ଷ ହୋଇଥିବା ବେଳେ ସିନିୟର ମ୍ୟାନେଜର ପୋଷ୍ଟ ପାଇଁ ୩୫ ବର୍ଷ ସମୟ ସୀମା ଧାର୍ଯ୍ୟ କରାଯାଇଛି । ରିଜର୍ଭ ବର୍ଗଙ୍କ ପାଇଁ ବୟସ ସୀମାରେ ଛୁଟ୍‌ ମିଳିବ ।

ଶିକ୍ଷାଗତ ଯୋଗ୍ୟତା : ଏହି ଭର୍ତ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ୟୁନିଭରସିଟିରୁ କୌଣସି ବିଷୟରେ ସ୍ନାତକ କରିଥିବା ଜରୁରୀ ।
CAIIB କିମ୍ବା ଉଚ୍ଚତମ ଶିକ୍ଷା ହାସଲ କରିଥିବା ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦିଆଯିବ ।

ଆବେଦନ ଶୁଳ୍କ : ଏହି ଭର୍ତ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ୮୫୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ଦେବ । ଅନୁସୂଚିତ ଜାତି/ଜନଜାତି, ପିଡବ୍ଲୁଡି ଏବଂ ମହିଳା ପ୍ରାର୍ଥୀ କୌଣସି ଶୁଳ୍କ ଦେବାକୁ ହେବନି ।

ଚୟନ ପ୍ରକ୍ରିୟା : ସେଣ୍ଟ୍ରାଲ ବ୍ୟାଙ୍କ ଭର୍ତ୍ତି ପାଇଁ ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ଆଧାରରେ କରାଯିବ। ଅନଲାଇନ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ମାର୍ଚ୍ଚ ୨୦୨୩ରେ ଆୟୋଜିତ ହେବ ।

କେମିତି କରିବେ ଆବେଦନ :

ପ୍ରାର୍ଥୀ ପ୍ରଥମେ ଅଫିସିଆଲ ୱେବସାଇଟ୍‌ centralbankofindi.co.in ଯାଆନ୍ତୁ ।

ହୋମ ପେଜରେ ରିକ୍ୟୁଟମେଣ୍ଟଯ ଅପସନ ଉପରେ କ୍ଲିକ୍‌ କରନ୍ତୁ ।

ଚିଫ ମ୍ୟାନେଜର ଏବଂ ସିନିଅର ମ୍ୟାନେଜର ଭର୍ତ୍ତି ଅଧିନରେ ଆବେଦନ କରିବାର ଲିଙ୍କ ଉପରେ କ୍ଲିକ୍‌ କରନ୍ତୁ ।

ଏହାପରେ ରେଜିଷ୍ଟ୍ରେସନ କରନ୍ତୁ । ଆବେଦନ ପ୍ରକ୍ରିୟା ପୂରଣ କରନ୍ତୁ।

ନିଜର ସମସ୍ତ ବିବରଣୀ, ଡକ୍ୟୁମେଣ୍ଟ ଅପଲୋଡ କରିବା ପରେ ଆବେଦନ ଶୁଳ୍କ ଭରନ୍ତୁ ।

ଫର୍ମ ପୂରଣ କରିବା ପରେ ଏକ ପ୍ରିଣ୍ଟ ଆଉଟ୍‌ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

centralbankofindi.co.in

https://www.centralbankofindia.co.in/en/recruitments

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.