Central Bank ରେ ଖାଲିପଡିଛି ସ୍ପେଶାଲିଷ୍ଟ ଅଫିସର(SO) ପଦବୀ, ମାସକୁ ଦରମା ଲକ୍ଷେରୁ ଅଧିକ

ବ୍ୟାଙ୍କ ଚାକିରି ଖୋଜୁଛନ୍ତି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଖାଲିପଡିଛି ସ୍ପେଶାଲିଷ୍ଟ ଅଫିସର ପଦବୀ। ଯଦି ଆପଣଙ୍କର ନୋଟିଫିକେସନ ଅନୁଯାୟୀ ଶିକ୍ଷାଗତ ଯୋଗ୍ୟତା ରହିଛି, ତେବେ ଜଲଦି କରନ୍ତୁ ଆବେଦନ। ଏଠାରେ ଇକୋନୋମିଷ୍ଟ, ଡାଟାଏଣ୍ଟ୍ରି ଅପରେଟର, ଆଇଟି, ଲ ଅଫିସର, ସିକ୍ୟୁରିଟି ସମେତ ଅନେକ ପଦବୀ ପାଇଁ ନୋଟିଫିକେସନ ଜାରି କରାଯାଇଛି। ନୋଟିଫିକେସନ ଏବଂ ଆପ୍ଲିକେସନ ଫର୍ମ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ୱେବସାଇଟ୍‌ centralbankofindia.co.in ଜାରି ହୋଇଛି।

ପଦବୀ ବିବରଣୀ: ୧୧୫

ଇକୋନୋମିଷ୍ଟ: ୧

ଇନକମ ଟ୍ୟାକ୍ସ ଅଫିସର: ୧

ଇନଫର୍ମମେସନ ଟେକ୍ନୋଲୋଜି: ୧

ଡାଟା ସାଇଣ୍ଟିଷ୍ଟ:୧

କ୍ରେଡିଟ୍‌ ଅଫିସର:୧୦

ଡାଟା ଇଂଜିନିୟର: ୧୧

ଆଇଟି ସିକ୍ୟୁରିଟି ଆନାଲିଷ୍ଟ: ୧

ଆଇଟି ଏସଓସି ଆନାଲିଷ୍ଟ: ୨

ରିସ୍କ ମ୍ୟାନେଜର: ୫

ଟେକ୍ନିକାଲ ଅଫିସର: ୫

ଫାଇନାନ୍ସିଆଲ ଆନାଲିଷ୍ଟ: ୨୦

ଆଇଟି (ସ୍କେଲ ୨): ୧୫

ଲ ଅଫିସର: ୨୦

ରିସ୍କ ମ୍ୟାନେଜର (ସ୍କେଲ ୨): ୧୦

ସିକ୍ୟୁରିଟି(ସ୍କେଲ ୨): ୩

ସିକ୍ୟୁରିଟି(ସ୍କେଲ ୧): ୯

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୧୭ ଡିସେମ୍ବର ରହିଛି।

ଦରମା: ଏହିସବୁ ପଦବୀ ପାଇଁ ମାସକୁ ୬୩,୮୪୦ ଟଙ୍କାରୁ ଆରମ୍ଭ କରି ୧,୦୦,୩୫୦ ପର୍ଯ୍ୟନ୍ତ ପେ ସ୍କେଲ ଅନୁସାରେ ମାସିକ ଦରମା ମିଳିବ। ଭିନ୍ନ ଭିନ୍ନ ପଦବୀ ପାଇଁ ଭିନ୍ନ ଦରମା ମିଳିବ।

ଶିକ୍ଷାଗତ ଯୋଗ୍ୟତା: ଭିନ୍ନ ଭିନ୍ନ ପଦବୀ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ଅଲଗା ଅଲଗା ନିର୍ଦ୍ଧାରଣ କରାଯାଇଛି।

ବୟସ ସୀମା: ପ୍ରାର୍ଥୀଙ୍କ ସର୍ବନିମ୍ନ ଯୋଗ୍ୟତା ୨୦ ବର୍ଷରୁ ଆରମ୍ଭ କରି ସର୍ବାଧିକ ୪୫ ବର୍ଷ ପର୍ଯ୍ୟନ୍ତ ରହିଛି। ଅଧିକ ଜାଣିବା ପାଇଁ ଦିଆଯାଇଥିବା ନୋଟିଫିକେସନ ଲିଙ୍କରେ କ୍ଲିକ କରି ପାଇପାରିବେ।

କେମିତି କରିବେ ଆବେଦନ:

ଏହି ଖାଲିପଡିଥିବା ପଦବୀ ପାଇଁ ବ୍ୟାଙ୍କର ୱେବସାଇଟ centralbankofindia.co.in କୁ ଯାଇ ଅନଲାଇନ ଆବେଦନ ଫର୍ମ ପୂରଣ କରନ୍ତୁ। ଆପ୍ଲିକେସନ ଫର୍ମ ଲିଙ୍କକୁ ୩୨ ନଭେମ୍ବରରୁ ଆକ୍ଟିଭ କରାଯାଇଛି।

ଆବେଦନ ଶୁଳ୍କ: ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଆବେଦନ ଶୁଳ୍କ ୧୭୫ ଟଙ୍କା ରହିଛି। ଆଉ ଅନ୍ୟ ସମସ୍ତଙ୍କ ପାଇଁ ୮୫୦ ଟଙ୍କା ରହିଛି। ଆବେଦନ ଶୁଳ୍କ ଅନଲାଇନ ଜରିଆରେ କରିବାକୁ ହେବ।

ଚୟନ ପ୍ରକ୍ରିୟା: ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ସ୍ପେଶାଲିଷ୍ଟ ଅଫିସର ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ଅନଲାଇନ ଟେଷ୍ଟ ଏବଂ ଇଣ୍ଟରଭ୍ୟୁ ଆଧାରରେ କରାଯିବ। ପରୀକ୍ଷା ୨୨ ଜାନୁଆରୀ ୨୦୨୨ରେ ଆୟୋଜିତ କରାଯିବ। ପରୀକ୍ଷାରେ ସଫଳ ହେବା ପରେ ପ୍ରାର୍ଥୀଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯିବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:

https://www.centralbankofindia.co.in/sites/default/files/2021-11/Notification_Recruitment_of_Specialist_Officers-2022-23.pdf

https://ibpsonline.ibps.in/cbiosvsnov21/

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.