NHAI ଜାରି କଲା ନୂଆ ଆବେଦନ ପ୍ରକ୍ରିୟା, ସରକାରୀ ଚାକିରି ପାଇଁ ଇଚ୍ଛୁକ ପ୍ରାର୍ଥୀ ଶୀଘ୍ର କରନ୍ତୁ ଆବେଦନ

‘ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ’ର ଉପମହାପ୍ରବନ୍ଧକ ବା ଡିଜିଏମର ୧୨୪ ପଦ ଭରିବା ପାଇଁ ନୋଟିଫିକେସନ୍‌ ଜାରି କରିଛି ।  ଏହି ପଦ ଗୁଡ଼ିକରୁ ୮୪ ପଦ ପଦୋନ୍ନତି ଆଧାରରେ ପୂର୍ଣ୍ଣ କରିବାକୁ ଥିବା ବେଳେ ବାକି ୪୦ଟି ପଦ ପ୍ରତିନିଯୁକ୍ତି ଅଧାରରେ ହିଁ ଭରାଯିବ ।  ଭର୍ତ୍ତି ପ୍ରକ୍ରିୟା ସଫଳତାର ସହ ସମାପ୍ତ ହେବା ପରେ ଚୟନ କରାଯାଇଥିବା ପ୍ରାର୍ଥୀଙ୍କୁ ଗ୍ରୁପ-ଏ ଗାଜେଟଡ଼ ପଦରେ ନିଯୁକ୍ତି ଦିଆଯିବ ।  କମ୍ପାନୀର ଅଫିସିଆଲ ୱେବସାଇଟ nhai.govt.in ଜରିଆରେ ଲଗଇନ ଜରିଆରେ ଆବେଦନ କରାଯାଇ ପାରିବ ।

NHAI

ଆବେଦନ କରିବାର ଶେଷ ତାରିଖ ୨୦୨୦ ମସିହାର ମାର୍ଚ୍ଚ ୧୧ ତାରିଖ ରଖାଯାଇଛି ।  ଯେବେକି ଆବେଦନ ପ୍ରିଣ୍ଟଆଉଟ ପ୍ରାପ୍ତର ଶେଷ ତାରିଖ ମାର୍ଚ୍ଚ ୨୬ ତାରିଖ ରଖାଯାଇଛି ।  ସିଲେକସନ ପ୍ରକ୍ରିୟା ଶେଷ ପରେ ଆବେଦକ ମାନଙ୍କୁ ମହଙ୍ଗା ଭତ୍ତା, ଯାତ୍ରା ଭତ୍ତା, ଆବାସ ଭଡା ଭତ୍ତା ପରି ଅନ୍ୟ ଭତ୍ତା ଗୁଡିକ ପାଇଁ ୭୮,୮୦୦ ରୁ ୨,୦୯,୨୦୦ ଟଙ୍କା ସମେତ ସପ୍ତମ ସିପିସି ଉପରେ ପେ ମ୍ୟାଟ୍ରିକ୍ସ ସୁବିଧା ମଧ୍ୟ ଦିଆଯାଉଛି ।  ଚୟନ ହୋଇଥିବା ଆବେଦନକାରୀଙ୍କୁ ସପ୍ତମ ବେତନ ଆୟୋଗ ଦ୍ୱାରା ଅନୁବନ୍ଧିତ ଓ କେନ୍ଦ୍ର ଦ୍ୱାରା ଅନୁମୋଦିତ ୭୮,୮୦୦ ଟଙ୍କାର ଆରମ୍ଭିକ ବେତନ ସମେତ ବିଭିନ୍ନ ବେତନ ମାନ ମଧ୍ୟ ମିଳିବ ।

କଣ ରହିଛି ମାନଦଣ୍ଡ:

ସପ୍ତମ ସିପିସି ଯୁକ୍ତ ଏହି ସରକାରୀ ଚାକିରିରେ ଆବେଦନ କରିବ ପାଇଁ ପ୍ରାର୍ଥୀ କୌଣସି ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟ ବା ସଂସ୍ଥାରୁ ସିଭିଲ ଇଂଜିନିୟରିଂରେ ସ୍ନାତକ କରିଥିବା ଆବଶ୍ୟକ ।  ରାଜମାର୍ଗ, ବନ୍ଧ ସମ୍ବନ୍ଧିତ କାର୍ଯ୍ୟ ଗୁଡିକରେ ଅତିକମରେ ୬ ବର୍ଷ ଅନୁଭବ ଥିବା ଆବଶ୍ୟକ | ଅନଲାଇନ କରିବା ପରେ କ୍ୟାଣ୍ଡିଡେଟ ନିଜ ଆପ୍ଲିକେସନର ପ୍ରିଣ୍ଟ ଆଉଟ ବାହାର କରିପାରିବେ ।  ଅନଲାଇନ ଫର୍ମର ପ୍ରିଣ୍ଟ ଆଉଟ ପଠାଇବା ପାଇଁ ଶେଷ ତାରିଖ ମାର୍ଚ୍ଚ ୨୬ ତାରିଖ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.