ବ୍ୟବସାୟ ଓ ଅର୍ଥନୀତି

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, ଜୁଲାଇରୁ ରାତି ଡ୍ୟୁଟିରେ ମିଳିବ ଅଲଗା ଭତ୍ତା

କରୋନା ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ନୂଆ ନିୟମ ଲାଗୁ କରିଛନ୍ତି। ଏହାପାଇଁ ଲକ୍ଷଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଉପକୃତ ହେବେ। କିଛି କେନ୍ଦ୍ରୀୟ କର୍ମଚାରୀ ନିଜର DA ୨ୟ ଥର ପାଇବା ପାଇଁ ଅପେକ୍ଷା କରି ରହିଛନ୍ତି। ଅନ୍ୟପଟେ ରାତିରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଆସିଛି ଖୁସି ଖବର। ଜୁଲାଇରୁ ସେମାନଙ୍କୁ DA, DR ମିଳିବାକୁ ଯାଉଛି।

ନାଇଟ୍‌ ଡ୍ୟୁଟି କରୁଥିବା କର୍ମଚାରୀଙ୍କ ଦରମା ବଢ଼ିଯିବ :

୭ମ ବେତନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଗତ ବର୍ଷ ଏହି ନିୟମ ପାଇଁ ଡିପାର୍ଟମେଣ୍ଟ ଅଫ ପର୍ସନାଲ ଆଣ୍ଡ ଟ୍ରେନିଂ ପକ୍ଷରୁ ସୂଚନା ଜାରି କରାଯାଇଥିଲା। କରୋନା କାଳରେ ଏହା ଲାଗୁ ହୋଇପାରିନଥିଲା; କିନ୍ତୁ ଏବେ ପୁଣି ଥରେ ଏସବୁକୁ ନେଇ ସରକାର ସୂଚନା ଦେଇଛନ୍ତି। ଆସନ୍ତା ଜୁଲାଇ ମାସରୁ ଏହି ନିୟମ ଲାଗୁ କରାଯିବ।

pc: Mint

କେନ୍ଦ୍ରୀୟ କର୍ମଚାରୀଙ୍କୁ ରାତିରେ କାମ କରିବା ପାଇଁ ଗ୍ରେଡ ପେ ଆଧାରରେ ନିୟମ ଲାଗୁ କରାଯିବ। ନୂଆ ବ୍ୟବସ୍ଥା ଦ୍ୱାରା ଏହି କର୍ମଚାରୀଙ୍କୁ ଅନେକ ଫାଇଦା ହେବା ସହ ଦରମା ମଧ୍ୟ ବଢ଼ିବ।

ନାଇଟ୍‌ ଡ୍ୟୁଟିରେ ମିଳିବ ଅଲଗା ଭତ୍ତା :

ରାତିରେ ଡ୍ୟୁଟି କରୁଥିବା କେନ୍ଦ୍ରୀୟ କର୍ମଚାରୀଙ୍କୁ ଆଉ ଗ୍ରେଡ୍‌ ପେ ଆଧାରରେ ନୁହେଁ ଅଲଗା ଭତ୍ତା ଦିଆଯିବ । ପୂର୍ବରୁ ଏହା ବିଶେଷ ଗ୍ରେଡ୍‌ ପେ ଆଧାରରେ ମିଳୁଥିଲା । ନୂଆ ବ୍ୟବସ୍ଥା ଅନୁଯାୟୀ, ନାଇଟ୍‌ ଆଲାଉନ୍ସ ଫଳରେ କର୍ମଚାରୀଙ୍କୁ ଫାଇଦା ମିଳିବା ସହ ଦରମା ମଧ୍ୟ ବଢ଼ିଯିବ ।

ନାଇଟ୍‌ ଡ୍ୟୁଟି ଆଲାଉନ୍ସ କେମିତି ସ୍ଥିର ହେବ :

ରାତି ଡ୍ୟୁଟିରେ ପ୍ରତି ଘଣ୍ଟା ପାଇଁ ୧୦ ମିନିଟର ବଜେଟ୍‌ ଦିଆଯିବ । ସରକାରଙ୍କ ନିୟମ ଅନୁଯାୟୀ ରାତି ୧୦ରୁ ସକାଳ ୬ ଯାଏ କରାଯାଉଥିବା ଡ୍ୟୁଟିକୁ ନାଇଟ୍‌ ଡ୍ୟୁଟି ବୋଲି ମନାଯିବ । ରାତି ଡ୍ୟୁଟି ପାଇଁ ସମୟ ରାତି ୧୦ରୁ ସକାଳ ୬ ସମୟ ରହିଥିବା ବେଳେ କର୍ମଚାରୀଙ୍କ Basic Pay ୪୩,୬୦୦ଟଙ୍କା ପ୍ରତି ମାସରେ ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଏଥିପାଇଁ ସରକାର କ୍ୟାଲକୁଲେସନ ମଧ୍ୟ କରିଛନ୍ତି। ବେସିକ ପେ ଓ ମହଙ୍ଗା ଭତ୍ତାକୁ ମିଶାଇ ଏହାକୁ ୨୦୦(BP+DA/200)ରେ ଭାଗ କଲେ ଯାହା ମିଳିବ। ଏହା ୭ମ ବେତନ ଆୟୋଗ ଦ୍ୱାରା ନିର୍ଦ୍ଧାରିତ କରାଯିବ। କେନ୍ଦ୍ରୀୟ ସ୍ତରରେ ନିୟୋଜିତ ଥିବା ସମସ୍ତ ରାତ୍ରି କର୍ମଚାରୀଙ୍କ ଉପରେ ଏହି ନିୟମ ଲାଗୁ କରାଯିବ ।

KNews Bureau

Recent Posts

ଭୁବନେଶ୍ବରରେ ଆଜି ପୁଣି ଥରେ ବଢିଲା ପେଟ୍ରୋଲ-ଡିଜେଲ ରେଟ୍, ଚେକ୍ କରନ୍ତୁ ନୂଆ ଦର

ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି । ଡିଜେଲ ଦର ୯୨ ଟଙ୍କା ୬୪ ପଇସା…

2 mins ago

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପରେ ଆସିଛି ବୁଥ ବାହୁଡ଼ା ମତ, ଲଗାତାର ତୃତୀୟ ଥର ପାଇଁ ହେଇପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ମୋଦି । ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ…

9 mins ago

ସୁନା ଦର ହେଉଛି ଆକାଶ ଛୁଆଁ , ଜାଣନ୍ତୁ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନାର ଦାମ୍

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

25 mins ago

କରମଣ୍ଡଳ ରେଳ ଦୁର୍ଘଟଣା: ମନେପଡିଲେ ଥରି ଉଠୁଛି ଛାତି, ଟାଙ୍କୁରି ଯାଉଛି ଲୋମ

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାକୁ ଆଜି ପୁରିଛି ବର୍ଷେ । ୨୦୨୩  ଜୁନ୍ ୨ ଶୁକ୍ରବାର, ସମୟ…

45 mins ago

ସରିଲା ୪ର୍ଥ ପର୍ଯ୍ୟାୟ ନିର୍ବାଚନ, ରାଜ୍ୟରେ ମତଦାନ ହାର ୭୦.୬୭% ରହିଛି

ଭୁବନେଶ୍ୱର (କେନ୍ୟୁଜ): ଷ୍ଟ୍ରଙ୍ଗ ରୁମରେ ଇଭିଏମ୍ । ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଇଭିଏମରେ ସିଲ ହୋଇଛି…

1 hour ago

ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା । ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି ।  ପଶ୍ଚିମ ଓଡ଼ିଶାରେ…

1 hour ago