ସୁନା ଉପରେ ୪.୨୫ ପ୍ରତିଶତ ପର୍ଯ୍ୟନ୍ତ କଷ୍ଟମ ଡ୍ୟୁଟି ବଢ଼ାଇଲେ ସରକାର, ପେଟ୍ରୋଲ ଓ ଡିଜେଲ ଉପରେ ବି ଅଧିକ ଦେବାକୁ ହେବ କର

କେନ୍ଦ୍ର ସରକାରଙ୍କ ତରଫରୁ ଗୁରୁବାର ସୁନା ଉପରେ କଷ୍ଟମ ଡ୍ୟୁଟି ୪.୨୫ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ସରକାରଙ୍କ ଏହି ନିଷ୍ପତ୍ତି ପରେ ସୁନା ଉପରେ କଷ୍ଟମ ଡ୍ୟୁଟି ୧୦
.୭୫ ପ୍ରତିଶତରୁ ବଢି ୧୫ ପ୍ରତିଶତରେ ପହଞ୍ଚିଛି । ଏହା ସହ ପେଟ୍ରୋଲ-ଡିଜେଲର କିଣାକିଣି ଉପରେ ଏକ୍ସସାଇଜ ଡ୍ୟୁଟି କୁ ମଧ୍ୟ ବଢ଼ାଇ ଦିଆଯାଇଛି । କଷ୍ଟମ ଡ୍ୟୁଟି ବଢେଇବା ଉପରେ ସରକାରଙ୍କ ପକ୍ଷରୁ ଯୁକ୍ତି ବଢ଼ାଯାଇଛିକି ଏହି ନିଷ୍ପତ୍ତି ଚାଲୁ ଖାତାରେ କ୍ଷୟକ୍ଷତିକୁ କମ କରିବା ପାଇଁ ଉଠାଇ ଦିଆଯାଇଛି । ସରକାରଙ୍କ ତରଫରୁ ପେଟ୍ରୋଲ ଓ ଡିଜେଲ କିଣାକିଣି ଉପରେ ଲିଟର ପ୍ରତି ଯଥାକ୍ରମେ ୬ ଟଙ୍କା ଓ ୧୩ ଟଙ୍କା ପର୍ଯ୍ୟନ୍ତ ଏକ୍ସସାଇଜ ଡ୍ୟୁଟି ଲଗାଯାଇଛି । ଯେବେକି ବିମାନରେ ବ୍ୟବହୃତ ହେଉଥିବା ଇନ୍ଧନ ଅଥବା ଏୟାର ଟରବାଇନ ଫୁଏଲ (ATF) କିଣାକିଣି ଉପରେ ଲିଟର ପ୍ରତି ୬ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ସ୍ପେଶାଲ ଏକ୍ସାଇଜ ଡ୍ୟୁଟି ଲଗାଯାଇଛି । ଏହା ସହ ବଢିଥିବା କଷ୍ଟମ ଡ୍ୟୁଟି ତେଲ ଦର ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।

ଜାରି ହୋଇଥିବା ସୂଚନା ଅନୁଯାୟୀ ସରକାର କଞ୍ଚା ତେଲ ଉପରେ ସେସ ଲଗାଇବା ନେଇ ନିଷ୍ପତ୍ତି ନେଇଛନ୍ତି । ଯାହାକି ଟନ ପ୍ରତି ୨୩ ହଜାର ୨୫୦ ଟଙ୍କା ପ୍ରତି ଟନ ରହିବ । ବିଶେଷଜ୍ଞ ମାନଙ୍କ କହିବା ଅନୁଯାୟୀ ସୁନା ଉପରେ କଷ୍ଟମ ଡ୍ୟୁଟି ବଢିବାର ସିଧା ସଳଖ ପ୍ରଭାବ ଗ୍ରାହକଙ୍କ ପକେଟ ଉପରେ ପଡିବ । ଏହା ପରେ ବଜାରରେ ଗହଣା ମୂଲ୍ୟରେ ମଧ୍ୟ କିଛିଟା ବୃଦ୍ଧି ଘଟିବ ବୋଲି ଜଣାଯାଇଛି । ଏବେକା ସମୟରେ ସରକାରଙ୍କ ରାଜକୋଷକୁ ଅନେକ କ୍ଷୟକ୍ଷତିର ସାମ୍ନା କରିବାକୁ ହେଉଛି । କଣ୍ଟ୍ରୋଲର ଜେନେରାଲ ଅଫ ଆକାଉଣ୍ଟସଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ମେ ଶେଷ ସୁଦ୍ଧା ୨ ଲକ୍ଷ ୩ ହଜାର ୯୨୧ ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.