କେନ୍ଦ୍ର ସରକାର ଚାଷୀଙ୍କୁ ଦେଉଛନ୍ତି ପୂରା ୧୫ ଲକ୍ଷ ଟଙ୍କା! ଫଟାଫଟ୍‌ କରନ୍ତୁ ଆବେଦନ, ଜାଣନ୍ତୁ ପ୍ରକ୍ରିୟା

ଯଦି ଆପଣ ବି କିସାନ ଯୋଜନାର ଜଣେ ଲାଭାର୍ଥୀ, ତା’ ହେଲେ ଆପଣଙ୍କ ପାଇଁ ରହିଛି ଏକ ଖୁସି ଖବର। ବାସ୍ତବରେ, କେନ୍ଦ୍ର ସରକାର ଚାଷୀମାନଙ୍କ ଆୟ ବୃଦ୍ଧି ଏବଂ ସେମାନଙ୍କ ଋଣ ପରିଶୋଧ ପାଇଁ ଲଗାତାର ଚେଷ୍ଟା କରି ଆସୁଛନ୍ତି। ଏବେ ସରକାର ଚାଷୀମାନଙ୍କୁ ନୂଆ କୃଷିଜାତ ବ୍ୟବସାୟ ଆରମ୍ଭ କରିବା ପାଇଁ ୧୫ ଲକ୍ଷ ଟଙ୍କା ଉପଲବ୍ଧ କରାଉଛନ୍ତି। ଆସନ୍ତୁ ଜାଣିବା, ଆପଣ କେମିତି ଏହି ଯୋଜନାର ଲାଭ ଉଠାଇ ପାରିବେ।

ଚାଷୀମାନଙ୍କ ଆର୍ଥିକ ସହାୟତା ପାଇଁ ସରକାର ‘ପିଏମ୍‌ କିସାନ ଏଫ୍‌ପିଓ’ ସ୍କିମ୍‌ ଆରମ୍ଭ କରିଛନ୍ତି। ଏହି ସ୍କିମ୍‌ ଅଧୀନରେ ଫାର୍ମର୍ସ ପ୍ରଡ୍ୟୁସର ଅର୍ଗାନାଇଜେସନକୁ ୧୫ ଲକ୍ଷ ଟଙ୍କା ଦିଆଯିବ। ସରକାର ସାରା ଦେଶର ଚାଷୀମାନଙ୍କୁ ନୂଆ କୃଷି ବିଜନେସ୍‌ ଆରମ୍ଭ କରିବା ପାଇଁ ବିତ୍ତୀୟ ସହାୟତା ଯୋଗାଇ ଦେବେ। ଏହି ଯୋଜନାର ଲାଭ ପାଇବା ପାଇଁ ୧୧ ଜଣ ଚାଷୀଙ୍କୁ ମିଶି ଏକ ଅର୍ଗାନାଇଜେସନ କିମ୍ବା କମ୍ପାନୀ ତିଆରି କରିବାକୁ ହେବ। ଏହାଦ୍ୱାରା ଚାଷୀମାନଙ୍କୁ କୃଷି ସମ୍ବନ୍ଧୀୟ ଉପକରଣ ଯେମିତି କି, ସାର, ଏବଂ ଔଷଧ ଆଦି କରିବାରେ ବହୁତ ସହଜ ହୋଇପାରିବ।

ଏମିତି କରନ୍ତୁ ଆବେଦନ

-ପ୍ରଥମେ ଜାତୀୟ କୃଷି ବଜାରର ଅଫିସିଆଲ୍ ୱେବସାଇଟକୁ ଯାଆନ୍ତୁ।

-ଏବେ ଆପଣଙ୍କ ସାମ୍ନାରେ ହୋମ୍‌ପେଜ ଖୋଲିବ।

-ହୋମ୍‌ପେଜରେ FPOର ବିକଳ୍ପ ଉପରେ କ୍ଲିକ୍ କରନ୍ତୁ।

-ବର୍ତ୍ତମାନ ଆପଣ ‘ରେଜିଷ୍ଟ୍ରେସନ’ର ବିକଳ୍ପ ଉପରେ କ୍ଲିକ୍ କରନ୍ତୁ।

-ଏବେ ଆପଣଙ୍କ ସାମ୍ନାରେ ରେଜିଷ୍ଟ୍ରେସନ ଫର୍ମ ଖୋଲିବ।

-ଆପଣ ଫର୍ମରେ ମଗା ଯାଇଥିବା ସୂଚନା ପୂରଣ କରନ୍ତୁ।

-ଏହାପରେ ଆପଣ ପାସ୍‌ବୁକ କିମ୍ବା କ୍ୟାନ୍ସଲ ଚେକ୍ ଏବଂ ID ପ୍ରୁଫ୍‌କୁ ସ୍କାନ୍‌ କରି ଅପଲୋଡ୍‌ କରନ୍ତୁ।

-ଏବେ ସବମିଟ୍ ଅପସନ ଉପରେ କ୍ଲିକ୍ କରନ୍ତୁ।

ଏମିତି କରନ୍ତୁ ଲଗ୍‌ ଇନ୍‌

-ଯଦି ଆପଣଙ୍କୁ ଲଗ୍‌ ଇନ୍‌ କରିବାର ଅଛି, ତା’ ହେଲେ ପ୍ରଥମେ ଜାତୀୟ କୃଷି ବଜାରର ଅଫିସିଆଲ୍ ୱେବସାଇଟକୁ ଯାଆନ୍ତୁ।

-ଏବେ ଆପଣଙ୍କ ସାମ୍ନାରେ ହୋମ୍‌ପେଜ ଖୋଲିବ।

-ଏହାପରେ ଆପଣ FPOର ବିକଳ୍ପ ଉପରେ କ୍ଲିକ୍ କରନ୍ତୁ।

-ଏବେ ଲଗ୍‌ ଇନ୍‌ର ବିକଳ୍ପ ଉପରେ କ୍ଲିକ୍ କରନ୍ତୁ।

-ଏହାପରେ ଆପଣଙ୍କ ସାମ୍ନାରେ ଲଗ୍‌ ଇନ୍‌ ଫର୍ମ ଖୋଲିବ।

-ଏବେ ଏଥିରେ ୟୁଜରନେମ୍‌ ପାସୱାର୍ଡ ଏବଂ କ୍ୟାପଚା କୋଡ୍ ଦିଅନ୍ତୁ।

-ଏଥି ସହିତ ହିଁ ଆପଣ ଲଗ୍ ଇନ୍ କରିନେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.