ଆଉ ଲକ୍ଷ ଲକ୍ଷ ମଜଦୁର ମାନଙ୍କୁ ଘର ଚଳାଇବା ପାଇଁ ଚିନ୍ତା କରିବାକୁ ପଡ଼ିବନି, ସରକାର ଲଞ୍ଚ କଲେ ନୂଆ ସ୍କିମ

ଦେଶରେ ଥିବା ଲକ୍ଷ ଲକ୍ଷ ମୁଲିଆ ମଜଦୁରଙ୍କ ପାଇଁ ସରକାର ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି । ଏହାଦ୍ୱାରା ଅଣସଂଗଠିତ ମୁଲିଆ ମଜଦୁର ମାନଙ୍କୁ ଯେ କେବଳ ଆର୍ଥିକ ସହାୟତା ମିଳିବ ତାହା ନୁହେଁ, ପ୍ରତି ମାସ ଘର ଚଳାଇବା ନେଇ ସେମାନଙ୍କର ଆଉ ଚିନ୍ତା ରହିବ ନାହିଁ । ଏହି ସ୍କିମ ଟିର ନାଁ “ଡୋନେଟ- ଏ- ପେନ୍ସନ” ରଖାଯାଇଛି । କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରୀ ଭୁପେନ୍ଦ୍ର ଯାଦବଙ୍କ କହିବା ଅନୁଯାୟୀ ପ୍ରଧାନମନ୍ତ୍ରୀ “ଶ୍ରମ ଯୋଗୀ ମାନନ୍ଧାନ” ଯୋଜନା ଅଧୀନରେ “ଡୋନେଟ- ଏ- ପେନ୍ସନ” ସ୍କିମକୁ ଆରମ୍ଭ କରାଯାଇଛି । ସେ ଏହା ମଧ୍ୟ କହିଛନ୍ତିକି ଏହି ସ୍କିମ ମାର୍ଚ୍ଚ ୭ ତାରିଖରେ ଆରମ୍ଭ ହେବାକୁ ଥିବାବେଳେ ଏହା ମାର୍ଚ୍ଚ ୧୩ ତାରିଖ ଯାଏଁ ଚାଲିବ । ଏହା ଜରିଆରେ ଆପଣ ଘରୋଇ କର୍ମଚାରୀ, ଡ୍ରାଇଭର, ଘରୋଇ ଚାକର ସମେତ ଅନ୍ୟ କର୍ମଚାରୀଙ୍କ ଉଦ୍ଦେଶ୍ୟରେ କିଛି ଦାନ କରିପାରିବେ ।

ଏଥିପାଇଁ ଦେଶରେ ଯେଉଁ ଅଣସଂଗଠିତ କ୍ଷେତ୍ର ମାନଙ୍କରେ ଯେଉଁ ଶ୍ରମିକ ମାନେ କାମ କରୁଛନ୍ତି ସେମାନଙ୍କ ପାଇଁ ଇ- ଶ୍ରମ ରେଜିଷ୍ଟ୍ରେସନ ଆରମ୍ଭ ହେବ । କେନ୍ଦ୍ର ମନ୍ତ୍ରୀଙ୍କ କହିବା ଅନୁଯାୟୀ ଏହି ସ୍କିମ ଅଧୀନରେ ଯଦି ଜଣଙ୍କ ବୟସ ୧୮ ରୁ ୪୦ ବର୍ଷ ଭିତରେ ଆଉ ସେ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ତେବେ ତାଙ୍କୁ ୬୬୦ ଟଙ୍କାରୁ ୨୪୦୦ ଟଙ୍କା ଜମା କରିବାକୁ ହେବ । ଆଉ ଟଙ୍କା ଜମା ହେବା ପରେ ତାଙ୍କ ବୟସ ଅନୁଯାୟୀ ୬୦ ବର୍ଷ ପରେ ପ୍ରତିମାସ ୩୦୦୦ ଟଙ୍କା ଆକାରରେ ପେନ୍ସନ ମିଳିବ । ଯାହା ଫଳରେ ବୃଦ୍ଧାବସ୍ଥା ସମୟରେ ସେମାନଙ୍କ ଜୀବନ ଯାପନରେ ସେପରି କୌଣସି ଅସୁବିଧା ହେବ ନାହିଁ ।

ଏହି ସମୟରେ କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରୀ “ଉମଂଗ” ଆପରେ ଇ-ଶ୍ରମ ବାବଦରେ କହିଛନ୍ତି । ଅଣସଂଗଠିତ କ୍ଷେତ୍ର ମାନଙ୍କରେ ୪୦୦
ରୁ ଅଧିକ ବିଭିନ୍ନ ବ୍ୟବସାୟରେ କାମ କରୁଥିବା ପ୍ରାୟ ୨୫ କୋଟିରୁ ଅଧିକ ମଜଦୁର ମାନଙ୍କ ଭବିଷ୍ୟତକୁ ନଜରରେ ଲଗାତାର ଭାବରେ ନିଜ ସରକାରୀ ଯୋଜନା ଗୁଡିକରେ ପରିବର୍ତ୍ତନ ଆଣିଥାନ୍ତି ।

Leave A Reply

Your email address will not be published.