ଚାକିରିଆ ଓ ପେନସନ ଭୋଗୀଙ୍କୁ ମିଳିବ ହୋଲି ଉପହାର, ଖୁବ ଶୀଘ୍ର ବଢ଼ିବ ମହଙ୍ଗା ଭତ୍ତା

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଆସିଲା ବହୁତ ବଡ଼ ଖୁସି ଖବର। କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ସମସ୍ତ କର୍ମଚାରୀ ସମେତ ପେନସନ ଭୋଗୀଙ୍କୁ ହୋଲି ପୂର୍ବରୁ ମିଳିବ ବହୁତ ବଡ଼ ଭେଟି। ହୋଲି ଆରମ୍ଭ ପୂର୍ବରୁ କର୍ମଚାରୀଙ୍କୁ ମହଙ୍ଗା ଭତ୍ତାକୁ ନେଇ ଏକ ବହୁତ ବଡ଼ ଖୁସି ଖବର ମିଳିବାକୁ ଯାଉଛି। ଯଦି ଆପଣ ବି ଏହି ଜୋନ ରେ ଅଛନ୍ତି ତେବେ ନିହାତି ଭାବେ ଆମ ଏ ଜରୁରୀ ଖବରଟିକୁ ଜାଣିନିଅନ୍ତୁ।

କେନ୍ଦ୍ର କର୍ମଚାରୀଙ୍କୁ ଏକ ବଡ଼ ଉପହାର ମିଳିବାକୁ ଯାଉଛି । ଆସନ୍ତା ହୋଲି ପୂର୍ବରୁ କେନ୍ଦ୍ର ସରକାର ଚାକିରିଆ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରିବାର ସମ୍ଭାବନା ରହିଛି । ଏବେ ଯଦି ସରକାର ୪ ପ୍ରତିଶତ ଡିଏ ବୃଦ୍ଧି କରନ୍ତି ତେବେ ଏହାଦ୍ୱାରା ୪୭ ଲକ୍ଷ କର୍ମଚାରୀ ଓ ୬୩ ଲକ୍ଷ ପେନସନଧାରୀ ଉପକୃତ ହେବେ । ସୁଚନା ଅନୁସାରେ ଯଦି ଏବେ ର ପରିସ୍ଥିତିକୁ ଧ୍ୟାନ ଦିଆଯାଏ ଆଉ ଏମିତିରେ ୪% ଡିଏ ବଢ଼େ ତେବେ କେନ୍ଦ୍ର ସରକାରଙ୍କ ୪୭ ଲକ୍ଷ କର୍ମଚାରୀ ଓ ୬୩ ଲକ୍ଷ ପେନସନ ଭୋଗୀଙ୍କୁ ଡିଏ ଓ ଡିଆର ୩୮% ରୁ ବଢ଼ି ୪୧% ମିଳିବ।

ତେବେ କମର୍ଚାରୀ ସଂଗଠନ ଅଧିକାରୀଙ୍କ ମୁତାବକ, ଏଥର ସରକାର ଡିଏ ଓ ଡିଅରନେସ ରିଲିଫ୍ (ଡିଆର) ବୃଦ୍ଧିରେ ବିଳମ୍ବ କରିବେ ନାହିଁ । କିଛି କାରଣକୁ ନେଇ ସରକାର ଚାପରେ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର କରୋନା ସମୟରୁ ଅଟକି ରହିଥିବା ୧୮ ମାସର ଡିଏ ଏରିଅର ପ୍ରଦାନ କରିନାହାନ୍ତି । ଅନ୍ୟପକ୍ଷରେ ପୁରୁଣା ପେନସନ ଲାଗୁ କରିବା ପାଇଁ କେନ୍ଦ୍ର କର୍ମଚାରୀ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛି । ଏପରି ସ୍ଥଳେ କେନ୍ଦ୍ର ସରକାର ଡିଏ ଦର ବୃଦ୍ଧି ଘୋଷଣା କରିବାର ସମ୍ଭାବନା ରହିଛି ।

ବର୍ଷର ଜାନୁଆରୀ ଓ ଜୁଲାଇ ଦୁଇ ମାସରେ ମହଙ୍ଗା ଭତ୍ତା ବୃଦ୍ଧି କରିବାର ନିୟମ ରହିଛି । ମାତ୍ର କିଛି ବର୍ଷ ହେଲା ଭତ୍ତା ଜାରି କ୍ଷେତ୍ରରେ କିଛି ମାସ ବିଳମ୍ବ ହେଉଥିବା ଦେଖାଯାଉଛି । ଗତବର୍ଷ ସେପ୍ଟେମ୍ବର ମାସରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଡିଏ ୩୪ରୁ ୩୮ ପ୍ରତିଶତକୁ ବୃଦ୍ଧି ଘୋଷଣା କରାଯାଇଥିଲା । ସେହିପରି ସେପ୍ଟେମ୍ବର ମାସ ଶେଷରେ ଡିଏ ବଢ଼ିଥିଲା । ଅଲଇଣ୍ଡିଆ କଞ୍ଜ୍ୟୁମର ପ୍ରାଇସ ଇଣ୍ଡେକ୍ସ ଫର ଇଣ୍ଡଷ୍ଟ୍ରିଆଲ ୱାର୍କର୍ସ ଡାଟା ମହଙ୍ଗା ଭତ୍ତାକୁ ଦୃଷ୍ଟିରେ ରଖି ଡିଏ ୫ ପ୍ରତିଶତ ବୃଦ୍ଧି ଆଶା କରାଯାଉଥିଲା । ମାତ୍ର କେନ୍ଦ୍ର ସରକାର ୪% ଡିଏ ବୃଦ୍ଧି କରିଥିଲେ ।

ଏବେ ଯାଏ କିନ୍ତୁ ୧୮ ମାସର ଏରିଅରକୁ ନେଇ କିଛି ବି ଖବର ସାମ୍ନାକୁ ଆସିନାହିଁ। ସେପ୍ଟେମ୍ବରରେ ଯେବେ ଡିଏ ର ଘୋଷଣା କରାଗଲା ସେତେବେଳେ କରୋନା କାଳରେ ଫ୍ରିଜ କରାଯାଇଥିବା ଡିଏ ଓ ଡିଆରର ୧୮ ମାସ ର ଏରିଅର କୁ ଦେବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ କିଛି ବି ଖବର ସାମ୍ନାକୁ ଆସିନଥିଲା। ଏନେଇ କର୍ମଚାରୀଙ୍କ ତରଫରୁ ଅନେକ ଦାବି ରଖାଯାଇଥିଲା। କିନ୍ତୁ ସ୍ଥିତିକୁ ଅନୁଧ୍ୟାନ କରି ଏସବୁ ଖୁବ ଶୀଘ୍ର କର୍ମଚାରୀଙ୍କୁ ଦିଆଯିବାର କୁହାଯାଇଛି।

Leave A Reply

Your email address will not be published.