କମିବ ଖାଇବା ତେଲ ଦର, ଉତ୍ପାଦନକାରୀ ଦ୍ରବ୍ୟର ମୂଲ୍ୟ ଉପରୁ ଶୁଳ୍କ କମାଇବେ କେନ୍ଦ୍ର ସରକାର

କମିବ ଖାଇବା ତେଲ ଦର । ହୁ ହୁ ହୋଇ ବଢୁଥିବା ଦରବୃଦ୍ଧିରେ ଲାଗିବ ରୋକ । ଉପଭୋକ୍ତାଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଖାଇବା ତେଲ ଉତ୍ପାଦନକାରୀ ଦ୍ରବ୍ୟର ମୂଲ୍ୟ ଉପରୁ କମାଇବେ ଉତ୍ପାଦ ଶୁଳ୍କ । ପାମ୍‌, ସୋୟାବିନ, ସୂର୍ଯ୍ୟମୁଖୀ ଆଦି ଦ୍ରବ୍ୟ ଉପରେ ଉତ୍ପାଦ ଶୁଳ୍କକୁ ୩୨.୫ ପ୍ରତିଶତରୁ ୧୭.୫ ପ୍ରତିଶତକୁ କମାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦର ଆସନ୍ତା ବର୍ଷ ମାର୍ଚ୍ଚ ୩୧ପର୍ଯ୍ୟନ୍ତ ଲାଗୁ ହେବ । ଏନେଇ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋଏଲ ଟ୍ଵିଟ ଯୋଗେ ସୂଚନା ଦେଇଛନ୍ତି । ଉତ୍ପାଦ ଶୁଳ୍କ ଅଧିକ ରହିବା ଦ୍ୱାରା ଗତ କିଛି ମାସ ଧରି ଖାଇବା ତେଲ ଦର ସର୍ବାଧିକ ସ୍ତରରେ ପହଞ୍ଚିଛି । ଏହାକୁ ଦୃଷ୍ଟିରେ ଭାରତୀୟ ବଜାରରେ କୃଷି ଭିତ୍ତିଭୂମି ସେସକୁ ୭.୫ପ୍ରତିଶତକୁ କମାଇଛନ୍ତି । ଅଶୋଧିତ ସୋୟାବିନ ଓ ସୂର୍ଯ୍ୟମୁଖୀ ଦର ଉପରେ ସେସକୁ ୫ ପ୍ରତିଶତକୁ କମାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।ଗଲା କିଛି ମାସ ହେବ ଖାଇବା ତେଲ ସମେତ ପେଟ୍ରୋଲିୟମ ତେଲ ଦର ହୁ ହୁ ହୋଇ ବଢ଼ି ଚାଲିଛି । ରୋକ ଲାଗିବାର ନାଁ ହିଁ ନେଉନି । ୫୦ ପ୍ରତିଶତରୁ ଅଧିକ ବଢି ଗଲାଣି ଖାଇବା ତେଲ ଦର । ପୁରା ଭାରତବାସୀ ଯେମିତି ଅସ୍ତବ୍ୟସ୍ତ ହୋଇଗଲେଣି ।

ତେଣୁ ବେଳ ଥାଉ ଥାଉ ଯଦି ଏହାକୁ ନିୟନ୍ତ୍ରଣ ଅଣା ନଯାଏ ତେବେ ପରିସ୍ଥିତିଯେ ଅଣାୟତ୍ତ ହୋଇଯିବ ଏଥିରେ ସନ୍ଦେହ ନାହିଁ । ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା ପରିବର୍ତ୍ତନ ହୋଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୪.୪୪ ଟଙ୍କା ଓ ଡିଜେଲ ଦର ୯୩.୧୭ ଟଙ୍କା ହୋଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୦ ଟଙ୍କା ୪୧ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୧୦୧ ଟଙ୍କା ୦୩ ପଇସା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୫ ଟଙ୍କା ୦୯ ପଇସା ଥିବାବେଳେ ଡିଜେଲ ଦର ୯୬ ଟଙ୍କା ୨୮ ପଇସା ରହିଛି । ଚେନ୍ନାଇରେ ପେଟ୍ରୋଲ ଦର ୧୦୧ ଟଙ୍କା ୮୯ ପଇସା ଥିବା ବେଳେ ଡିଜେଲ ଦାମ ୯୭ ଟଙ୍କା ୬୯ ପଇସା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.