କେନ୍ଦ୍ର ସରକାରଙ୍କ UPSC ଦ୍ୱାରା ୪.୭୫ ଲକ୍ଷ ପଦବୀରେ କରାଯିବ ନିଯୁକ୍ତି, ଏପରି କରନ୍ତୁ ଆବେଦନ

କେନ୍ଦ୍ର ସରକାରଙ୍କ ଅଧୀନରେ ଚାକିରୀ କରିବା ପାଇଁ ସ୍ୱପ୍ନ ଦେଖୁଥିବା ଯୁବପିଢ଼ିଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର UPSC ଅନ୍ତର୍ଗତ ୪.୭୫ ଲକ୍ଷ ପଦବୀରେ ଭର୍ତ୍ତି କରାଇବାକୁ ଯାଉଛନ୍ତି । ଏଥିରେ ଷ୍ଟାଫ ସିଲେକ୍ସନ କମିଶନ (SSC) ଏବଂ RRBS ମଧ୍ୟ ସାମିଲ ରହିଛି ।

UPSC, SSC ଏବଂ ରେଲୱେ ଭର୍ତ୍ତି ବୋର୍ଡ ଜରିଆରେ ୧,୩୪,୭୮୫ ପଦବୀରେ ଭର୍ତ୍ତି କରାଯିବ ବୋଲି ରେଳମନ୍ତ୍ରୀ ପିୟୁଷ ଗୋଏଲ ରାଜ୍ୟସଭାରେ ସୂଚନା ଦେଇଥିଲେ । ତେବେ ଏଥିମଧ୍ୟରୁ UPSCରେ ୪୩୯୯, ରେଲୱେରେ ୧୧୬୩୯୧ ଏବଂ MSCରେ ୧୩୯୯୫ ପଦବୀରେ ଭର୍ତ୍ତି କରାଯିବ । ଏହାସହିତ ଡିଫେନ୍ସରେ ୩୪୧୯୦୭ ଖାଲି ପଦବୀ ଏବଂ ଡାକ ବିଭାଗରେ ୩୪୧୯୦୭ ଖାଲି ପଦବୀରେ ମଧ୍ୟ ଭର୍ତ୍ତି କରାଯିବ । ତେବେ ଏହି ପଦବୀରେ ଆବେଦନ କରିବା ପାଇଁ ଇଛୁକ ପ୍ରାର୍ଥୀମାନେ ବିଭାଗର ଆଧିକାରିକ ୱେବସାଇଟରେ ସମୟ ସମୟରେ ଭିଜିଟ କରନ୍ତୁ ।

केंद्र सरकार यूपीएससी के द्वारा 4.75 लाख पदों पर करेगी भर्तियां, ऐसे करना होगा आवेदन

ଏହାସହିତ HSL ( Hindustan Shipyard Limited ) ମଧ୍ୟ ଅନେକ ପଦବୀ ପାଇଁ ଆବେଦନ କରିଛି । ଏଥିରେ ଡିଜାଇନରଠୁ ନେଇ ଡ୍ରାଇଭର ପଦ ପର୍ଯ୍ୟନ୍ତ ସାମିଲ ରହିଛି । HSL ବିଶାଖାପାଟନାମ ନୋଟିଫିକେସନ ଜାରି କରିବା ସହିତ ସମୁଦାୟ ୫୧ଟି ପଦବୀ ପାଇଁ ଆବେଦନ କରିଛି । ଏଥିରେ ଡିଜାଇନର (mechanical and electrical) ଜୁନିୟର ସୁପରଭାଇଜର (mechanical, electrical, civil) ଅଫିସ ଆସିଷ୍ଟାଣ୍ଟ , ଜୁନିୟର ଫାୟାର ଇନ୍ସପେକ୍ଟର ଏବଂ ଡ୍ରାଇଭର ପଦବୀ ସାମିଲ ରହିଛି । ଆବେଦନ ପାଇଁ ଆଶାୟୀ ପ୍ରାର୍ଥୀମାନେ https://www.hslvizag.in/ ରେ ଯିବାକୁ ପଡିବ । ଚୟନିତ ଯୋଗ୍ୟପ୍ରାର୍ଥୀ ମାନଙ୍କର ଦରମା ୨୪,୦୦୦ ପର୍ଯ୍ୟନ୍ତ ରହିବ ।

HSL Recruitment ପାଇଁ ଅନଲାଇନ ଆବେଦନ ୨୦୨୦ ମସିହା ମାର୍ଚ୍ଚ ୮ ତାରିଖରୁ ଆରମ୍ଭ ହୋଇଛି ଏବଂ ଏହାର ଶେଷ ତାରିଖ ଏପ୍ରିଲ ୭ ତାରିଖ ପର୍ଯ୍ୟନ୍ତ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.