ନୂଆଦିଲ୍ଲୀ: ହୋଲି ପୂର୍ବରୁ ୬ କୋଟି ବେତନଭୋଗୀ କର୍ମଚାରୀଙ୍କୁ ବଡ଼ ଝଟକା ଦେଇଛନ୍ତି ସରକାର। ଚଳିତ ବର୍ଷ ୨୦୨୧-୨୨ ପାଇଁ ପିଏଫ ସୁଧ ହାର ୮.୫ରୁ ହ୍ରାସ କରି ୮.୧ କରାଯାଇଛି । ଏହା ୪୦ ବର୍ଷର ସର୍ବନିମ୍ନ ସୁଧ ହାର । ଏହା ପୂର୍ବରୁ ୧୯୭୭ ମସିହାରେ ପିଏଫ ସୁଧ ହାର ୮ ପ୍ରତିଶତ ଥିଲା।
କରୋନା ମହାମାରୀ ଇପିଏଫ୍ଓର ଆୟକୁ ଗୁରୁତର ଭାବେ ପ୍ରଭାବିତ କରିଛି। ତେଣୁ, ୨୦୧୯-୨୦ ଆର୍ଥିକ ବର୍ଷର ୮.୫% ସୁଧ ଦେବାରେ ବହୁ ବିଳମ୍ବ ହୋଇଥିଲା ଏବଂ ଶେଷରେ ତାହାକୁ ଦୁଇଟି କିସ୍ତିରେ ଜମା କରାଯାଇଥିଲା।
୨୦୨୧-୨୨ ଆର୍ଥିକ ବର୍ଷରେ ଇପିଏଫ୍ଓର ଆୟ ୭୬,୭୬୮ କୋଟି ଟଙ୍କା ରହିଛି। ଏହା ଏକ କଠିନ ବର୍ଷ ଥିଲା। ଡେବ୍ଟ ନିବେଶରୁ ହୋଇଥିବା ଆୟ ବ୍ୟତୀତ ସୌଗ୍ୟବସତଃ ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବା ପୂର୍ବରୁ ଇକ୍ବିଟି ଟ୍ରେଡେଡ୍ ଫଣ୍ଡ୍ (ଇଟିଏଫ୍) ବିକ୍ରି ସମ୍ଭବ ହେବାରୁ ଇପିଏଫ୍ଓର ପାଣ୍ଠି ବୃଦ୍ଧି ପାଇଥିଲା। ମୋଟ ପାଣ୍ଠି ପରିମାଣ ଯଦିଓ ୧୩% ବଢ଼ିଥିଲା, ମାତ୍ର ସୁଧରୁ ହେଉଥିବା ଆୟ ୮%ରେ ସୀମିତ ରହିଥିଲା। ସମସ୍ତ ଉତ୍ସରୁ ହୋଇଥିବା ଆୟ ବିଚାରକୁ ନେବା ପରେ ୮.୧% ସୁଧ ଦେବାକୁ ନିଷ୍ପତ୍ତି ହୋଇଛି। ସୁଧ ଜମା କରିବା ପରେ ଇପିଏଫ୍ଓ ପାଖରେ ୪୫୦ କୋଟି ଟଙ୍କାର ବଳକା ରହିବ ଯାହାକୁ ପେନ୍ସନ୍ ପାଣ୍ଠିରେ ଜମା କରାଯିବ। ଶନିବାର ଗୌହ୍ବାଟିରେ ଅନୁଷ୍ଠିତ ଇପିଏଫ୍ଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ସୁଧ ସଂକ୍ରାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…