ଡ୍ରାଇଭିଙ୍ଗ ଲାଇସେନ୍ସ ବୈଧତାକୁ ନେଇ ସରକାରଙ୍କ ବଡ ଘୋଷଣା, ଜୁଲାଇ ୩୧ ତାରିଖ ଯାଏଁ ବଢ଼ିଲା ଭାଲିଡିଟି

ଗାଡି ଲାଇସେନ୍ସ ବୈଧତାକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି କେନ୍ଦ୍ର ସରକାର । ଏହି ନିର୍ଦ୍ଦେଶନାମା ଅନୁଯାୟୀ ଗାଡି କାଗଜ ନବୀକରଣ ନେଇ ବିଳମ୍ବରେ କୌଣସି ପ୍ରକାର ଶୁଳ୍କ ଆଦାୟ କରାଯିବ ନାହିଁ । ମିଳିଥିବା ସୂଚନା ଅନୁଯାୟୀ, ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହିଁ ସଡକ ଓ ପରିବହନ ମନ୍ତ୍ରାଳୟ ତରଫରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି । ନିର୍ଦ୍ଦେଶାନାମାରେ ଏହା ମଧ୍ୟ କୁହାଯାଇଛିକି, ଯଦି ଗାଡି କାଗଜ ପତ୍ର ନବୀକରଣ ନେଇ ଗତ ଫେବୃଆରୀ ୧ ତାରିଖ ପରେ ଶୁଳ୍କ ପୈଠ କରାଯାଇଥିବ ଓ କୋରୋନା ସଂକ୍ରମଣ କାରଣରୁ କାମ ପୂରା ହୋଇପାରିନଥିବ ତେବେ ସେହି ପୈଠକୁ ହିଁ ବୈଧ ଭାବେ ଧରାଯିବ । ଅଥବା ଯଦି ଶୁଳ୍କ ଜମା କରିବାରେ ଫେବୃଆରୀ ୧, ୨୦୨୦ ତାରିଖରୁ ଲକ ଡାଉନ ଜାରି ସମୟ ମଧ୍ୟରେ ହୋଇଥିବ ତେବେବି ଉପଭୋକ୍ତାଙ୍କ ଠାରୁ କୌଣସି ପ୍ରକାର ଅତିରିକ୍ତ ଶୁଳ୍କ ଆଦାୟ କରାଯିବ ନାହିଁ ।

କହିରଖିବା ଉଚିତ ହେବକି, କେନ୍ଦ୍ର ଗୃହ ମନ୍ତ୍ରାଳୟ ଦେଶ ବ୍ୟାପୀ ଜାରି ହୋଇଥିବା ଲକ ଡାଉନ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୋଟର ବାହାନ ଅଧିନିୟମ-୧୯୮୮ ଓ କେନ୍ଦ୍ରୀୟ ମୋଟର ବାହନ ଅଧିନିୟମ-୧୯୮୯ ସହ ସମ୍ବନ୍ଧିତ ଦସ୍ତାବିଜ ଗୁଡିକର ବୈଧତା ବିସ୍ତାରକୁ ନେଇ ଚଳିତ ବର୍ଷ ମାର୍ଚ୍ଚ ୩୦ ତାରିଖରେ ଏକ ଆଡ଼ଭାଇଜାରୀ ଜାରି କରିଥିଲେ । ଆଉ ଯେଉଁ ଲାଇସେନ୍ସ ଗୁଡିକର ବୈଧତା ଜୁନ ୩୦ ତାରିଖ ଭିତରେ ଶେଷ ହୋଇଯାଉଥିବ ସେହି ଦସ୍ତାବିଜ ଗୁଡିକର ବୈଧତା ମଧ୍ୟ ଜୁଲାଇ ୩୧ ତାରିଖ ଯାଏଁ ରହିବ । କହିରଖିବା ଉଚିତ ହେବକି, ଲକ ଡାଉନ ଜାରିହେବା ଓ ଏହି କାରଣରୁ ସରକାରୀ ପରିବହନ କାର୍ଯ୍ୟାଳୟ ବନ୍ଦ ହୋଇଥିବା କାରଣରୁ ସାଧାରଣ ଲୋକଙ୍କୁ ଏହି କାର୍ଯ୍ୟ ଅନେକ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.