ବହୁତ ଜଲଦି ଇ-ଫାର୍ମାସୀ ଉପରେ ଲାଗିବ ପ୍ରତିବନ୍ଧ, ଆଉ ଅନଲାଇନରେ ମିଳିବନାହିଁ ମେଡିସିନ୍‌

ହଁ ଆଜ୍ଞା ଖୁବ୍‌ ଶୀଘ୍ର ଔଷଧର ଅନଲାଇନ୍ ବାଣିଜ୍ୟ ଯଥା ଇ-ଫାର୍ମାସି ଉପରେ ପ୍ରତିବନ୍ଧକ ଲଗାଯାଇପାରେ। ଇ-ଫାର୍ମାସି ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଦଳ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି।

ଆଉ ଅନଲାଇନରେ ମିଳିବନାହିଁ ମେଡିସିନ୍‌ । ବହୁତ ଜଲଦି ବନ୍ଦ ହୋଇଯିବ ଇ-ଫାର୍ମାସୀ । କାହିଁକିନା କେନ୍ଦ୍ର ସରକାର ଇ-ଫାର୍ମାସୀ ଉପରେ ଲଗାଇବାକୁ ଯାଉଛନ୍ତି ପ୍ରତିବନ୍ଧକ । ହଁ ଆଜ୍ଞା ଖୁବ୍‌ ଶୀଘ୍ର ଔଷଧର ଅନଲାଇନ୍ ବାଣିଜ୍ୟ ଯଥା ଇ-ଫାର୍ମାସି ଉପରେ ପ୍ରତିବନ୍ଧକ ଲଗାଯାଇପାରେ। ଇ-ଫାର୍ମାସି ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଦଳ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। ଗତ ମାସରେ ଔଷଧ ବିକ୍ରିରେ ନିୟମ ଉଲ୍ଲଂଘନ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୨୦ ଟି କମ୍ପାନୀକୁ ନୋଟିସ ଦିଆଯାଇଥିଲା।

ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂତ୍ରରୁ ପ୍ରକାଶ ଯେ ଇ-ଫାର୍ମାସି ନିୟନ୍ତ୍ରଣକୁ ଆଣିବା ପାଇଁ ଆଲୋଚନା ଚାଲିଛି। ଏଥିପାଇଁ ଏକ ନୂତନ ବିଲ୍ ଉପରେ ମଧ୍ୟ ଆଲୋଚନା ଚାଲିଥିବାବେଳେ ଇ-ଫାର୍ମାସି ଉପରେ ନିଷେଧାଦେଶ ଜାରି କରାଯାଇଛି। ଯାହା ଶୁଣିବାକୁ ମିଳୁଛି ଏହା ଦ୍ୱାରା ଲୋକ ମାନଙ୍କ ଡାଟା ଗୋପନୀୟତା, ବିନା ପ୍ରେସକ୍ୱିପ୍ସନରେ ଡ୍ରଗ୍ ବିକ୍ରୟ ଏବଂ ମନଇଚ୍ଛା ମୂଲ୍ୟ ନିର୍ଧାରଣ କରୁଛି। ଏହା ଅତ୍ୟନ୍ତ ବିପଦଜନକ ଏବଂ ଏହି କାରଣରୁ ଖୁଚୁରା ବଜାର ଦୁର୍ବଳ ହେଉଛି। ଇ-ଫାର୍ମାସି ଔଷଧ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ ମଧ୍ୟ କରିପାରିବ ଯାହା ରୋଗୀର ସୁରକ୍ଷା ସହିତ ଜଡିତ ବିପଦକୁ ବଢ଼ାଇବ।

ସୂଚନା ଅନୁଯାୟୀ ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ, କିନ୍ତୁ ଗତ ମାସରେ ବଜେଟ୍ ଅଧିବେଶନରେ ଔଷଧର ଅନଲାଇନ୍ ବିକ୍ରିକୁ ବ୍ୟାପକ ଭାବେ ନିୟନ୍ତ୍ରଣ କରିବା ପାଇଁ ଆଇନରେ ସଂଶୋଧନ ଆଣିବାକୁ ସରକାର ସୂଚନା ଦେଇଛନ୍ତି। ନୂତନ ଡ୍ରଗ୍, ମେଡିକାଲ୍ ଡିଭାଇସ୍ ଏବଂ କସମେଟିକ୍ସ ବିଲ୍ ୨୦୨୩ ର ସଂଶୋଧିତ ଡ୍ରାଫ୍ଟ ଅନୁଯାଇ କୁହାଯାଇଛି ଯେ ଅନଲାଇନ୍ ମାଧ୍ୟମରେ କୌଣସି ଔଷଧ ବିକ୍ରୟ କିମ୍ବା ବିତରଣକୁ କେନ୍ଦ୍ର ସରକାର ନିୟନ୍ତ୍ରଣ କରିପାରିବେ, ସୀମିତ କରିପାରିବେ।

ସରକାରୀ ସୂତ୍ର ଅନୁଯାୟୀ, ଏହିପରି ଇ-ଫାର୍ମାସିଗୁଡିକର କାର୍ଯ୍ୟକାରିତାକୁ ନିୟନ୍ତ୍ରଣ କରିବା, ପ୍ରେସକ୍ରିପସନ୍ ଔଷଧ ଦେବା ଏବଂ ରୋଗୀ ତଥ୍ୟର ଗୋପନୀୟତା ବଜାୟ ରଖିବା ହେଉଛି ମୁଖ୍ୟ ଧ୍ୟାନ କ୍ଷେତ୍ର। ତେଣୁ ଅନଲାଇନ୍ ଫାର୍ମାସି ଉପରେ ନିଷେଧାଦେଶ ସପକ୍ଷରେ ଥିବା ଏକ ମନ୍ତ୍ରୀ ପୂର୍ବରୁ କହିଥିଲେ ଯେ ଏହା ଉପରେ ରୋକ ଲାଗିବ ଆବଶ୍ୟକ । ତେଣୁ ବର୍ତ୍ତମାନ ଏହି ଦିଗରେ କାର୍ଯ୍ୟ କରୁଛନ୍ତି କେନ୍ଦ୍ର ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.