Googleରେ ହେବାକୁ ଯାଉଛି ବଡ଼ ଧରଣର ଛଟେଇ, ୧୦% ଚାକିରି ହ୍ରାସ କରିବାକୁ ଘୋଷଣା କଲେ ସୁନ୍ଦର ପିଚାଇ
Googleରେ ହେବାକୁ ଯାଉଛି ବଡ଼ ଧରଣର ଛଟେଇ । ଗୁଗଲ୍ ସିଇଓ ସୁନ୍ଦର ପିଚାଇ ନିଜେ ଏହା ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ କମ୍ପାନୀ ଡାଇରେକ୍ଟର୍ସ ଏବଂ ଭାଇସ୍ ପ୍ରେସିଡେଣ୍ଟସ୍ ସମେତ ମ୍ୟାନେଜରିଆଲ୍ ରୋଲ୍ସରେ ୧୦ ପ୍ରତିଶତ କର୍ମଚାରୀ ହ୍ରାସ କରିବ । ଟେକ୍ କମ୍ପାନୀ ଅନ୍ୟ ପୋଷ୍ଟଗୁଡିକୁ ମଧ୍ୟ ହଟାଇ ଦେଇଛି । AIରେ ପ୍ରତିଯୋଗିତାମୂଳକ ବୃଦ୍ଧି ହେତୁ ଗୁଗଲ୍ ଏହି ଛଟେଇ କରୁଛି । କମ୍ପାନୀ ନିଜ କର୍ମଚାରୀମାନଙ୍କ ସଂଖ୍ୟା କମାଇବାକୁ ଚାହୁଁଛି ।
ଗୁଗଲ୍ ପ୍ରବକ୍ତାଙ୍କ ମୁତାବକ, ୧୦ ପ୍ରତିଶତ ମଧ୍ୟରୁ କିଛି ଚାକିରିକୁ ଇଣ୍ଡିଭିଜୁଆଲ୍ କଣ୍ଟ୍ରିବ୍ୟୁଟର ରୋଲ୍ସରେ ପରିବର୍ତ୍ତନ କରାଯାଇଥିବା ବେଳେ ଆଉ କିଛି ରୋଲ୍ସକୁ ହଟାଇ ଦିଆଯାଇଛି ।
ରିପୋର୍ଟ ଅନୁସାରେ, ପିଚାଇ କହିଛନ୍ତି ଯେ ଗୁଗଲ୍ ଗତ କିଛି ବର୍ଷ ମଧ୍ୟରେ କମ୍ପାନୀକୁ କାର୍ଯ୍ୟକ୍ଷମ କରିବା ଏବଂ ଏହାର ଗଠନକୁ ସରଳ କରିବା ପାଇଁ ପରିବର୍ତ୍ତନ ଆଣିଛି । ବର୍ତ୍ତମାନ ମ୍ୟାନେଜର, ଡାଇରେକ୍ଟର ଏବଂ ଭାଇସ୍ ପ୍ରେସିଡେଣ୍ଟ ଭଳି ପଦରେ କମ୍ପାନୀ ଚାକିରି କାଟ୍ କରିବ ।
ଗତ ଦୁଇ ବର୍ଷ ମଧ୍ୟରେ ଗୁଗଲ ଦକ୍ଷତା ବୃଦ୍ଧି ପାଇଁ ଅନେକ ପଦକ୍ଷେପ ନେଇଛି । ଏହାପୂର୍ବରୁ ୨୦୨୨ ସେପ୍ଟେମ୍ବରରେ ପିଚାଇ କହିଥିଲେ ଯେ ସେ ଚାହୁଁଛନ୍ତି, ଗୁଗଲ ୨୦% ଅଧିକ ଦକ୍ଷ ହେଉ । ଏହାପରେ ଜାନୁଆରୀରେ ୧୨,୦୦୦ କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା ।
ଏବେ ଗୁଗଲ OpenAI ପରି ନିଜର AI କମ୍ପିଟିଟର୍ସ କାରଣରୁ ପୁଣିଥରେ ଛଟେଇ ପଦକ୍ଷେପ ନେଇଛି, ଯାହା ନୂଆ ପ୍ରଡକ୍ଟସ୍ ଆଣୁଛି । ଏହି ଉତ୍ପାଦଗୁଡିକ ଗୁଗଲର ସର୍ଚ୍ଚ ବିଜନେସକୁ ପ୍ରଭାବିତ କରିପାରିବ ।
OpenAI ସହ ପ୍ରତିଯୋଗିତାର ଜବାବରେ ଗୁଗଲ୍ ନିଜର ମୂଳ ବ୍ୟବସାୟରେ ଜେନେରେଟିଭ୍ AI ଫିଚର୍ସ ଅନ୍ତର୍ଭୁକ୍ତ କରିଛି । କମ୍ପାନୀ ଅନେକ ନୂଆ ଫିଚର ମଧ୍ୟ ଲଞ୍ଚ କରିଛି, ଯେଉଁଥିରେ OpenAI ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଏକ ନୂତନ AI ଭିଡିଓ ଜେନେରେଟର ଏବଂ ଜେମିନୀ ମଡେଲର ଏକ ନୂତନ ସେଟ୍ ମଧ୍ୟ ରହିଛି ।
ରିପୋର୍ଟ ମୁତାବକ, ୨୦୨୪ ମେ’ରେ ରିଷ୍ଟ୍ରକ୍ଚରିଙ୍ଗ୍ ପ୍ରୋସେସ୍ ପାଇଁ ବ୍ୟୟ ହ୍ରାସର ଏକ ଅଂଶ ଭାବରେ ଗୁଗଲ୍ ନିଜର କୋର୍ ଟିମରୁ ୨୦୦ କର୍ମଚାରୀଙ୍କୁ ଛଟେଇ କରିଥିଲା ।