ଖାଲି ପଡ଼ିଛି ୮୪ଟି ଫୁଡ଼ ଇନ୍ସପେକ୍ଟର ପଦ, ଗ୍ରାଜୁଏସନ ପାସ୍ କରିଥିଲେ ଆଜି ହିଁ କରନ୍ତୁ ଆବେଦନ

ଗ୍ରାଜୁଏସନ ପାସ କରି ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଛତିଶଗଡ଼ ବ୍ୟବସାୟିକ ପରୀକ୍ଷା ମଣ୍ଡଳ ପକ୍ଷରୁ ଫୁଡ଼ ଇନ୍ସପେକ୍ଟରର ୮୪ ଟି ପଦ ପାଇଁ ଆବେଦନ ମଗାଯାଇଛି। ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ ଏଥିପାଇଁ ଆବେଦନ କରନ୍ତୁ। ଆବେଦନ କରିବାର ଶେଷ ତାରିଖ ରହିଛି ୨୨ ଜାନୁଆରୀ ୨୦୨୨। ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ଅଫିସିଆଲ ୱେବସାଇଟ vyapam.cgstate.gov.in କୁ ଯିବାକୁ ହେବ। ମୋଟ ୮୪ଟି ପଦ ମଧ୍ୟରୁ ୨୫ଟି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି।
ଫୁଡ଼ ଇନ୍ସପେକ୍ଟର ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ଯୋଗ୍ୟତା:
ସ୍ନାତକ
ଫୁଡ଼ ଇନ୍ସପେକ୍ଟର ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ସୀମା:
୨୧- ୩୦ ବର୍ଷ
ଫୁଡ଼ ଇନ୍ସପେକ୍ଟର ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ଦରମା:
ଚୟନିତ ପ୍ରାର୍ଥୀଙ୍କୁ ୭ମ ବେତନ କମିଶନ ଆଧାରରେ ଦରମା ମିଳିବ
ଫୁଡ଼ ଇନ୍ସପେକ୍ଟର ପଦ ପାଇଁ ଚୟନ ପ୍ରକ୍ରିୟା:
ଲିଖିତ ପରୀକ୍ଷାରେ ପ୍ରଦର୍ଶନ ଆଧାରରେ
ଫୁଡ଼ ଇନ୍ସପେକ୍ଟର ପଦ ପାଇଁ ଆବେଦନ ଲାଗି ଶୁଳ୍କ:
ସାଧାରଣ ବର୍ଗ- ୩୫୦
OBC- ୨୫୦
SC, ST ଓ ଦିବ୍ୟାଙ୍ଗ- ୨୦୦
ଗୁରୁତ୍ୱପୂର୍ଣ୍ଣ ତାରିଖ:
ଆବେଦନ ଶେଷ – ୩୦ ଜାନୁଆରୀ ୨୦୨୨
ପରୀକ୍ଷା ପାଇଁ ଆଡ଼ମିଟ କାର୍ଡ ଜାରି- ୧୧ ଫେବ୍ରୁଆରୀ ୨୦୨୨
ପରୀକ୍ଷା ତାରିଖ – ୨୦ ଫେବ୍ରୁଆରୀ ୨୦୨୨