କାର୍ରେ ନିଶାଦ୍ରବ୍ୟକୁ ବ୍ୟବହାର କରୁଥିଲେ ସାବଧାନ! ନଚେତ୍ ଭୋଗିବେ ବଡ଼ ଦଣ୍ଡ

ଗାଡ଼ି କିଣିବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। କିନ୍ତୁ ଗାଡ଼ି ଚଲାଇବାକୁ ନେଇ ଅନେକ ନିୟମ କିଛି ଜଣକୁ ଜଣନଥାଏ। ନୂଆ ନୂଆ ଗାଡ଼ିଚଲାଉଥିବା ଲୋକ ମଧ୍ୟ ଏହା ସମ୍ପର୍କରେ ସବୁକିଛି ଜାଣିନଥାନ୍ତି। ଯାହା ପାଇଁ ଅସୁବିଧା ମଧ୍ୟ ଭୋଗିଥାନ୍ତି।
ରାସ୍ତାରେ ଗାଡ଼ି ଚଲାଇବାକୁ ନେଇ ଦେଶରେ ଅନେକ ନିୟମ ପ୍ରଣୟନ କରାଯାଇଛି। ଯାହାକୁ କିଛି ଅମାନିଆ ମାନିନଥାନ୍ତି। ଦଣ୍ଡ ଭୋଗିବା ପରେ ମଧ୍ୟ ସଚେତନ ହୋଇନଥାନ୍ତି।
ସେମିିିତିରେ ଯେତେବେଳେ ଜଣେ କାର କିଣିଥାନ୍ତି ତେବେ ତାହା ପଛରେ ଅନେକ କାରଣ ରହିଥାଏ। କିନ୍ତୁ ପ୍ରମୁଖ କାରଣ ଏହା ହୋଇଥାଏ ଯେ ସେ କାରରେ ଆରାମରେ ଯାତ୍ରା କରିପାରିବ ଏହାବ୍ୟତିତ କାରରେ ଅଧିକ ପ୍ରାଇଭେସି ମିଳିଥାଏ। କିନ୍ତୁ ବାଇକ କିମ୍ବା ସ୍କୁଟରରେ ଏହା ମିଳିନଥାଏ। ତେବେ କିିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ଏହି ପ୍ରାଇଭେସିର ଫାଇଦା ଉଠାଇ ଟ୍ରାଫିକ ରୁଲ୍ କୁ ଭାଙ୍ଗିଥାନ୍ତି। ଆଉ ଫାଇନରୁ ବଞ୍ଚିଯିବେ ବୋଲି ଭାବନ୍ତି।
ଟ୍ରାଫିକର ଅନେକ ନିୟମ ସମ୍ପର୍କରେ ତ ଆପଣ ଜାଣିଥିବେ। ଯାହାକୁ ନମାନିବା ଦ୍ୱାରା ବଡ଼ ବଡ଼ ଦଣ୍ଡ ଭୋଗିବାକୁ ପଡ଼ିଥାଏ। ସେହିପରି ନିଜ କାରରେ ପ୍ରାଇଭେସି ଥିଲେ ମଧ୍ୟ ଏହା ସାର୍ବଜିନକ ସ୍ଥଳରେ ଥାଏ। ଏମିତିକି ଆପଣଙ୍କ କାରର ଆଖ ପାଖରେ ଅନେକ ଲୋକ ମଧ୍ୟ ଥିବେ। ତେଣୁ ଆପଣଙ୍କୁ ଏହି ସ୍ଥାନରେ ବେଶି ସଚେତନ ରହିବା ଜରୁରୀ। ଏହି ସମୟରେ ଆପଣଙ୍କୁ ସାମାଜିକ ମର୍ଯ୍ୟାଦା ସହ ଆଇନ କାନୁନ ମଧ୍ୟ ପାଳନ କରିବା ଜରୁର। ଯଦି କେହି ଏହାକୁ ପାଳନ କରୁନାହାନ୍ତି ତେବେ ସେମାନଙ୍କ ଚାଲାଣ କଟିବା ସ୍ୱଭାବିକ । ସେହି ଅପରାଧର ଦଣ୍ଡ ସ୍ୱରୂପ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଏ।
ଏହିକଥା ତ ସମେସ୍ତ ଜାଣନ୍ତିଚ ଯେ କାରରେ ଯାଉଥିବା ସମୟରେ କିମ୍ବା ସାର୍ବଜନିକ ସ୍ଥଳରେ ଯେବେ ଗାଡ଼ି ରହିଥିବ ସେହି ସମୟରେ କାର ଭିତରେ ବସି କୌଣସି ପ୍ରକାର ନିଶା ଦ୍ରବ୍ୟ ଯେମିିତିକି ମଦ ପିଇବା, ଏହା ଆଇନ ଅନୁଯାୟୀ ଅପରାଧ। କିନ୍ତୁ କଣ ମନକୁ ଏପରି ପ୍ରଶ୍ନ ଆସିଛି କି ଯେ କାରରେ ସିଗାରେଟ ଟାଣିବା ମଧ୍ୟ ଉଚିତ ନୁହେଁ। ଏହା ମଧ୍ୟ ଦଣ୍ଡ ଅନ୍ତର୍ଗତ ହେବ? ତେବେ ହଁ ଦର୍ଶକବନ୍ଧୁ ଏହା ମଧ୍ୟ ଅପରାଧ। ଆଉ ଏମିତିକଲେ ମଧ୍ୟ ଆପଣଙ୍କର ଚାଲାଣ କଟିବ।
ପ୍ରକୃତରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ କାର ଚଲାଇବା ସମୟରେ କିମ୍ବା କୌଣସି ସ୍ଥାନରେ ମଧ୍ୟ ହେଉ ଗାଡ଼ି ଭିତରେ ସିଗାରେଟ ଟାଣିଥାନ୍ତି। ଏମିତିରେ ଏମବି ଅଧିନିୟମ ଧାରା ଡିଏମବିଆର ୮୬.୧(୫)/୧୭୭ ଅନ୍ତର୍ଗତ ପ୍ରଥମ ଥର ଧୂମପାନ କରି ଧରାପଡ଼ିଲେ ୧୦୦ ଟଙ୍କାର ଫାଇନ ରହିଛି। ଦ୍ୱିତୀୟ ଥର ଧରାପଡ଼ିଲେ ୩୦୦ ଟଙ୍କା ଜରିମାନା ଲାଗେ। ପବ୍ଳିକ ପ୍ଲେସରେ ଏହି ଖରାପ କାମକୁ ରୋକିବା ପାଇଁ ଏଭଳି ନିୟମ ବାହାର କରାଯାଇଛି। ଖାସ କରି ଦେଶର ରାଜଧାନୀ ଦିଲ୍ଲୀରେ ଏହାକୁ ନେଇ ବେଶି ତଦାରଖ ହୋଇଥାଏ।