ଆପଣ ସରକାରୀ ଚାକିରି ଖୋଜୁଛନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ରେଳ ମନ୍ତ୍ରଣାଳୟ ଅଧିନସ୍ଥ ଏକ ମିନିରତ୍ନ ପବ୍ଲିକ ସେକ୍ଟର କମ୍ପାନୀ RITES Limited ଇଂଜିନିୟର ପାଇଁ ୧୭୦ ପଦରେ ନିଯୁକ୍ତି ହେଉଛି। ଏହି ନିଯୁକ୍ତି ସିଭିଲ, ମେକାନିକାଲ ଏବଂ ଇଲେକ୍ଟ୍ରିକାଲ ଇଂଜିନିୟରିଂ ଡିଗ୍ରୀଧାରୀ ପ୍ରାର୍ଥୀ ଆବେଦନ କରିପାରିବେ। ଏହି ପଦବୀରେ ଚୟନ ପ୍ରକ୍ରି୍ରା ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ଯୁ ମାଧ୍ୟମରେ ହେବ। ଅଭିଜ୍ଞତା ରଖିଥିବା ପ୍ରାର୍ଥୀଙ୍କୁ ୫ ପ୍ରତିଶତ ନମ୍ବର ଅତିରିକ୍ତ ଦିଆଯିବ।
ପଦବୀ ବିବରଣୀ: ୧୭୦
ସିଭିଲ ଇଂଜିନିୟର : ୫୦
ଇଲେକ୍ଟ୍ରିକାଲ ଇଂଜିନିୟର: ୩୦
ମେକାନିକାଲ ଇଂଜିନିୟର: ୯୦
ଜରୁରୀ ତାରିଖ: ଆବେଦନ କରିବାର ତାରିଖ ପ୍ରାରମ୍ଭିକ ତାରିଖ ୫ ନଭେମ୍ବରରୁ ଆରମ୍ଭ ହୋଇଥିବା ବେଳେ ଶେଷ ତାରିଖ ୨୬ ନଭେମ୍ବର ରହିଛି।
ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୪୦ ବର୍ଷ ହୋଇଥିବା ଆବଶ୍ଯକ।
ଆବେଦନ ଶୁଳ୍କ: ଅଣସଂରକ୍ଷିତ ତଥା ଓବିସି ଜନଜାତି ପ୍ରାର୍ଥୀ ଆବେଦନ ଶୁଳ୍କ ୬୦୦ ଟଙ୍କା ରହିଥିବା ବେଳେ ସଂରକ୍ଷିତ ପ୍ରାର୍ଥୀଙ୍କ ପାଇଁ ୩୦୦ ଟଙ୍କା ଶୁଳ୍କ ରଖାଯାଇଛି।
ଅଧିକ ଜାଣିବା ପାଇଁ ଅଧିକାରକ ୱେବସାଇଟକୁ ଯାଇ ଆବେଦନ କରିପାରିବେ। ଏଠାରେ କ୍ଲିକ କରନ୍ତୁ…
https://rites.com/web/images/stories/uploadVacancy/14_20.pdf
https://recruit.rites.com/frmRegistration.aspx