ବେକାର ହେବ ନାହିଁ ଚିରା-ଫଟା ନୋଟ୍ , ଜାଣନ୍ତୁ ଏହାକୁ କେଉଁଠି ଚଳେଇ ପାରିବେ

ପ୍ରାୟତଃ ଆପଣଙ୍କ ହାତକୁ ଚିରାଫଟା ନୋଟ୍ ଆସୁଥିବ, ଯାହାଦ୍ବାରା କୌଣସି ଲୋକ ଉକ୍ତ ନୋଟଟିକୁ ନେବା ପାଇଁ ଚାହୁଁନଥିବେ । ଏହାଦ୍ବାରା ବହୁତ ରାଗ ଲାଗିଥାଏ । ଏମିତି ଲାଗିଥାଏ କି ଏବେ ଏହି ଟଙ୍କା ବେକାର ହୋଇଗଲା । କିନ୍ତୁ ଆପଣ ଜାଣିବା ଦରକାର କି ଏହା ବେକାର ନୁହେଁ , ଆପଣ ଏହି ଚିରାଫଟା ନୋଟକୁ ବଦଳାଇ ପାରିବେ । ଆସନ୍ତୁ ଆମେ ଆପଣଙ୍କୁ କହିବୁ ଏହି ଚିରାଫଟା ନୋଟ୍ କେଉଁଠାରେ ବଦଳାଇ ପାରିବେ ।
ଭାରତୀୟ ରିଜର୍ଭ ବ୍ୟାଙ୍କ ମୁତାବକ, ଚିରା ଫଟା ନୋଟକୁ ସବୁ ବ୍ୟାଙ୍କ ବଦଳାଇ ପାରିବେ । ଏଥିପାଇଁ ଆପଣ ଆପଣଙ୍କ ପାଖ ବ୍ୟାଙ୍କ ଯାଇକି ସେଠାରେ ନୋଟ ବଦଳାଇ ପାରିବେ । ଯାହା ପାଇଁ କୌଣସି ଶୁଳ୍କ ଦେବାକୁ ପଡିବନାହିଁ । ପ୍ରାୟତଃ ଲୋକଙ୍କୁ ଏହି କଥା ଜଣାନଥିବ କି ଏହି ଚିରାଫଟା ନୋଟର ବ୍ୟବହାର ଆପଣ ବ୍ୟାଙ୍କରେ ବିଲ ଏବଂ ଟିକସ ଦେବା ପାଇଁ କରିପାରିବେ ।
ଚିରା ଫଟା ନୋଟକୁ ଆପଣ ଆପଣଙ୍କ ଆକାଉଣ୍ଟରେ ମଧ୍ୟ ଜମା କରିପାରିବେ ।
ଆରବିଆଇ ର ଗାଇଡଲାଇନ୍ ମୁତାବକ ଏହି ନୋଟ ଗୁଡିକ ଦ୍ବିତୀୟ ଥର ଲୋକମାନଙ୍କୁ ରି-ଇସ୍ୟୁ କରାଯିବନାହିଁ । ଯଦି ବ୍ୟାଙ୍କ ଅଧିକାରୀଙ୍କୁ ସନ୍ଦେହ ହୁଏ କି ଆପଣ ନୋଟକୁ ଜାଣିଶୁଣି ଚିରି ଦେଇଛନ୍ତି ତେବେ ସେହି ନୋଟକୁ ଜମା କରିବା କିମ୍ବା ବଦଳାଇବାକୁ ବ୍ୟାଙ୍କ ମନା କରିଦେବ ।