ଭାରତରେ କାରରେ ପେଣ୍ଟ କିମ୍ବା ରଙ୍ଗ ଚେଞ୍ଜ କରିବା ସମ୍ବନ୍ଧୀୟ ନିୟମ ରହିଛି । ଯଦି ଆପଣ ନିଜ କାରର ରଙ୍ଗ ଚେଞ୍ଜ କରୁଛନ୍ତି, ତେବେ ଏହାକୁ ଆରଟିଓରେ ରେଜିଷ୍ଟର କରାଇବା ଆଇନଗତ ଭାବେ ଆବଶ୍ୟକ । ଭାରତୀୟ ମୋଟର ଯାନ ଅଧିନିୟମ ଅନୁଯାୟୀ ଗାଡ଼ିର ରଙ୍ଗ ଚେଞ୍ଜ କଲେ ରେଜିଷ୍ଟ୍ରେସନ ସାର୍ଟିଫିକେଟରେ ଏହାକୁ ଅପଡେଟ କରିବା ନିହାତି ଜରୁରୀ । ଯଦି ଆପଣ ସୂଚନା ନଦେଇ ରଙ୍ଗ ଚେଞ୍ଜ କରୁଛନ୍ତି ଏବଂ ଏହାକୁ ଅପଡେଟ୍ କରି ନାହାନ୍ତି ତେବେ ଏଥିପାଇଁ ଆପଣଙ୍କୁ ଜରିମାନା ଦେବାକୁ ପଡ଼ିପାରେ ।
କାରର ରଙ୍ଗ ଚେଞ୍ଜ କରିଥିଲେ ଏ ବିଷୟରେ RTOକୁ ସୂଚନା ଦିଅନ୍ତୁ । ଯଦି ଆପଣ ନିଜ କାରର ରଙ୍ଗ ଚେଞ୍ଜ କରିଛନ୍ତି ତେବେ ତୁରନ୍ତ RTOକୁ ଯାଇ ଏହାର ରେଜିଷ୍ଟ୍ରେସନ କରାଇ ନିଅନ୍ତୁ । ଏଥିପାଇଁ ଆପଣଙ୍କୁ କାରର ଆରସି ( ରେଜିଷ୍ଟ୍ରେସନ ସାର୍ଟିଫିକେଟ୍)ରେ ପରିବର୍ତ୍ତନ କରିବାକୁ ପଡ଼ିବ ।
ଯେତେବେଳେ ଆପଣ RTOକୁ ଜଣାଇବେ ସେତେବେଳେ ସେ ଆପଣଙ୍କ କାରର ନୂଆ ରଙ୍ଗକୁ ଆପଣଙ୍କ ଆରସିରେ ରେଜିଷ୍ଟର କରିବେ । ଏହା ପରେ ଆପଣଙ୍କୁ ନୂଆ ଆରସି ମିଳିବ ।
ଯଦି ଆପଣ RTOକୁ ନଜଣାଇ ଗାଡ଼ିର ରଙ୍ଗ ଚେଞ୍ଜ କରିଛନ୍ତି ଏବଂ ପୋଲିସ ଯାଞ୍ଚ ସମୟରେ ଧରା ପଡ଼ି ଯାଆନ୍ତି ତେବେ ଆପଣଙ୍କୁ ଜରିମାନା ଦେବାକୁ ପଡ଼ିବ । ଅନେକ ସମୟରେ ଗାଡ଼ିକୁ ଜବତ ମଧ୍ୟ କରାଯାଏ । ତେଣୁ ଏଥିପ୍ରତି ସାବଧାନ ରୁହନ୍ତୁ । ଯଦି ଆପଣ ନିଜ କାରର ରଙ୍ଗ ଚେଞ୍ଜ କରିବାକୁ ଚିନ୍ତା କରୁଛନ୍ତି ତେବେ ଏହାକୁ ଆରଟିଓରେ ରେଜିଷ୍ଟର କରିବା ଜରୁରୀ । ଏହା ଦ୍ୱାରା ଆପଣ କୌଣସି ଜରିମାନା ଦେବାରୁ ବଞ୍ଚିବେ ।