ସୁନା କିଣିବାକୁ ଭାବୁଛନ୍ତି କି? କିଣିବା ପୂର୍ବରୁ ଜାଣନ୍ତୁ କେତେ କମିଲା, କେତେ ବଢ଼ିଲା ମୂଲ୍ୟ

ପାର୍ବଣରେ ବଢ଼ିଲା ସୁନା ଦର । ଦେଶରେ ଦ୍ରୁତ ବେଗରେ ବଢିଚାଲିଥିବା ସୁନା ଦରରେ ଗତ କିଛି ମାସ ହେବ ବ୍ରେକ୍‌ ଲାଗିଥିବା ବେଳେ ଗତ କିଛି ଦିନ ହେବ ପୁଣିଥରେ ବୃଦ୍ଧି ଘଟିବାରେ ଲାଗିଛି । ତେବେ ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର ।

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୧, ହଜାର ୧୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୭ ହଜାର ୬୬୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୭୧,୨୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୭,୬୭୦ ହୋଇଛି ।

ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୭୧, ୨୦୦ ଟଙ୍କା ଓ ୭୭,୬୭୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୭୧,୩୫୦ ଟଙ୍କା ଓ ୭୭, ୮୨୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୭୧, ୨୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୭୭,୬୭୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୭୧, ୨୦୦ ଟଙ୍କା ଓ ୭୭,୬୭୦ ଟଙ୍କା ରହିଛି । ଅନ୍ୟ ପଟେ ରୁପା ଦର କେଜି ପ୍ରତି ୯୭ ହଜାର ୯୦୦ ଟଙ୍କା ହୋଇଛି ।