ଟ୍ରେନର ଲାଇଭ ରନିଂ ଷ୍ଟାଟସ୍‌ ସମ୍ପର୍କରେ ସୂଚନା ଦେବ ଗୁଗଲ ମ୍ୟାପ୍ସ ଆପ୍‌, ଜାଣିବା ପାଇଁ ଫଲୋ କରନ୍ତୁ ଏହି ଷ୍ଟେପ

ପ୍ରତିଦିନ ଟ୍ରେନରେ ଅନେକ ଯାତ୍ରୀ ଯିବା ଆସିବା କରନ୍ତି। ଯାତ୍ରା ସମୟରେ ସବୁବେଳେ ଏଇ ଚିନ୍ତା ଲାଗି ରୁହେ ଯେ ଟ୍ରେନ ଛାଡ଼ି ଚାଲି ନଯାଉ। ନଚେତ ଠିକ ସମୟରେ ସବୁ କାମ ଅଟକିଯିବ। ଅବଶ୍ୟ ଟିକେଟ ମିଳିଲା ପରେ ଏସବୁ ସମ୍ପର୍କରେ ଜଣାପଡେ। କିନ୍ତୁ ଟିକେ ଡେରି ହୋଇଗଲେ ପୁଣି ନେକ୍ସଟ ସ୍ଲଟକୁ ଅପେକ୍ଷା କରିବାକୁ ପଡେ। ଏସବୁ ସମସ୍ୟାର ସମାଧାନର ବାଟ ଆଜି ଆମେ ଆପଣଙ୍କ ସହ ସେୟାର କରିବୁ। କ୍ୱିକ ଟ୍ରିକ ସମ୍ପର୍କରେ ଅତି ସହଜରେ ଜାଣନ୍ତୁ..

ଭାରତୀୟ ରେଳ ବିଭାଗ ବିଳମ୍ବରେ ଆସୁଥିବା କାରଣରୁ ଅଭିଯୋଗ ପରେ ସେ ନିଜ ଭୁଲରେ ସୁଧାର ଆଣିବାର ଚେଷ୍ଟା ଜାରି ରଖିଛି। କିନ୍ତୁ କିଛି ସମୟରେ ଏହା ଏବେ ବି ବିଳମ୍ବରେ ପହଞ୍ଚୁଛି। ଏହିସମୟରେ ଟ୍ରେନର ଲାଇଭ ରନିଂ ଲୋକେସନ ଟ୍ରାକ କରିବା ବହୁତ ଜରୁରୀ ହୋଇଯାଏ। ଏହି ସମୟରେ କାମରେ ଆସେ LIVE Train Status ଆପ୍‌। ଏହି ଆପ୍‌ ଜରିଆରେ ଆପଣ ଟ୍ରେନ ଆସିବାର ସମୟ, ସିଡ୍ୟୁଲ, ଡିଲେ ଷ୍ଟାଟସ୍‌ ଭଳି ଅନେକ ନୋଟିଫିକେସନ ସମ୍ପର୍କରେ ଜାଣିପାରିବେ। ଏହା ବ୍ୟତିତ ଆପଣ ଗୁଗଲ ମ୍ୟାପ ଭଳି ଫେମସ୍‌ ଆପ ଜରିଆରେ ଏହା ସମ୍ପର୍କରେ ସମସ୍ତ ସୂଚନା ପାଇପାରିବେ।

train1
Picture credit-FGN News

ଏହା ଆଣ୍ଡ୍ରଏଡ ୟୁଜର୍ସଙ୍କ ପାଇଁ ଖାସ ରହିଛି। ଏଥିପାଇଁ ଗୁଗଲ ମ୍ୟାପର ଲାଇଭ ଟ୍ରେନ ଷ୍ଟାଟସ୍‌ କୁ ଯାଇ ଆପଣ ଚେକ କରିପାରିବେ। ଏବେ ଜାଣନ୍ତୁ ଆପଣ କିପରି ଏହାକୁ ଚେକ କରିପାରିବେ:

– ପ୍ରଥମେ ଗୁଗଲ ମ୍ୟାପ କୁ ଓପନ କରନ୍ତୁ।
– ଏହାପରେ ସର୍ଚ୍ଚ ବାରରେ ଯାଇ ଡେଷ୍ଟିନେସନ ଷ୍ଟେସନ ଦର୍ଜ କରନ୍ତୁ।
– ପରେ ଡେଷ୍ଟିନେସନ ଡାଏଲଗ୍‌ ବକ୍ସ ତଳେ ଟ୍ରେନର ଆଇକନ ଉପରେ କ୍ଲିକ କରନ୍ତୁ।
– ଏଥିରେ ଦିଆଯାଇଥିବା ରୁଟ ଅପସନ କୁ ଟ୍ୟାପ କରନ୍ତୁ।
– ପରେ ଲାଇଭ ଟ୍ରେନ ଷ୍ଟାଟସ ଚେକ କରିବା ପାଇଁ ଟ୍ରେନ ନାମ ଉପରେ କ୍ଲିକ କରନ୍ତୁ। ଏହାପରେ ଆପଣ ଲାଇଭ ରନି ଂ ଷ୍ଟାଟସ କୁ ଜାଣିପାରିବେ ।

You might also like