ଚୀନକୁ ଲାଗିଲା ଝଟକା, ଆମେରିକାରେ ଚାଇନିଜ ମୋବାଇଲ ବ୍ୟାନ

China Mobile

ପୃଥିବୀର ଦୁଇ ପ୍ରମୁଖ ଅର୍ଥ ବ୍ୟବସ୍ଥା ଆମେରିକା ଏବଂ ଚୀନ ମଧ୍ୟରେ ଅର୍ଥନୈତିକ ଦ୍ଵନ୍ଦ ଚରମ ସୀମାରେ ପହଂଚିଛି। ନ୍ୟାସନାଲ ଟେଲିକମ୍ୟୁନିକେସନ ଆଣ୍ଡ ଇନଫରମେସନ (NTI) ନିକଟରେ ଦୁନିଆର ସବୁଠାରୁ ବଡ ସେଲ ଫୋନ କ୍ୟାରିଅର ଚାଇନା ମୋବାଇଲକୁ ଆମେରିକା ବଜାରରେ ବ୍ୟବସାୟ କରିବାକୁ ଲାଇସେନ୍ସ ନ ଦେବା ପାଇଁ ଫେଡେରଲ କମ୍ୟୁନିକେସନସ କମିଶନକୁ (FCC) ସୁପାରିଶ କରିଛି। ସୂତ୍ର ଅନୁସାରେ ନ୍ୟାସନାଲ ଟେଲିକମ୍ୟୁନିକେସନ ଆଣ୍ଡ ଇନଫରମେସନ ବିଭାଗ ନିକଟରେ ଏଫସିସିକୁ ପଠାଇଥିବା ଏକ ପତ୍ରରେ ରାଷ୍ଟ୍ରୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଚାଇନା ମୋବାଇଲକୁ ଆମେରିକା ମାର୍କେଟରେ ବ୍ୟାନ କରିବା ପାଇଁ ନିବେଦନ କରିଛି ।

ନିଶ୍ଚିତ ପଢନ୍ତୁ: ଜିଏସଟିର ପ୍ରଥମ ଜନ୍ମଦିବସ ! ଆସନ୍ତୁ ଜାଣିବା କେମିତି ରହିଛି ଏହି ବର୍ଷ

ଫେଡେରଲ କମ୍ୟୁନିକେସନସ କମିଶନ (FCC) ଏକ ସ୍ୱତନ୍ତ୍ର ଏଜେନସି ଯିଏକି ଏହା ଉପରେ ଶେଷ ନିଷ୍ପତି ନେବ। ଆମେରିକା ଫେଡେରେସନ ଅଫ କମର୍ସର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଡେବିଦ ରିଡ଼ଲେଙ୍କ ମୁତାବକ ଚୀନ ସହ ବହୁଦିନର ବ୍ୟବସାୟିକ ଆଦାନ ପ୍ରଦାନ ପରେ ମଧ୍ୟ ରାଷ୍ଟ୍ରୀୟ ସୁରକ୍ଷା ସମ୍ବଧୀୟ ଚିନ୍ତାକୁ ଏଡାଇ ଦିଆଯାଇନପାରେ । ଆମେରିକା ବଜାରରେ ବ୍ୟବସାୟ କରିବା ପାଇଁ ଚାଇନା ମୋବାଇଲ ୨୦୧୧ ମସିହାରେ ଏଫସିସି ନିକଟରେ ଆବେଦନ କରିଥିଲା ଏବଂ ଏହାର ପାଖାପାଖି ୯୦ କୋଟି ଗ୍ରାହକ ଅଛନ୍ତି ।

ଏନ୍ଟିଆଇର (NTI) ଏହି ନିଷ୍ପତି ୱାସିଂଟନ ଏବଂ ବେଜିଙ୍ଗ ମଧ୍ୟରେ ଚାଲିଥିବା ବ୍ୟବସାୟିକ ତିକ୍ତତାକୁ ଆହୁରି ତିକ୍ତ କରିବ ବୋଲି ଆଶା କରା ଯାଉଛି । ପୂର୍ବରୁ ଆମେରିକା ୫୦ ଆରବ ଡଲାର ଚାଇନା ଉତ୍ପାଦ ଉପରେ ଶତକଡା ୨୫ ପ୍ରତିଶତ ଆମଦାନୀ ଶୁଳ୍କ ଲଗାଇବାକୁ ଘୋଷଣା କରିଥିଲା । ଏହାର ଜବାବରେ ଚୀନ ମଧ୍ୟ ୫୦ ଆରବ ଡଲାର ଆମେରିକୀ ଉତ୍ପାଦ ଉପରେ ଗତ ୧୬ ତାରିଖରେ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କର ଘୋଷଣା କଲା ।

Leave A Reply

Your email address will not be published.