CISF Job: ସୁରକ୍ଷା ବଳରେ ଚାକିରି ପାଇଁ ଇଚ୍ଛୁକ ପ୍ରାର୍ଥୀ ଏବେ ହିଁ କରନ୍ତୁ ଆବେଦନ, ଦରମା ଲକ୍ଷାଧିକ ଟଙ୍କା

ସୁରକ୍ଷା ବଳରେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ସଂଘ ଲୋକ ସେବା ଆୟୋଗ (UPSC) ପକ୍ଷରୁ କେନ୍ଦ୍ରୀୟ ଉଦ୍ୟୋଗିକ ସୁରକ୍ଷା ବଳ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ବା UPSC CISF AC 2021 ପଦ ପୂରଣ ପାଇଁ ଅଧିସୂଚନା ଜାରି କରିଛି। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ସଂଘ ଲୋକ ସେବା ଆୟୋଗ (UPSC) ର ଅଫିସିଆଲ ୱେବ୍‌ସାଇଟ୍‌ upsc.gov.in କୁ ଯାଇ ୨୧ ଡିସେମ୍ବର, ୨୦୨୧ ପୂର୍ବରୁ ଏଥିପାଇଁ ଆବେଦନ କରିପାରିବେ। ଡିପାର୍ଟମେଣ୍ଟ ପରୀକ୍ଷା ପରେ ଏହି ନିଯୁକ୍ତି ଦିଆଯିବ।

ଅଫିସିଆଲ ନୋଟିଫିକେସନ୍‌ ମୁତାବକ, ଏହି ନିଯୁକ୍ତି ପ୍ରକ୍ରିୟା ୧୯ଟି ପଦ ପୂରଣ ପାଇଁ ହେବ। ଏଥିରେ ଅଣସଂରକ୍ଷିତ ବର୍ଗ ପାଇଁ ୧୪ଟି ପଦ, ଏସ୍‌ସି ଓ ଏସ୍‌ଟି ବର୍ଗ ପାଇଁ ୨-୨ଟି ପଦ ରହିଛି। ଅଧିକ ସୂଚନା ପାଇଁ ପ୍ରାର୍ଥୀ ଅଫିସିଆଲ ନୋଟିଫିକେସନ୍‌ ଦେଖନ୍ତୁ।

ଏମିତି କରନ୍ତୁ ଆବେଦନ:

  1. ପ୍ରଥମେ ସଂଘ ଲୋକ ସେବା ଆୟୋଗ UPSC ର ଅଫିସିଆଲ ୱେବ୍‌ ସାଇଟ୍‌ upsc.gov.in କୁ ଯାଆନ୍ତୁ।
  2. ୱେବ୍‌ସାଇଟ୍‌ରେ ଦିଆଯାଇଥିବା ଲିଙ୍କ୍‌ ‘CISF AC Recruitment Notification 2021’ ଉପରେ କ୍ଲିକ୍‌ କରନ୍ତୁ।
  3. ପ୍ରାର୍ଥୀ ନିଜ ସୂଚନା ଦିଅନ୍ତୁ।
  4. ଆବେଦନ ଫିସ୍‌ ଦେଇ ଆବେଦନ ଲେଟରକୁ ପୂରଣ କରନ୍ତୁ।
  5. ଏବେ ଏହାକୁ ଡାଉନ୍‌ଲୋଡ୍‌ କରି ନିଅନ୍ତୁ। ଏହାର ଏକ ପ୍ରିଣ୍ଟ ଆଉଟ୍‌ ବାହାର କରି ନିଅନ୍ତୁ।
  6. ଏହାକୁ ନିର୍ଦ୍ଧାରିତ ଠିକଣା ‘ମହାନିର୍ଦ୍ଦେଶକ, କେନ୍ଦ୍ରୀୟ ଉଦ୍ୟୋଗିକ ସୁରକ୍ଷା ବଳ, ୧୩, ସିଜିଓ କମ୍ପ୍ଲେକ୍ସ, ଲୋଧି ରୋଡ୍‌, ନୂଆ ଦିଲ୍ଲୀ ୧୧୦୦୦୩’ କୁ ପଠାନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.