CISF ରେ ବମ୍ପର ନିଯୁକ୍ତି, ୧୨ଶ ପାସ୍ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (CISF) ରେ ହେଡ୍ କନେଷ୍ଟବଳ ପଦବୀରେ ବମ୍ପର ନିଯୁକ୍ତି ହେଉଛି। ଯେଉଁ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ CISF ର ଅଫିସିଆଲ େଓ୍ଵବସାଇଟ୍କୁ ଯାଇ ଅନଲାଇନ ଆବେଦନ କରିପାରିବେ। ଅନଲାଇନ ଆବେଦନ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାର୍ଥୀ ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ଅନଲାଇନ ଆପ୍ଲାଏ କରିପାରିବେ।
ପଦବୀ ବିବରଣୀ: ୨୪୯
ମହିଳା: ୬୮
ପୁରୁଷ: ୧୮୧
ଚାକିରି ସ୍ଥାନ: ଏମାନଙ୍କୁ ନିଯୁକ୍ତି ଦେଶ କିମ୍ବା ବିଦେଶରେ ଯେକୌଣସି ସ୍ଥାନରେ କରାଯିବ।
ଶିକ୍ଷାଗତ ଯୋଗ୍ୟତା: ପ୍ରାର୍ଥୀ ୧୨ଶ ପାସ୍ କରିଥିବା ସହିତ ରାଜ୍ୟ କିମ୍ବା ଜାତୀୟ ସ୍ତରର ସ୍ପୋଟର୍ସ ପ୍ରତିଯୋଗିତାରେ ଭାଗ ନେଇଥିବା ଜରୁରୀ।
ବୟସ ସୀମା: ପ୍ରାର୍ଥୀଙ୍କ ବୟସ ୧୮ ବର୍ଷରୁ ୨୩ ବର୍ଷ ହେବା ଜରୁରୀ। ଏସଟି ଏବଂ ଏସସି ବର୍ଗ ପ୍ରାର୍ଥୀଙ୍କ ପାଇଁ ବୟସ ସୀମାରେ ୫ ବର୍ଷ ଏବଂ ଓବିସି ବର୍ଗ ପାଇଁ ୩ ବର୍ଷ ରିହାତି ମିଳିବ।
ଚୟନ ପ୍ରକ୍ରିୟା: ୪ଟି ପର୍ଯ୍ୟାୟରେ ଚୟନ ପ୍ରକ୍ରିୟା ଶେଷ ହେବ। ଫିଜିକାଲ ସିଲେକ୍ସନ ଟେଷ୍ଟ, ଡକ୍ୟୁମେଣ୍ଟ ଭେରିଫିକେସନ, ଟ୍ରାଏଲ ଟେଷ୍ଟ ଆଧାରରେ ପ୍ରାର୍ଥୀଙ୍କ ଚୟନ କରାଯିବ।
ଦରମା: ଚୟନ ହୋଇଥିବା ପ୍ରାର୍ଥୀଙ୍କ ଦରମା ୨୫,୫୦୦ରୁ ଆରମ୍ଭ କରି ୮୧,୦୦୦ ଟଙ୍କା ମାସିକ ଦରମା ମିଳିବ।
ଆବେଦନ ଶୁଳ୍କ: ଆବେଦନକାରୀଙ୍କୁ ଏଥିପାଇଁ ୧୦୦ ଟଙ୍କା ଶୁଳ୍କ ଦେବାକୁ ପଡିବ। ଅନୁସୂଚିତ ଜାତି ଓ ଜନଜାତି ଏବଂ ମହିଳାଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ।