କ୍ରେଡିଟ୍ କାର୍ଡରୁ ଖର୍ଚ୍ଚ କରୁଥିଲେ ମନେରଖନ୍ତୁ ଏହି କଥା, ଟ୍ୟାକ୍ସକୁ ନେଇ ବହୁତ ଜଲଦି ଆସିବ ଅପଡେଟ୍

କ୍ରେଡିଟ୍ କାର୍ଡର ବ୍ୟବହାର ବର୍ତ୍ତମାନ ପୂର୍ବ ଅପେକ୍ଷା ବହୁତ ବଢ଼ିଯାଇଛି । ଲୋକମାନେ କ୍ରେଡିଟ କାର୍ଡ ଜରିଆରେ ପେମେଣ୍ଟ କରିବାକୁ ବହୁତ ଆଗ୍ରହ ପ୍ରକାଶ କରନ୍ତି । କାହିଁକିନା ଏଥିରେ ସହଜ ହୋଇଥାଏ ପେମେଣ୍ଟ ଆଉ ଆବଶ୍ୟକତା ପୂରଣ ପରେ ପେମେଣ୍ଟ ଭରିବାକୁ ପଡିଥାଏ ।

କ୍ରେଡିଟ୍ କାର୍ଡର ବ୍ୟବହାର ବର୍ତ୍ତମାନ ପୂର୍ବ ଅପେକ୍ଷା ବହୁତ ବଢ଼ିଯାଇଛି । ଲୋକମାନେ କ୍ରେଡିଟ କାର୍ଡ ଜରିଆରେ ପେମେଣ୍ଟ କରିବାକୁ ବହୁତ ଆଗ୍ରହ ପ୍ରକାଶ କରନ୍ତି । କାହିଁକିନା ଏଥିରେ ସହଜ ହୋଇଥାଏ ପେମେଣ୍ଟ ଆଉ ଆବଶ୍ୟକତା ପୂରଣ ପରେ ପେମେଣ୍ଟ ଭରିବାକୁ ପଡିଥାଏ । କିନ୍ତୁ କଥା ପଡିଛି ଆପଣ ଏହି କ୍ରେଡିଟ କାର୍ଡକୁ ଦେଶ ବାହାରେ ବ୍ୟବହାର କରିପାରିବେ ନା କାହିଁ । ହଁ ଆଜ୍ଞା ଦେଶ ସହିତ ବିଦେଶରେ ବି କ୍ରେଡିଟ କାର୍ଡର ବ୍ୟବହାର ଆପଣ କରିପାରିବେ । ଆଉ ଯଦି ଆପଣ ଦେଶ ବାହାରେ କ୍ରେଡିଟ କାର୍ଡ ବ୍ୟବହାର କରି ପେମେଣ୍ଟ କରିବାକୁ ଚାହୁଁଛନ୍ତି ତାହେଲେ ଏକ ଗୁରୁତ୍ବପୂର୍ଣ୍ଣ କଥାକୁ ଆପଣଙ୍କୁ ଜାଣିବା ନିହାତି ଦରକାର । ନଚେତ ଏହାର ପ୍ରଭାବ ଆପଣଙ୍କ ଉପରେ ଭାରି ପଡିପାରେ ।

ଟ୍ୟାକ୍ସ

ଟ୍ୟାକ୍ସ ବିଭାଗ ବହୁତ ଜଲଦୀ ‘ସବୁବେଳେ ପଚରାଯାଉଥିବା ପ୍ରଶ୍ନ’ଉପରେ ଏକ ସ୍ପଷ୍ଟିକରଣ ଲଗାଇବେ । ଯାହାଦ୍ବାରା ବ୍ୟକ୍ତିଗତ ଯାତ୍ରା ଏବଂ ବ୍ୟବସାୟିକ ଯାତ୍ରାରେ କରାଯାଉଥିବା ଖର୍ଚ୍ଚ ମଧ୍ୟରେ ପାର୍ଥକ୍ୟ କରାଯାଇହେବ । ବିଦେଶରେ କ୍ରେଡିଟ୍ କାର୍ଡ ଦ୍ବାରା କରାଯାଇଥିବା ଖର୍ଚ୍ଚ ଉପରେ ଟିସିଏସ ଲଗାଯିବା ଉପରେ ଏହା ବହୁତ ଉପଯୋଗୀ ହେବ । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏଫଏକ୍ୟୁ ଜାରି କରାଯାଇ ବିଦେଶରେ କ୍ରେଡିଟ୍ କାର୍ଡରେ କରାଯାଉଥିବା ପେମେଣ୍ଟ ଉପରେ ୨୦ ପ୍ରତିଶତ ଟିସିଏସ ଲଗାଯିବାକୁ ସ୍ପଷ୍ଟ କରାଯାଇଛି । ଟିସିଏସ ବସୁଲ କରାଯିବା ବ୍ୟବସ୍ଥା ୧ ଜୁଲାଇରୁ ଲାଗୁ ହେବାକୁ ଯାଉଛି ।

ଟିସିଏସ୍

ଏହାକୁ ନେଇ ଅର୍ଥ ମନ୍ତ୍ରାଳୟର ସଂଯୁକ୍ତ ସଚିବ କହିଛନ୍ତି ଯେ ସରକାର ବହୁତ ଜଲଦି ଟିସିଏସ ପ୍ରାବଧାନ ଲାଗୁ ହେବାର ସ୍ପଷ୍ଟିକରଣ ଜାରି କରିବେ । ତେବେ ଏହାଦ୍ବାରା ସନ୍ଦେହକୁ ନେଇ ସ୍ଥିତି ସ୍ପଷ୍ଟ ହେବ ଟିସିଏସ କେଉଁ ଭଳି ଭାବେ ଏକତ୍ରିତ କରାଯିବ ଏବଂ କେଉଁ ସିମା ପର୍ଯ୍ୟନ୍ତ ଏହାକୁ ନିଆଯିବନାହିଁ ।

Leave A Reply

Your email address will not be published.