ଆଜି ଲଞ୍ଚ ହେବ Royal Enfield Classic 650, ଜାଣନ୍ତୁ ଏହାର ପ୍ରାଇସ୍ ଏବଂ ଫିଚର୍ସ

Royal Enfield ବାଇକଗୁଡିକ ଭାରତରେ ବହୁତ୍ ପପୁଲାର୍ । ଏହି ବ୍ରିଟିଶ୍ ବ୍ରାଣ୍ଡର ୩୫୦ cc ବାଇକ୍ ମଧ୍ୟରେ ବୁଲେଟ୍ ଏବଂ କ୍ଲାସିକର ବହୁତ ଡିମାଣ୍ଡ ରହିଛି । ସେହିଭଳି ଭାରତୀୟ ବଜାରରେ Super Meteor 650, Bear 650, Shotgun 650, Continental GT ଏବଂ Interceptor 650 ମଧ୍ୟ ସାମିଲ୍ ରହିଛି । ବର୍ତ୍ତମାନ ଆଉ ଏକ ନୂଆ ମୋଟରସାଇକେଲ ଏହି ୬୫୦ ସିସି ସେଗମେଣ୍ଟରେ ଏଣ୍ଟ୍ରି କରିଛି । ଯାହାର ନାମ ରହିଛି – Royal Enfield Classic 650 । ଏହି ପପୁଲାର୍ ବାଇକ୍ ଆଜି ଅର୍ଥାତ୍ ମାର୍ଚ୍ଚ ୨୭ ରେ ଲଞ୍ଚ ହୋଇଛି ।
Classic 650 ର ପାଓ୍ୱାର :
Royal Enfield ର ଏହି ନୂଆ ବାଇକରେ ୬୪୮ ସିସି, ଏୟାର/ଅଏଲ୍ କୁଲ୍ଡ ଇଞ୍ଚନ୍ ଲାଗିଛି । Classic 650 ରେ ଲାଗିଥିବା ଏହି ଇଞ୍ଜିନ୍ ୪୭hp ର ପାଓ୍ୱାର ଦେଇଥାଏ ଏବଂ ୫୨Nm ର ଟର୍କ ମଧ୍ୟ ଜେନେରେଟ୍ କରିଥାଏ । ଏହି ବାଇକର ଇଞ୍ଜିନ୍ ସହିତ ଏକ ୬-ସ୍ପିଡ୍ ଗିୟରବକ୍ସ ମଧ୍ୟ ଉପଲବ୍ଧ ରହିଛି । ଏହି Royal Enfield ର ଇଞ୍ଜିନକୁ ପୂର୍ବରୁ ଟେଷ୍ଟ ମଧ୍ୟ କରାଯାଇଛି ।
ଏଥି ସହ Royal Enfield Classic 350 ରେ ସିଙ୍ଗଲ-ସିଲିଣ୍ଡର, ୪-ଷ୍ଟ୍ରୋକ, ଏୟାର-ଅଏଲ୍ କୁଲ୍ଡ ଇଞ୍ଜିନ୍ ଲାଗିଛି । ମୋଟରସାଇକେଲରେ ଥିବା ୩୪୯ ସିସି ଇଞ୍ଜିନ୍ ୬,୧୦୦rpm ରେ ୨୦.୨bhp ର ପାଓ୍ୱାର ମିଳିଥାଏ ଏବଂ ୪,୦୦୦rpm ରେ ୨୭Nm ର ଟର୍କ ଜେନେରେଟ୍ କରିଥାଏ । ଏହା ସହିତ ଏହି ବାଇକର ଇଞ୍ଜିନରେ ଏକ ଇଲେକ୍ଟ୍ରୋନିକ୍ ଫୁଏଲ୍ ଇଞ୍ଜେକ୍ସନ୍ ସଷ୍ଟମ୍ ମଧ୍ୟ ଆଡ୍ କରାଯାଇଛି ।
Royal Enfield Classic 650 ର ପାଓ୍ୱାର Classic 350 ତୁଳନାରେ ଦିଇଗୁଣ ଅଧିକା । ଏହି ନୂଆ ବାଇକ୍ Classic 350 ଗୋଟିଏ ଲିଟର ପେଟ୍ରୋଲରେ ୩୫ କିଲୋମିଟର ଦୂରତା ଅତିକ୍ରମ କରିପାରିବ । ସେହିଭଳି ୬୫୦ ସିସି ବାଇକ୍ ବିଷୟରେ କହିବାକୁ ଗଲେ, ସଟଗନ୍ ୬୫୦, ୨୨kmpl ର ମାଇଲେଜ୍ ଦେବାକୁ ଦାବି କରେ ।
କେତେ ରହିଛି Classic 650 ର ପ୍ରାଇସ୍ :
Classic 650 ର ପ୍ରାଇସ୍ ସୁପର ମିଟିଓର ୬୫୦ ଏବଂ ସଟଗନ୍ ୬୫୦ ସହିତ ପାଖାପାଖି ହେବ । ସଟଗନ୍ ୬୫୦ ର ଏକ୍ସ-ସୋରୁମ୍ ପ୍ରାଇସ୍ ୩.୫୯ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି ଏବଂ ସୁପର ମିଟିଓର ୬୫୦ ର ଏକ୍ସ-ସୋରୁମ୍ ପ୍ରାଇସ୍ ୩.୬୪ ଲକ୍ଷ ଟଙ୍କାରୁ ଆରମ୍ଭ । ଏଥି ସହ କ୍ଲାସିକ୍ ୬୫୦ ର ଏକ୍ସ-ସୋରୁମ୍ ପ୍ରାଇସ୍ ହେଉଛି – ୧,୯୩,୦୮୦ ଟଙ୍କାରୁ ଆରମ୍ଭ ହୋଇ ୨.୩୦ ଲକ୍ଷ ଟଙ୍କା ପଯ୍ର୍ୟନ୍ତ ରହିଛି ।