ବ୍ୟବସାୟ ଓ ଅର୍ଥନୀତି

ବ୍ୟାଙ୍କରୁ ଆସୁଥିବା ମେସେଜ୍‌ରେ କ୍ଲିକ୍‌ କଲେ ଖାଲି ହୋଇପାରେ ଆପଣଙ୍କ ଖାତା, ହୋଇଯାଆନ୍ତୁ ସାବଧାନ!

ଦେଶରେ ବ୍ୟାକିଂଗ ସହ ଜଡିତ ଅଧିକାଂଶ କାମ ଲୋକମାନେ ନିଜ ଘରେ ରହି ଅନଲାଇନରେ ବ୍ୟାକିଂଗ ଜରିଆରେ କାମ କରୁଛନ୍ତି। ତେବେ ଏଭଳି କରୁଥିବା ଲୋକମାନେ ବର୍ତ୍ତମାନ ସାବଧାନ ହୋଇଯାଆନ୍ତୁ। ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(SBI) ନିଜ ଗ୍ରାହକଙ୍କୁ ମେସେଜ୍‌ ପଠାଇ ଏହି ସମ୍ପର୍କରେ ସର୍ତକ କରିଛି। ଯଦି ଆପଣ ଗତ ୧୮୦ ଦିନ ଅର୍ଥାତ ଛଅ ମାସ ମଧ୍ୟରେ ନିଜ ନେଟ୍‌ ବ୍ୟାକିଂଗ ପାସଓ୍ଵାର୍ଡକୁ ଅପଡେଟ୍‌ କରିନାହାନ୍ତି ତେବେ ଏହାକୁ ତୁରନ୍ତ ଅପଡେଟ୍‌ କରନ୍ତୁ। ଏଥିରେ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଏସବିଆଇର ଅନଲାଇନ ପୋର୍ଟଲକୁ ଯାଇ ନିଜ ବ୍ୟାଙ୍କ ଖାତାକୁ ଅପଡେଟ୍‌ କରିପାରିବେ।

ଏସବିଆଇ କହିବାନୁଯାୟୀ, ଲକଡାଉନ୍‌ ଜାରି ରହିଥିବାରୁ ଦେଶରେ ଚପଳମତି ହ୍ୟାକର୍‌ ଏସବିଆଇ ଗ୍ରାହକଙ୍କୁ ମେସେଜ୍‌ ପଠାଉଛନ୍ତି। ସେହି ମେସେଜ୍‌ ପଠାଯାଉଥିବା ଲିଙ୍କ୍‌ ଏସବିଆଇ ନେଟ୍‌ ବ୍ୟାକିଂଗ ପେଜ୍‌ ଭଳି ଦେଖାଯାଉଛି। ଏହାପରେ ମେସେଜ୍‌ ପଠାଇ ବ୍ୟାଙ୍କ ଗ୍ରାହକଙ୍କୁ ସେହି ଲିଙ୍କ ଉପରେ କ୍ଲିକ୍‌ କରିବାକୁ କାହିଥାଏ। ଯଦି ଆପଣ ବର୍ତ୍ତମାନ ସେହି ଲିଙ୍କ ଉପରେ କ୍ଲିକ୍‌ କରନ୍ତି ତେବେ ଆପଣଙ୍କ ସମସ୍ତ ଗୋପନୀୟ ସିକ୍ରେଟ ତଥ୍ୟ ହ୍ୟାକରଜଙ୍କ ପାଖରେ ପହଞ୍ଚିଯାଇଥାଏ ଏବଂ ଏହିଭଳି ସେମାନେ ଆପଣଙ୍କ ବ୍ୟାଙ୍କ ଖାତା ଖାଲି କରିଥାନ୍ତି।
ଏସବିଆଇ କହିବାନୁଯାୟୀ, ଯଦି ଆପଣଙ୍କ ପାଖରେ ଏଭଳି କିଛି ମେସେଜ୍‌ ଆସିଥାଏ ତେବେ ଆପଣ ଏହି ମେସେଜ୍‌କୁ ତୁରନ୍ତ ଅଣଦେଖା କରିବା ସହ ମେବେଜ୍‌କୁ ନିଜ ଫୋନରୁ ଡିଲିଟ୍‌ କରିଦିଅନ୍ତୁ।

ସିମ୍‌ ସ୍ୱାପିଂଗ ଜରିଆରେ ମଧ୍ୟ ହୋଇପାରନ୍ତି ଠକାମିର ସିକାର

ବ୍ୟାଙ୍କ କହିବାନୁଯାୟୀ ସେହିଭଳି ଆପଣଙ୍କ ପାଖକୁ ଏଭଳି କିଛି ମେସେଜ୍‌ ଆସିଥାଏ ତେବେ ଆପଣ ଏହା ସମ୍ପର୍କରେ ଅନ୍ୟ ଗ୍ରାହକଙ୍କୁ ମଧ୍ୟ ସଚେତନ କରାଇପାରିବେ। ଟେକନିକ୍‌ ସାହାଯ୍ୟରେ ଆମମାନଙ୍କ କାମ ସହଜ ତ ହୋଇଥାଏ କିନ୍ତୁ ଏଥିରେ କିଛି ସମସ୍ୟା ମଧ୍ୟ ରହିଥାଏ। ଅନେକ ଥର ହ୍ୟାକରମାନେ ସିମ୍‌ କଲିଂଗ କିମ୍ବା ସିମ୍‌ ସ୍ୱାପିଂଗ ଜରିଆରେ ଠକାମି କରିଥାନ୍ତି। ଏହି ଫ୍ରଡ କରୁଥିବା ବ୍ୟକ୍ତି ଆପଣଙ୍କ ସିମର ନକଲ ପ୍ରସ୍ତୁତ କରିଥାନ୍ତି। ସିମ ସ୍ୱେପର ଅର୍ଥ ହେଉଛି ସିମ୍‌ ବଦଳ କରି ପୁଣି ହ୍ୟାକରମାନେ ଆପଣଙ୍କ ଫୋନ ନମ୍ବରରୁ ଏକ ନୂଆ ସିମରେ ରେଜିଷ୍ଟ୍ରେସନ୍‌ କରିଥାନ୍ତି। ଏହାପରେ ଆପାଣଙ୍କ ସିମ୍‌ ବନ୍ଦ ହୋଇଯାଇଥାଏ। ସିମ୍‌ ବନ୍ଦ ହେବା ପରେ ଆପଣଙ୍କ ନମ୍ବରରେ ରେଜିଷ୍ଟେଡ ହୋଇଥିବା ଅନ୍ୟ ନମ୍ବରରେ ଆସିଥିବା ଓଟିପି ସାହାଯ୍ୟରେ କୌଣସି ବି ବ୍ୟକ୍ତି ଆପଣଙ୍କ ବ୍ୟାଙ୍କ ଖାତା ଖାଲି କରିପାରିବେ।
ଏହିକାରଣରୁ ଯଦି ଆପଣଙ୍କ ସିମରେ କିଛି ମେସେଜ୍‌ କିମ୍ବା ଆପଣଙ୍କ ଫୋନରେ କୌଣସି କଲ୍‌ ଆସିଥାଏ ତେବେ ତୁରନ୍ତ ଏହାର ସିକାର ହେବା ପୂର୍ବରୁ ସତର୍କ ରୁହନ୍ତୁ।

KNews Bureau

Recent Posts

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

3 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

12 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

12 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

30 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

30 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

34 mins ago