ନୂଆଦିଲ୍ଲୀ: ଫେସ୍ବୁକ୍ ପରେ ଟେକ୍ନୋଲୋଜୀ କମ୍ପାନୀ ‘ଗୁଗଲ’ର ସୋସିଆଲ ମିଡିଆ ‘ଗୁଗଲ ପ୍ଲସ’କୁ ହ୍ୟାକିଙ୍ଗ ବିପଦ ଘାରିଛି । ୫ଲକ୍ଷ ଗୁଗଲ ପ୍ଲସ ଆକାଉଣ୍ଟ ସମ୍ଭାବିତ ବିପଦ ଥିବା କଥା କହିଛି ଗୁଗଲ । କମ୍ପାନୀ ପକ୍ଷରୁ ବର୍ତ୍ତମାନ ସୋସିଆଲ ନେଟୱାର୍କିଙ୍ଗ ସାଇଟରୁ ଗୁଗଲ ପ୍ଲସକୁ ବନ୍ଦ କରିବାକୁ ଯାଉଛି । ଜାତୀୟ ଗଣମାଧ୍ଯମର ରିପୋର୍ଟ ଅନୁସାରେ ଗୁଗଲ ପ୍ଲସ ଡାଟାକୁ ହ୍ୟାକର୍ସମାନେ ସାର୍ବଜନିକ କରିବା ପାଇଁ ଷଡଯନ୍ତ୍ର କରୁଥିଲେ।
ଦି ୱାଲ ଷ୍ଟ୍ରିଟ ଜର୍ନାଲ ରିପୋର୍ଟ ଅନୁସାରେ ହ୍ୟାକର୍ସମାନେ କେମିତି ଡାଟା ସାର୍ବଜନୀକ କରିଥାନ୍ତେ ସେବିଷୟରେ ଗୁଗଲ ସିକ୍ୟୁରିଟି କିଛି କହିନାହିଁ । ରିପୋର୍ଟ ଅନୁସାରେ ଏକ ସଫ୍ଟୱେର ବଳରେ ଅନ୍ୟ ଏକ ସଫ୍ଟୱେର କମ୍ପାନୀକୁ ପ୍ରାଇଭେଟ ଗୁଗଲ ପ୍ଲସ ପ୍ରୋଫାଇଲ ଆକ୍ସସେସ୍ ମିଳି ଯାଇଥିଲା । ୨୦୧୫ ରୁ ୨୦୧୮ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ଡାଟା ଥିଲା ।
ଗୁଗଲ କହିବା ଅନୁସାରେ ପ୍ରଭାବିତ ଡାଟାରେ ବିକଳ୍ପ ଗୁଗଲ ପ୍ଲସ ପ୍ରୋଫାଇଲରେ ଦିଆଯାଇଥିବା ନାମ, ଇମେଲ, ବ୍ୟବସାୟ ଆଦି ବ୍ୟକ୍ତିଗତ ଡାଟା ସାମିଲ ରହିଛି । ଗ୍ରାହକଙ୍କ ବ୍ୟକ୍ତିଗତ ଡାଟା ଭୁଲ ଉଦ୍ଦେଶ୍ୟରେ ବ୍ୟବହାର ହୋଇ ନଥିବାବେଳେ, ମାତ୍ର ୫ ଲକ୍ଷ ଗ୍ରାହକଙ୍କ ପାଇଁ ବିପଦପୂର୍ଣ୍ଣ ଥିଲା ବୋଲି ଗୁଗଲ କହିଛି । ।