ଏବେ BS-VI ଗାଡିରେ ମଧ୍ୟ CNG ଏବଂ LPG କିଟ୍‌ ଲଗାଇପାରିବେ ଲୋକ, ଜାଣନ୍ତୁ ସରକାରଙ୍କ ନୂଆ ନିୟମ

ଯଦି ଆପଣ BS-VI ପେଟ୍ରୋଲ କାର ଚଲାଉଛନ୍ତି ତାହେଲେ ଏହି ଖବର ଆପଣ ଜାଣିବା ବହୁତ ଜରୁରୀ। କାହିଁକିନା ଏବେ ଆପଣ ନିଜ BS-VI କାରରେ ମଧ୍ୟ ସିଏନଜି ଏବଂ ଏଲପିଜି କିଟ୍‌ ଲଗାଇପାରିବେ। ନିକଟରେ ସରକାର ପେଟ୍ରୋଲ ଏବଂ ଡିଜେଲ ବାହନରେ CNG ଏବଂ LPG କିଟ୍‌ ରେଟ୍ରୋଫିଟମେଣ୍ଟ କରିବାର ଅନୁମତି ଦେଇଥିଲେ।

ତେବେ ସରକାର ନିୟମରେ ପରିବର୍ତ୍ତନ କରି BS-6 ଉତ୍ସର୍ଜନ ମାନକ ଥିବା ବାହନରେ ମଧ୍ୟ ସିଏନଜି ଏବଂ ଏଲପିଜି କିଟ୍‌ ଲଗାଇବାର ପରମିଶନ୍‌ ଦେଇଛନ୍ତି। ଯଦିଓ ଏହା ପୂର୍ବରୁ BS-4 କିମ୍ବା ଏହାଠାରୁ କମ୍‌ ଉତ୍ସର୍ଜନ ମାନକ ଥିବା ଗାଡିରେ CNG ଏବଂ LPG କିଟ୍‌ ଲଗାଯାଇପାରିଥାନ୍ତା।

କେନ୍ଦ୍ରୀୟ ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ଏକ ନୋଟିଫିକେସନ୍‌ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ଭାରତ ଷ୍ଟେଜ (BS-VI) ଗାଡି ଗୁଡିକ ମାମଲାରେ CNG ଏବଂ LPG କିଟର ରେଟ୍ରୋ ଫିଟମେଣ୍ଟ କରାଯାଇପାରିବ। ଏହାସହିତ ୩.୫ ଟନରୁ କମ୍‌ ଓଜନ ଥିବା ଡିଜେଲ ଇଞ୍ଜିନକୁ ବି ଇଞ୍ଜିନରେ ପରିବର୍ତ୍ତନ କରିପାରିବେ।

ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ CNG ଏବଂ LPG ପରିବେଶ ପାଇଁ ଅନୁକୂଳ ଇନ୍ଧନ। ଏହା ପେଟ୍ରୋଲ ଏବଂ ଡିଜେଲ ଇଞ୍ଜିନ୍‌ ତୁଳନାରେ କାର୍ବନ ମନୋଅକ୍ସାଇଡ, ହାଇଡ୍ରୋକାର୍ବନ, ପାର୍ଟିକୁଲେଟ ମ୍ୟାଟର ଏବଂ ଧୂଆଁର ଉତ୍ସର୍ଜନ ସ୍ତରକୁ କମ୍‌ କରିବ। ପ୍ରଦୂଷଣକୁ ବି ନିୟନ୍ତ୍ରଣ କରିବ। ଏହାସହିତ ଏହାମଧ୍ୟ କୁହାଯାଇଛି ନୋଟିଫିକେସନ ଲୋକଙ୍କୁ ହେତୁକୁ ଧ୍ୟାନରେ ରଖି ପରାମର୍ଶ ନେବା ପରେ ହିଁ ପ୍ରସ୍ତୁତ କରାଯାଇଛି।

ଏବେ ପର୍ଯ୍ୟନ୍ତ କେବଳ ବିଏସ-ଆଇଭି ଉତ୍ସର୍ଜନ ମାନକଙ୍କୁ ପୂରା କରୁଥିବା ବାହନରେ ହିଁ ସିଏନଜି ରେଟ୍ରୋଫିଟମେଣ୍ଟ କରିବାର ଅନୁମତି ଥିଲା। କିନ୍ତୁ ଏବେ ବାହନରେ CNG/LPGକିଟ୍‌ ଲଗାଇବା ଦ୍ୱାରା ନା କେବଳ ପ୍ରଦୂଷଣ ନିୟନ୍ତ୍ରଣରେ ରହିବ ବରଂ ବାହନ ଚାଳକଙ୍କୁ ମଧ୍ୟ ସହଜ ହେବ। ଏହା ଜରିଆରେ ଇନ୍ଧନ ଉପରେ ହେଉଥିବା ଖର୍ଚ୍ଚ ବି କମ୍‌ ଆସିବ।

କେନ୍ଦ୍ରୀୟ ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ନିଜର ଡ୍ରାଫ୍ଟ ନୋଟିଫିକେସନରେ କହିଥିଲା ଯେ ୩.୫ ଟନ୍‌ ଓଜନ ପର୍ଯ୍ୟନ୍ତର ଗାଡିରେ ରେଟ୍ରୋଫିଟେଡ ସିଏନଜି କିଟ୍‌ ଲଗାଯାଇପାରେ। ଏହା ତିନି ବର୍ଷ ପାଇଁ ଭ୍ୟାଲିଡ୍‌ ରହିବ। ଯଦିଓ ଏହାକୁ ଆଗାମୀ ତିନି ବର୍ଷ ପାଇଁ ରିନ୍ୟୁ କରାଯାଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.