ପୁଣି ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼: LPG ପରେ ଏବେ ୨ ଟଙ୍କା ବଢ଼ିଲା CNG ଦର; ଜାଣନ୍ତୁ ଏବେ କେତେ ହେଲା ଦାମ୍‌

ଗ୍ୟାସ୍‌ ପରେ ଏବେ ବଢ଼ିଲା କମ୍ପ୍ରେସ୍‌ଡ ନ୍ୟାଚୁରାଲ ଗ୍ୟାସ୍‌ ବା ସିଏନ୍‌ଜି ଦର। ଦିଲ୍ଳୀ ଏନ୍‌ସିଆରରେ ସିଏନ୍‌ଜି ଦାମ୍‌ କିଲୋ ପ୍ରତି ୨ଟଙ୍କା ବଢ଼ିଛି। ଇନ୍ଦ୍ରପ୍ରସ୍ଥ ଗ୍ୟାସ୍‌ ଲିମିଟେଡ୍‌ (IGL) ପକ୍ଷରୁ ଦେଶର ଅନ୍ୟ ସ୍ଥାନରେ ମଧ୍ୟ ସିଏନ୍‌ଜି ଦର ବଢ଼ାଯାଇଛି। ରବିବାର ଅର୍ଥାତ୍‌ ଆଜି ସକାଳୁ ସବୁ ଆଡ଼େ ସିଏନ୍‌ଜିର ନୂଆ ଦର ଲାଗୁ ହୋଇଛି।

ଇନ୍ଦ୍ରପ୍ରସ୍ଥ ଗ୍ୟାସ୍‌ ଲିମିଟେଡ୍‌ ପକ୍ଷରୁ ଦର ବଢ଼ାଯିବା ପରେ ଏବେ ଦିଲ୍ଲୀରେ ସିଏନ୍‌ଜି ଦାମ୍‌ କିଲୋ ପ୍ରତି ୭୩ ଟଙ୍କା ୬୧ ପଇସା ହୋଇଛି। ସେହିପରି ନୋଏଡ଼ାରେ ୭୬.୧୭ ଟଙ୍କା ଓ ଗୁରୁଗ୍ରାମ୍‌ରେ ୮୧.୯୪ ଟଙ୍କା ହୋଇଛି।

କେବଳ ଦିଲ୍ଲୀରେ ନୁହେଁ, ଦିଲ୍ଲୀ ବାହାରେ ମଧ୍ୟ ଇନ୍ଦ୍ରପ୍ରସ୍ତ ଗ୍ୟାସ୍‌ ଲିମିଟେଡ୍‌ ପକ୍ଷରୁ ସିଏନ୍‌ଜି ଦାମ୍‌ ବୃଦ୍ଧି କରାଯାଇଛି। ହରିୟାଣାର ରେଓ୍ଵାଡ଼ିରେ ସିଏନ୍‌ଜି କିଲୋଗ୍ରାମ୍‌ ପ୍ରତି ୮୪.୦୭ ଟଙ୍କାରେ ବିକ୍ରି ହେଉଛି। ସେହିପରି କରନାଲ ଓ କୈଥଲରେ କିଲୋଗ୍ରାମ୍‌ ପ୍ରତି ୮୨.୨୭ ଟଙ୍କା, କାନପୁର, ହମିରପୁର ଓ ଫତେହପୁରରେ କିଲୋଗ୍ରାମ୍‌ ପ୍ରତି ୮୫.୪୦ ଟଙ୍କା, ଆଜମେର, ପାଲୀ ଓ ରାଜସମନ୍ଦରେ କିଲୋଗ୍ରାମ୍‌ ପ୍ରତି ୮୩.୯୯ ଟଙ୍କାରେ ସିଏନ୍‌ଜି ବିକ୍ରି ହେଉଛି।


ଏହା ପୂର୍ବରୁ ଦିଲ୍ଲୀ-ଏନ୍‌ସିଆରରେ ସିଏନ୍‌ଜି ଦାମ୍‌ ୧୪ ଏପ୍ରିଲରେ ବଢ଼ିଥିଲା। ସେତେବେଳେ ସିଏନ୍‌ଜିର ଦାମ୍‌ କିଲୋଗ୍ରାମ୍‌ ପ୍ରତି ୨.୫୦ ଟଙ୍କା ବୃଦ୍ଧି ପାଇଥିଲା। ସେତେବେଳେ ପୂର୍ବରୁ ଦିଲ୍ଲୀରେ ସିଏନ୍‌ଜିର ଦର କିଲୋ ପ୍ରତି ୬୯.୧୧ ଟଙ୍କା ଥିବା ବେଳେ ଦାମ୍‌ ବଢ଼ିବା ପରେ ୭୧.୬୧ ଟଙ୍କା ହୋଇଥିଲା। ଏବେ ଏହା ଆହୁରି ୨ ଟଙ୍କା ବଢ଼ି ୭୩.୬୧ ଟଙ୍କାରେ ପହଞ୍ଚିଛି।

Also Read: ଯୁଦ୍ଧ ବିରତି ଲାଗି ପ୍ରଥମ ଥର ପାଇଁ ରୁଷ୍‌ ସହ ଆଲୋଚନା କଲା ଆମେରିକା, ଘଣ୍ଟାଏ କଥା ହେଲେ ପ୍ରତିରକ୍ଷା ସଚିବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.