କୋଷ୍ଟ ଗାର୍ଡରେ ଖାଲିପଡିଛି ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦବୀ, ଜାଣନ୍ତୁ କେମିତି କରିବେ ଆବେଦନ

କୋଷ୍ଟ ଗାର୍ଡ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସିଖବର। ଆପଣଙ୍କ ପାଖରେ ରହିଛି ସୁବର୍ଣ୍ଣ ସୁଯୋଗ। ଭାରତୀୟ ତଟ ବାହିନୀରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଇଣ୍ଡିଆନ କୋଷ୍ଟ ଗାର୍ଡ ତରଫରୁ ଆସିଷ୍ଟାଣ୍ଟ କମାଣ୍ଟାଣ୍ଟ ପଦବୀରେ ବମ୍ପର ନିଯୁକ୍ତି ହେଉଛି। ଯେଉଁ ଇଚ୍ଛକ ପ୍ରାର୍ଥୀ ଏହି ପଦବୀରେ ଚାକିରି କରିବାକୁ ଚାହୁଁଛନ୍ତି, ସେମାନେ ଏହାର ଅଧିକାରିକ ୱେବସାଇଟ joinindiancoastguard.gov.in. କୁ ଯାଇ ଅନଲାଇନ ଆବେଦନ କରିପାରିବେ।

ଜରୁରୀ ତାରିଖ: ଏଠାରେ ଆବେଦନ କରିବାର ପ୍ରକ୍ରିୟା ୧୬ ଫେବୃଆରୀରୁ ଆରମ୍ଭ ହୋଇ ୨୬ ଫେବୃଆରୀ ପର୍ଯ୍ୟନ୍ତ ଆବେଦନ କରିପାରିବେ।

ପଦବୀ ବିବରଣୀ :

କୋଷ୍ଟ ଗାର୍ଡ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ

ଆବେଦନ ଶୁଳ୍କ: ସାଧାରଣ ବର୍ଗ, ଓବିସି/ EWS ପ୍ରାର୍ଥୀଙ୍କ ପାଇଁ ୨୫୦ ଟଙ୍କା ରହିଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀ ନିଶୁଳ୍କ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା : ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ପଦବୀ ଅନୁସାରେ ନିର୍ଦ୍ଧାରିତ କରାଯାଇଛି। ଅଧିକ ଜାଣିବା ପାଇଁ ନୋଟିଫିକେସନ ଡାଉନଲୋଡ କରନ୍ତୁ।

ବୟସ ସୀମା : ଆବେଦନକାରୀଙ୍କ ବୟସ ପଦବୀ ଅନୁସାରେ ଭିନ୍ନ ଭିନ୍ନ ରହିଛି। ଅଧିକା ଜାଣିବା ପାଇଁ ନୋଟିଫିକେସନ ଦେଖିପାରିବ।

ଆବେଦନ ପ୍ରକ୍ରିୟା : ଆବେଦନକାରୀ ଅଫିସିଆଲ ୱେବସାଇଟକୁ ଯାଇ ଅଧିସୂଚନା ଡାଉନଲୋଡ କରି ପଢିବା ପରେ ନିର୍ଦ୍ଦେଶ ଅନୁଯାୟୀ ଅନଲାଇନ ଆବେଦନ କରିପାରିବେ। ଆବେଦନପତ୍ରରେ କୌଣସି ପ୍ରକାର ତ୍ରୁଟି ନ ରହିବା ଉଚିତ।

ଅଧିକ ଜାଣିବା ପାଇଁ କ୍ଲିକ କରନ୍ତୁ:

https://freeebook.jagranjosh.com/free-pdf-page?file=download-coast-guard-ac-recruitment-2022-notification-pdf-here.pdf