ମାଗଣାରେ ମାଳଦ୍ୱୀପ ବୁଲିବାର ସୁବର୍ଣ୍ଣ ସୁଯୋଗ, ଡିଲକ୍ସ ଭିଲ୍ଲା ଠାରୁ ଆରମ୍ଭ କରି ସି ପ୍ଲେନରେ ବୁଲିବାର ପର୍ଯ୍ୟନ୍ତ ମିଳିବ ସୁବିଧା

ମାଳଦ୍ୱୀପ ଏପରି ଏକ ଜାଗା ଯେଉଁଠିକି ସମସ୍ତେ ଯିବାକୁ ପସନ୍ଦ କରନ୍ତି। ଏହି ସୁନ୍ଦର ଆଇଲ୍ୟାଣ୍ଡକୁ ଯିବା ପାଇଁ ପ୍ରତ୍ୟେକ ଲୋକ ଇଚ୍ଛା ପ୍ରକାଶ କରିଥାନ୍ତି। ଏଠାରେ ସମୁଦ୍ର, ଆଡଭେଞ୍ଚର, ଧଳା ବାଲି, ପାଣି ଉପରେ ନିର୍ମିତ କଟେଜ, ଖାଇବା ଇତ୍ୟାଦିର ମଜା ଉଠାଇବାକୁ ସମସ୍ତେ ଚାହାନ୍ତି। ଅନେକ ଲୋକଙ୍କର ମାଲଦ୍ୱୀପ ଡ୍ରିମ୍‌ ଡେଷ୍ଟିନେସନ ରହିଥାଏ। ତେଣୁ ଏଠାକୁ ଲୋକେ ବୁଲିବାକୁ ଆଉ ନବବିବାହିତ ଦମ୍ପତି ହନିମୁନରେ ଯାଇଥାନ୍ତି।

ଏଠାରେ ବର୍ଷ ତମାମ ପାଗ ଭଲ ରହିଥାଏ। କିନ୍ତୁ ଡିସେମ୍ବରରୁ ଏପ୍ରିଲ ଏଠାରେ ଅଧିକ ଭିଡ ଦେଖିବାକୁ ମିଳିଥାଏ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ବୁଲିବାକୁ ଯାଆନ୍ତି। ଯଦି ଆପଣ ମାଲଦ୍ୱୀପ ବୁଲିବାକୁ ଯିବାକୁ ପ୍ଲାନ କରୁଥାନ୍ତି, ତେବେ ପୂର୍ବରୁ ପ୍ଲାନିଂ କରି ବଜେଟ ଅନୁସାରେ ଏଠାକୁ ଯାଆନ୍ତୁ। କିନ୍ତୁ ଆମେ ଆଜି ଯେଉଁ ୁପାୟ କହିବୁ, ସେ ଉପାୟ ଆପଣାଇଲେ ଆପଣ ମାଗଣାରେ ମାଳଦ୍ୱୀପ ବୁଲିବାକୁ ଯାଇପାରିବେ ଏବଂ ବିଳାସପୂର୍ଣ୍ଣ ସୁବିଧାର ମଜା ନେଇପାରିବେ।

maldives
Photo credit: Travel+Leisure

ମାଗଣାରେ ମାଳଦ୍ୱୀପ କେମିତି ଯିବେ :

Coco Collection Resort ଇନଷ୍ଟାଗ୍ରାମ ପୋଷ୍ଟ ମୁତାବକ, ମାଳଦ୍ୱୀପରେ କୋକେ କଲେକ୍ସନ ରିସୋର୍ଟର ଜଣେ ବ୍ୟକ୍ତି ୩ ସପ୍ତାହ ପାଇଁ ଇଣ୍ଟର୍ନସିପର ସୁଯୋଗ ଦେଉଛନ୍ତି। କୋରଲ ରିଫ ଗାର୍ଡନର ହେବା ପାଇଁ ରିସୋର୍ଟ ଜଣେ ବ୍ୟକ୍ତିଙ୍କୁ ମାଗଣାରେ ମାଲଦ୍ୱୀପରେ ରହିବାର ସୁଯୋଗ ଦେଉଛି। ବ୍ୟକ୍ତିଙ୍କୁ ଇନ ହାଉସ ମରୀନ ଏଜୁକେଟରଙ୍କ ସହିତ କାମ କରିବାକୁ ପଡିବ। କୋରଲ ରିଫ ଗାର୍ଡନର ଅର୍ଥାତ୍‌ ଯେଉଁମାନେ ମୃତ କୋରଲ ରିଫକୁ ପୁଣି ସଂରକ୍ଷିତ କରିପାରିବେ। ଏହି ରିସୋର୍ଟ ପାଖରେ ସ୍ୱତନ୍ତ୍ର ପ୍ରକାରର ପ୍ରବାଳ ଦେଖିବାକୁ ମିଳିଥାଏ।

ମାଳଦ୍ୱୀପରେ ପାଣିପାଗ ପରିବର୍ତ୍ତନ ହେବା ଯୋଗୁଁ ସମୁଦ୍ର ଇକୋ ସିଷ୍ଟମକୁ କ୍ଷତି ପହଞ୍ଚୁଛି। ସମୁଦ୍ରର ତାପମାତ୍ରା ବୃଦ୍ଧି, ଅମ୍ଲୀକରଣ, ସମୁଦ୍ର ସ୍ତର ବୃଦ୍ଧି ପାଇବା, ବର୍ଷା ଯୋଗୁଁ ମଧ୍ୟ ଇକୋ ସିଷ୍ଟମ ପ୍ରଭାବିତ ହେଉଛି। ଏହାର ପ୍ରଭାବ କୋରଲ ରିଫ ଉପରେ ପଡୁଛି ଓ ସେମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ଏହାର ଦେଖାଶୁଣା ଏବଂ ସରଂକ୍ଷଣ ପାଇଁ କୋରଲ ରିଫ ଗାର୍ଡନରଙ୍କୁ ଇଣ୍ଟର୍ନସିପର ସୁଯୋଗ ଦିଆଯାଉଛି।

 

View this post on Instagram

 

A post shared by Coco Collection (@coco_resorts)

ଯଦି କେହି ଇଣ୍ଟର୍ନସିପ କରିବାକୁ ଚାହୁଁଛନ୍ତି, ସେମାନେ ୨-୩ ମିନିଟ୍‌ ଭିଡିଓ କରିବେ, ଯେଉଁଥିରେ ସେ କ’ଣ ପାଇଁ ଏହି ଇଣ୍ଟର୍ନସିପ କରିବାକୁ ଚାହୁଁଚନ୍ତି ଏବଂ ସେ ଉପଯୁକ୍ତ । ଏହା ସହିତ ୫୦୦ ଶବ୍ଦର ଲେଟର ମଧ୍ୟ ଦେବାକୁ ହେବ। ଅପ୍ଲାଏ କରୁଥିବା ବ୍ୟକ୍ତିଙ୍କ ବୟସ ୧୮ ବର୍ଷରୁ ଅଧିକ ହେବା ଜରୁରୀ। ୧୨ ମଇ ପର୍ଯ୍ୟନ୍ତ ଶେଷ ତାରିଖ ରହିଥିବା ବେଳେ ଜୁନ ୨ରେ ବିଜେତାଙ୍କ ନାମ ଘୋଷଣା କରାଯିବ। ଯେଉଁ ଇଣ୍ଟର୍ନଙ୍କୁ ସିଲେକ୍ଟ କରାଯିବ, ତାଙ୍କୁ କୋକୋ ପାମ୍‌ ଘୁନୀ କ୍ଲୋହୁ ରିସୋର୍ଟ ଯିବେ ଏବଂ ଇଣ୍ଟର୍ନସିପ ପରେ ସେପପ୍ଟେମ୍ବରରେ ପ୍ଲେସମେଣ୍ଟ ମିଳିବ। ଇଣ୍ଟର୍ନସିପରେ ସିଲେକ୍ଟ ହୋଇଥିବା ବ୍ୟକ୍ତିଙ୍କୁ ଏହିସବୁ ସୁବିଧା ମିଳିବ।

 

View this post on Instagram

 

A post shared by Coco Collection (@coco_resorts)

– ମାଳଦ୍ୱୀପ ପାଇଁ ରାଉଣ୍ଡଟ୍ରିପ ଉଡାଣ

– କୋକୋ ପାମ୍‌ ରିସୋର୍ଟକୁ ଯିବା ଆସିବା ପାଇଁ ସି ପ୍ଲେନ୍‌

– ଡିଲକ୍ସ ଭିଲାରେ ୩ ସପ୍ତାହ ରହିବା ମାଗଣା

– ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତିର ଖାଇବା ମାଗଣା

– କ୍ରୁଜରେ ସୂର୍ଯ୍ୟାସ୍ତ ଦେଖିବାର ମଜା

– ସ୍ପା ଟ୍ରିଟମେଣ୍ଟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.