ଆଜିଠୁ ପୁଣି ମହଙ୍ଗା ହେଲା ଏଲପିଜି ଗ୍ୟାସ ସିଲିଣ୍ଡର, ଜାଣନ୍ତୁ କେତେ ବଢ଼ିଲା ଦାମ୍

ଆଜିଠୁ ବଢ଼ିଛି ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍। କିନ୍ତୁ ଘରୋଇ ଏଲପିଜି ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। କେବଳ କମର୍ସିଆଲ ୧୯ କେଜିଯୁକ୍ତ ଗ୍ୟାସ ସିଲିଣ୍ଡର ଦାମ୍ ବଢ଼ିଛି।
ରିପୋର୍ଟ ମୁତାବକ, ଅଗଷ୍ଟ ୧ରୁ ଇଣ୍ଡେନର ଏଲପିଜି ସିଲିଣ୍ଡର ପୁରୁଣା ଦାମରେ ହିଁ ଉପଲବ୍ଧ ହେବ। ସାଧାରଣତଃ ପ୍ରତି ମାସର ପହିଲାରେ ଗ୍ୟାସ ସିଲିଣ୍ଡର ରେଟ୍ ରିଭାଇଜ କରାଯାଏ। ଗତ ମାସରେ ଏଲପିଜି ସିଲିଣ୍ଡର ଦାମ୍ ୨୫ ଟଙ୍କା ବଢ଼ିଥିଲା।
ଅନ୍ୟପଟେ ଚଳିତମାସରେ ୧୯ କିଲିଆ ସିଲିଣ୍ଡର ଦାମ୍ ୭୩ ଟଙ୍କା ବଢ଼ିଛି। ଇଣ୍ଡିଆନ ଅଏଲ ୱେବସାଇଟ ମୁତାବକ, ଦିଲ୍ଲୀରେ ଏବେ ଏହାର ଦର ୧୫୫୦ରୁ ବଢ଼ି ୧୬୨୩ ଟଙ୍କା ପ୍ରତି ସିଲିଣ୍ଡର ହୋଇଛି। କୋଲକାତାରେ ୧୬୨୯ରୁ ବଢ଼ି ୧୭୦୧.୫୦ ହୋଇଛି। ସେହିପରି ମୁମ୍ବାଇରେ ସିଲିଣ୍ଡର ପିଛା ଦର ୧୫୦୭ରୁ ବଢ଼ି ୧୫୭୯.୫ ଟଙ୍କା ହୋଇଛି।