ଆର୍ଥିକ ବର୍ଷ ଆରମ୍ଭରୁ ମହଙ୍ଗା ମାଡ, ୨୫୦ ଟଙ୍କା ବଢିଲା LPG ସିଲିଣ୍ଡର ଦାମ୍‌

ଏପ୍ରିଲ ମାସ ଆରମ୍ଭ ହେଉ ହେଉ ଅଣସବସିଡି ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ବୃଦ୍ଧି ପାଇଛି। ଅଣ ସବସିଡି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୨୫୦ ଟଙ୍କା ବୃଦ୍ଧି ପାଇଛି। ଘରୋଇ ଏଲପିଜି ସିଲିଣ୍ଡ ନୁହେଁ କର୍ମସିଆଲ ସିଲିଣ୍ଡର ଦାମ୍‌ରେ ଏହି ଦରବୃଦ୍ଧି ଘଟିଛି। ଏହା ପୂର୍ବରୁ ୧୦ ଦିନ ତଳେ ଘରୋଇ ସିଲିଣ୍ଡର ଦାମ୍‌ ବଢିଥିଲା। ମାର୍ଚ୍ଚରେ କର୍ମସିଆଲ ଗ୍ୟାସ ସିଲିଣ୍ଡର ଦାମ୍‌ ୧୦୫ ଟଙ୍କା ବଢିବା ପରେ ୨୨ ମାର୍ଚ୍ଚରେ ୯ ଟଙ୍କା ଶସ୍ତା ହୋଇଥିଲା।

ଫଳରେ ଆଜିଠାରୁ ଦିଲ୍ଲୀରେ ୧୯ କିଲୋ ବିଶିଷ୍ଟ ସିଲିଣ୍ଡରର ଦାମ୍ ୨୨୫୩ ଟଙ୍କାରେ ପହଞ୍ଚିଛି । ଗତ ଦୁଇ ମାସ ମଧ୍ୟରେ ୧୯ କେଜିଆ ଏଲପିଜି ସିଲିଣ୍ଡରର ମୂଲ୍ୟ ୩୪୬ ଟଙ୍କା ବଢ଼ିଛି। ଅନ୍ୟପକ୍ଷରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ବୃଦ୍ଧି ଘଟିନାହିଁ । ଦିଲ୍ଲୀରେ ଘରୋଇ ସିଲିଣ୍ଡରର ମୂଲ୍ୟ ୯୪୯.୫୦, କୋଲକାତାରେ ୯୭୬, ମୁମ୍ବାଇରେ ୯୪୯.୫୦ ଓ ଚେନ୍ନାଇରେ ୯୬୫.୫୦ ଟଙ୍କା ରହିଛି । ୧୯ କେଜି ସିଲିଣ୍ଡର ଗତ ମାର୍ଚ୍ଚ ୧ରେ ୨୦୧୨ ଟଙ୍କା ରହିଥିବା ବେଳେ ମାର୍ଚ୍ଚ ୨୨ରେ ୨୦୦୩ ଟଙ୍କାକୁ ହ୍ରାସ ପାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.