ମାସ ଆରମ୍ଭରୁ ଗ୍ରାହକଙ୍କୁ ଝଟ୍କା, ବଢିଲା ଗ୍ୟାସ ସିଲିଣ୍ଡର ଦାମ୍

ଅଗଷ୍ଟ ଆରମ୍ଭରୁ ଗ୍ରାହକଙ୍କୁ ଝଟକା ଲାଗିଛି । ପୁଣି ଲୋକଙ୍କୁ ମହଙ୍ଗା ଛାଟ୍ । ପନିପରିବା ଦାମ୍ ହୁ ହୁ ବଢୁଥିବା ବେଳେ ପୁଣି ଗ୍ୟାସ୍ ଦାମ୍ ବଢିଛି । ସାଧାରଣ ଗ୍ରାହକଙ୍କ ପକେଟ ଉପରେ ଏହାର ପ୍ରଭାବ ପଡିଛି । ଏବେ ମହଙ୍ଗା ହେଲା ଗ୍ୟାସ୍ ସିଲିଣ୍ଡର । ବଢିଲା ରୋଷେଇ ଗ୍ୟାସ ସିଲିଣ୍ଡର ଦାମ୍ । ୧୯ କିଲୋ ଏଲପିଜି ସିଲିଣ୍ଡର ଦାମ୍ ୮.୫୦ ଟଙ୍କା ବୃଦ୍ଧି ପାଇଛି । ତେବେ ୧୪ କିଲୋ ଘରୋଇ ଗ୍ୟାସ ସିଲିଣ୍ଡର ଦାମ୍ରେ କୌଣସି ପରିବର୍ତ୍ତନ ହୋଇନାହିଁ ।
ଦିଲ୍ଲୀରୁ ଆରମ୍ଭ କରି ମୁମ୍ବାଇ ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍ ବୃଦ୍ଧି ପାଇଛି । ଦିଲ୍ଲୀରେ ୧୯ କିଲୋ ଏଲପିଜି ସିଲିଣ୍ଡର ଦାମ ୧୬୪୬ ଟଙ୍କା ବଦଳରେ ୧୬୫୨.୫୦ ଟଙ୍କାରେ ମିଳିବ । ଏଠାରେ ୬.୫୦ ଟଙ୍କା ଏଲପିଜି ଦାମ୍ ବୃଦ୍ଧି ପାଇଛି । କୋଲକତାରେ ୧୯ କିଲୋ ସିଲିଣ୍ଡର ଦାମ୍ ୮.୫୦ ଟଙ୍କା ବଢି ୧୭୬୪.୫୦ ଟଙ୍କା ହୋଇଛି । ମୁମ୍ବାଇରେ ୧୬୦୫ ଟଙ୍କା ଏବଂ ଚେନ୍ନାଇରେ ୧୮୧୭ ଟଙ୍କା ହୋଇଛି ସିଲିଣ୍ଡର ଦାମ୍ ।
ତେବେ ବିନା ସବସିଡି ୧୪.୨ କିଲୋ ରୋଷେଇ ସିଲିଣ୍ଡର ଦାମ୍ରେ କୌଣସି ପରିବର୍ତ୍ତନ ହୋଇନାହିଁ । ଦିଲ୍ଲୀରେ ୮୦୩ ଟଙ୍କା, କୋଲକତାରେ ୮୨୯ ଟଙ୍କା, ମୁମ୍ବାଇରେ ୮୦୨.୫୦ ଟଙ୍କା, ଚେନ୍ନାଇ ୮୧୮.୫୦ ଟଙ୍କାରେ ମିଳିବ ।
ଏହା ପୂର୍ବରୁ ଜୁଲାଇରେ କର୍ମସିଆଲ ଗ୍ୟାସ ଦର ବଢିଥିଲା ।
ଗତ ମାର୍ଚ୍ଚରେ କର୍ମସିଆଲ ଗ୍ୟାସ୍ ଦାମ ୩୫୦.୫୦ ଟଙ୍କା ବଢ଼ିଥିଲା । ଗତ ଜୁନ୍ ୧ ତାରିଖରେ କମର୍ସିଆଲ ସିଲିଣ୍ଡର ଦାମ୍ ୮୩.୫ ଟଙ୍କା ଶସ୍ତା କରାଯାଇଥିଲା । ଏହା ପୂର୍ବରୁ ମେ’ରେ ଏହି ଗ୍ୟାସ୍ ଦାମ ୧୭୨ ଟଙ୍କା କମ୍ ହୋଇଥିଲା ।