ମାସ ଆରମ୍ଭରୁ ଗ୍ରାହକଙ୍କୁ ଆଶ୍ୱସ୍ତି, କମିଲା ଏଲପିଜି ସିଲିଣ୍ଡର ଦାମ୍
![lpg gyas](https://knewsodisha.com/wp-content/uploads/2022/09/lpg-gyas.jpg)
ଜୁଲାଇ ମାସ ଆରମ୍ଭରୁ ଗ୍ରାହକଙ୍କୁ ଆଶ୍ୱସ୍ତି । କମିଲା କର୍ମସିଆଲ ଏଲପିଜି ସିଲିଣ୍ଡର ଦାମ୍ । ଆଜି ଦିଲ୍ଲୀରେ ସିଲିଣ୍ଡର ୩୦ ଟଙ୍କା ଶସ୍ତା ହୋଇଛି । ଦିଲ୍ଲୀରେ ୧୬୭୬ ଟଙ୍କାରେ ମିଳୁଥିବା ସିଲିଣ୍ଡର ଏବେ ୧୬୪୬ ଟଙ୍କାରେ ଗ୍ରାହକଙ୍କୁ ମିଳିବ ।
କୋଲକାତା ଏବଂ ମୁମ୍ବାଇ, ଚେନ୍ନାଇରେ ୩୧ ଟଙ୍କା କମ୍ ହୋଇଛି । ମୁମ୍ବାଇରେ ୧୯ କେଜି କର୍ମସିଆଲ ସିଲିଣ୍ଡର ଦାମ୍ ୧୬୨୯ ପରିବର୍ତ୍ତେ ୧୫୯୮ ଟଙ୍କାରେ ମିଳିବ । ସେହିପରି ଚେନ୍ନାଇରେ ୧୮୦୯.୫୦ ପଇସାରେ ମିଳିବ । ଏଲପିଜି ଗ୍ୟାସର ମୂଲ୍ୟରେ ଏହି ପରିବର୍ତ୍ତନ କେବଳ କର୍ମସିଆଲ ସିଲିଣ୍ଡରରେ ହୋଇଛି । ଘରୋଇ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ ।
ଦିଲ୍ଲୀରେ ଘରୋଇ ସିଲିଣ୍ଡରର ଦାମ୍ ୮୦୩ ଟଙ୍କା, କୋଲକାତାରେ ୮୨୯ ଟଙ୍କାରେ ମିଳିବ । ଚେନ୍ନାଇରେ ୮୧୮.୫୦ ଟଙ୍କାରେ ଉପଲବ୍ଧ । ମୁମ୍ବାଇ ୮୦୨.୫୦ ଟଙ୍କା ରହିଛି ।
ପାଟନାରେ ୧୪.୧ କିଲୋଗ୍ରାମ ଏଲପିଜି ସିଲିଣ୍ଡର ୯୦୧ ଟଙ୍କାରେ ରହିଛି । ୧୯ କିଲୋଗ୍ରାମର ବାଣିଜ୍ୟିକ ସିଲିଣ୍ଡର ୧୯୧୫.୫ ଟଙ୍କା ହୋଇଛି । ଗୁଜୁରାଟର ଅହମ୍ମଦାବାଦରେ ୧୯ କିଲୋଗ୍ରାମ ବର୍ତ୍ତମାନ ମାତ୍ର ୧୬୬୫ ଟଙ୍କାରେ ଉପଲବ୍ଧ ହେବ । ୧୪ କିଲୋଗ୍ରାମ ଘରୋଇ ଏଲପିଜି ମୂଲ୍ୟ ୮୧୦ ଟଙ୍କା ରହିଛି ।
ସୂଚନାଯୋଗ୍ୟ, ୧ ଜୁନ୍ ୨୦୨୩ ରେ, ଦିଲ୍ଲୀରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୧୦୩ ଟଙ୍କା ଥିଲା । ୩୦ ଅଗଷ୍ଟ ୨୦୨୩ ରେ ୨୦୦ ଟଙ୍କା ହ୍ରାସ ହୋଇଥିଲା ଏବଂ ମୂଲ୍ୟ ୯୦୩ ଟଙ୍କା ହୋଇଗଲା । ୯ ମାର୍ଚ୍ଚ ୨୦୨୪ ରେ, ସିଲିଣ୍ଡର ପୁଣି ଥରେ ୧୦୦ ଟଙ୍କା ଶସ୍ତା ହୋଇଥିଲା ।
ଏପ୍ରିଲ ୧ ରେ ଏଲପିଜି ସିଲିଣ୍ଡର ଦାମ୍ ୩୦.୫୦ ପଇସା କମିଥିଲା । ଏହା କର୍ମସିଆଲ ସିଲିଣ୍ଡର ଦାମରେ ହ୍ରାସ ପାଇଥିଲା । ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ଦର ୩୦ ଟଙ୍କା ହ୍ରାସ ପାଇଥିବା ବେଳେ ଘରୋଇ ଗ୍ୟାସ ମୂଲ୍ୟ ଅପରିବର୍ତ୍ତିତ ରହିଥିଲା ।