ଖୁବଶୀଘ୍ର ନିଲାମ ହେବ Mahindra Thar 2020ର ପ୍ରଥମ କାର, ଜାଣନ୍ତୁ କଣ ରହିଛି ଏହାର ପଛର କାରଣ

ଖୁବ ଶୀଘ୍ର ମହିନ୍ଦ୍ରା କମ୍ପାନୀ ନିଜ ନୂଆ ମଡ଼େଲ Mahindra Thar 2020ର ପ୍ରଥମ କାର ନିଲାମ କରିବା ନେଇ ସ୍ଥିର କରିଛି । ଏହି ନିକଟରେ ହିଁ କମ୍ପାନୀ ତରଫରୁ ଏକ ବୟାନ ଜାରି କରାଯାଇ ଏବାବଦରେ ଘୋଷଣା କରାଯାଇଛି । କମ୍ପାନୀ ପକ୍ଷରୁ ଏହା ମଧ୍ୟ କୁହାଯାଇଛିକି, ନିଲାମରୁ ମିଳିଥିବା ଅର୍ଥକୁ କୌଣସି ଚାରିଟେବଲ ବା ସାମାଜିକ କାମ ରେ ଖର୍ଚ୍ଚ କରାଯିବ । କମ୍ପାନୀ ତରଫରୁ ଏହା ମଧ୍ୟ କୁହାଯାଇଛିକି, ଏକ ସ୍ୱତନ୍ତ୍ର ବ୍ୟବସ୍ଥା ମାଧ୍ୟମରେ ହିଁ ମହିନ୍ଦ୍ରାର ଏହି କାରଟିକୁ ନିଲାମ କରାଯିବ । ଏହାବାଦ କାରଟିକୁ ଯିଏ କିଣିବେ ତାଙ୍କ ହସ୍ତାକ୍ଷରକୁ ଏକ ଅତ୍ୟାଧୁନିକ ପ୍ରଣାଳୀରେ ସୁରକ୍ଷିତ କରି ରଖାଯିବ । ଏହାବାଦ ଏସୟୁବି ଦାସବୋର୍ଡ଼ ଓ ଲେଦରେଟ ସିଟରେ ନମ୍ବର 1 ଲେଖା ଯାଇଥିବ ।

ଜଣେ ଖାଲି ଯେ ସର୍ବାଧିକ ନିଲାମ ଧରି ଏହି ଗାଡି ଟିକୁ କିଣି ଏହାର ମାଲିକ ହେବେ ତାହା ନୁହେଁ | ଏକ ମହତ୍ତ୍ୱ ପୂର୍ଣ୍ଣ କାର୍ଯ୍ୟରେ ବି ଦାନ କରିପାରିବେ । କମ୍ପାନୀ ତରଫରୁ ଏହା ମଧ୍ୟ କୁହାଯାଇଛିକି, ନିଲାମୀରୁ ମିଳିଥିବା ଅର୍ଥକୁ କୋଭିଡ-19 ମହାମାରୀ ବିରୋଧରେ ସହାୟତା ଜାରି ରଖିଥିବା ସଂଗଠନ ଗୁଡିକୁ ହିଁ ଦାନ ଆକାରରେ ଦିଆଯିବ । କହିରଖିବା ଉଚିତ ହେବକି, ଗତ ଅଗଷ୍ଟ ୧୫ ତାରିଖରେ ହିଁ ମହିନ୍ଦ୍ରା କମ୍ପାନୀର ଏହି ସ୍ୱତନ୍ତ୍ର କାର Mahindra Thar 2020କୁ ଲୋକାର୍ପିତ କରାଯାଇଥିଲା । ସେବେଠାରୁ ହିଁ ଏହି କାରକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ବେଶ ଜୋର ଧରିଛି । ଏହି କାରଟି ଆରାମ ଦାୟକ ଯାତ୍ରା ସୁବିଧା ଦେବା ସହ ଏଥିରେ ୮ ଜଣ ବସି ଆରାମରେ ବସି ଯାଇପାରିବେ । ଏହାବାଦ ଏହାର କ୍ୟାବିନକୁ ଆରାମଦାୟକ କରିବା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିରେ ଦିଆଯାଇଥିବା ଇନ୍ଫୋନମେଣ୍ଟ ସ୍କ୍ରିନ, ରୁଫ ମାଉଣ୍ଟେନ ସ୍ପିକର, ସ୍ପ୍ଲେସ ପ୍ରୁଫ ସ୍ଵିଚ, ଏୟାର କଣ୍ଡିସନିଂ ପରି ଅତ୍ୟାଧୁନିକ ବ୍ୟବସ୍ଥା ମାନ ମଧ୍ୟ ରଖାଯାଇଛି ।

mahindra

ଆଉ ମଧ୍ୟ ଜଣାଯାଇଛିକି, ନୁଆ ଜେନେରେସନର Mahindra Thar ଭାରତୀୟ ବଜାରରେ ଦୁଇ ଦୁଇଟି ଇଂଜିନ ସହ ଉପଲବ୍ଧ ହେବ ।ଏଥିରେ ଗ୍ରାହକଙ୍କୁ ବିଏସ 6 କମ୍ପ୍ଲଏଣ୍ଟ ସିଷ୍ଟମ ସହ ୨.୨ ଲିଟର m Hawk ଡିଜେଲ ଇଞ୍ଜିନ ଓ ୨.୦ ଲିଟର ଟରବୋଚାର୍ଜ m Stallion ପେଟ୍ରୋଲ ଇଂଜିନ ଫ୍ୟାସିଲିଟି ମିଳିପାରିବ । ଆଉ ଏକ ଜରୁରୀ ତଥ୍ୟ ହେଉଛି, ପ୍ରଥମ ଥର ପାଇଁ ହିଁ କମ୍ପାନୀ ତରଫରୁ ଏକ ପେଟ୍ରୋଲ ଇଂଜିନ ଗାଡିର ନିର୍ମାଣ କରାଯାଇଛି । Mahindra Thar ଡିଜେଲ ମଡ଼େଲରେ ବିଏସ 6 କମ୍ପଲେନଟାର ୨.୨ ଲିଟରର ଏକ m Hawk ଡିଜେଲ ଇଂଜିନର ଵ୍ୟଵସ୍ଥା ରଖାଯାଇଛି । ଏହାବାଦ ମହିନ୍ଦ୍ରାର 2020 ଭର୍ଜନ ପୁରୁଣା ମଡେଲରେ ଫ୍ରଣ୍ଟ ଗ୍ରୀଲ ବ୍ୟବସ୍ଥା ମଧ୍ୟ କରାଯାଇଛି । ପୁରୁଣା ଲୁକକୁ ଅପଡେଟ କରାଯାଇ ନିର୍ମିତ ହୋଇଛି ମହିନ୍ଦ୍ରାର ଏହି ନୂଆ ମଡ଼େଲ ।

ଏଥିରେ କରୁଜ କଣ୍ଟ୍ରୋଲ, ଏବିଏସ ସହ ଇବିଡି, ଡୁଆଲ ଏୟାରବେଶ, ହିଲ -ହୋଲଡ ସହ ଇଏସପି ସମେତ ରୋଲ ୱେୟାର ପରି ଅତ୍ୟାଧୁନିକ ସୁବିଧା ମାନ ଦିଆଯାଇଛି । ନୂଆ ମଡ଼େଲରେ ୭ ଇଞ୍ଚର ଡ଼ରିଜେର୍ଲ ରେଜିଷ୍ଟଣ୍ଟ ଟଚସ୍କ୍ରୀନ ଇନ୍ଫୋଟେଣ୍ଟ ସିଷ୍ଟମ ଫ୍ୟାସିଲିଟିର ମଧ୍ୟ ବ୍ୟବସ୍ଥା ହୋଇଛି । ଯାହା ଆପଲ କାର ପ୍ଲେ ସହ ଆଣ୍ଡ୍ରଏଡ଼ ଅଟୋକୁ ସପୋର୍ଟ କରିପାରିବ । ଏହା ସହ ମହିନ୍ଦ୍ରା ଥରର ବେସ ବ୍ୟାରିୟାଣ୍ଟର ସୋ ରୁମ ମୂଲ୍ୟ ୯.୭୫ ଲକ୍ଷ ଟଙ୍କା ରଖା ଯାଇଥିବା ବେଳେ ଟପ ଏଣ୍ଡ ବ୍ୟାରିୟାଣ୍ଟ ମୂଲ୍ୟ ୧୨.୪୯ ଟଙ୍କା ପର୍ଯ୍ୟନ୍ତ ରହିବ ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.