ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା, ବଜାରକୁ ଆସିଲା ‘Activa 6G’, ଜାଣନ୍ତୁ କେତେ ରହିଛି ଦାମ୍‌

ବିଗତ କିଛିବର୍ଷ ହେବ ସ୍କୁଟର ବଜାରରେ ‘Honda Activa’ର ଦବ୍‌ଦବା ରହିଆସିଛି। ଏବେ କମ୍ପାନୀ ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ବୁଧବାର ‘Activa 6G’ର ବଜାର ପ୍ରବେଶ କରାଇଛି। ଏହାର ପ୍ରାରମ୍ଭିକ ମୂଲ୍ୟ ରହିଛି ୬୩,୯୧୨ ଟଙ୍କା। ନୂଆ ସ୍କୁଟର ଦୁଇଟି ଭେରିଏଣ୍ଟ(ଷ୍ଟାଣ୍ଡାର୍ଡ ଏବଂ ଡିଲକ୍ସ)ରେ ଉପଲବ୍ଧ ଅଛି।

ସୂଚନା ମୁତାବକ, ‘Honda Activa 6G’ରେ ବିଏସ୍‌୬ କମ୍ପ୍ଲାୟଣ୍ଟ ୧୦୯ସିସି ଇଞ୍ଜିନ୍‌ ମିଳିବ। ଏହି ଇଞ୍ଜିନ୍‌ ୮,୦୦୦ rpmରେ ୭.୬୮ bhpର ପାଓ୍ଵାର ଏବଂ ୫,୨୫୦ rpmରେ ୮.୭୯ Nm ପିକ୍‌ ଟର୍କ ଜେନେରେଟ୍‌ କରିଥାଏ।

ଏହାଛଡ଼ା ସ୍କୁଟରରେ କିଛି ନୂଆ ଏବଂ ଅପ୍‌ଡେଟେଡ୍‌ ଫିଚର୍ସ ମିଳିବ। ଲୁକ୍‌ ଦେଖିଲେ, ଏଥିରେ LED DRLs, ନୂଆ ଡିଜାଇନ୍‌ର LED ହେଡ୍‌ଲ୍ୟାମ୍ପ୍‌, ନୂଆ ସାଇଡ୍‌ ଟର୍ନ ଇଣ୍ଡିକେଟର୍ସ, ନୂଆ ବଡି ଗ୍ରାଫିକ୍ସ, ନୂଆ ଷ୍ଟାଇଲ୍‌ର ଫ୍ରଣ୍ଟ ଏପ୍ରନ୍‌ ଆଦି ମିଳିବ। ସେହିପରି ସାଇଡ୍‌ ବଡି ପ୍ୟାନେଲରେ କ୍ରୋମ୍‌, ୧୨ ଇଞ୍ଚର ହୁଇଲ୍‌, ନୂଆ ଷ୍ଟପ୍‌ ସିଷ୍ଟମ୍‌, ଫୁଏଲ୍‌ ଇଞ୍ଜେକ୍ସନ ଟେକ୍ନୋଲୋଜି, ବ୍ଲୁଟୁଥ୍‌ ସ୍ମାର୍ଟଫୋନ୍‌ କନେକ୍ଟିଭିଟି ଫିଚର, ଡିଜିଟାଲ ଇନ୍‌ଷ୍ଟମେଣ୍ଟ କନ୍‌ସୋଲ୍‌ ଆଦି ଏଥିରେ ଦିଆଯାଇଛି।

କ’ଣ ରହିଛି ଦାମ୍‌

Activa 6G ବର୍ତ୍ତମାନର ସ୍କୁଟର ୫ଜିକୁ ରିପ୍ଲେସ୍‌ କରିବ। ନୂଆ Activa 6Gର ଦାମ୍‌ ପୁରୁଣା ମଡେଲ୍‌ ଅର୍ଥାତ୍‌ Activa 5Gରୁ ପାଖାପାଖି ୮ ହଜାର ଟଙ୍କା ଅଧିକ।

Roshni

Recent Posts

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

11 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

20 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

29 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

45 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

60 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

1 hour ago