ଖୁସି ଖବର, ରାଜସ୍ଥାନ ପରେ ଏବେ ଏହି ରାଜ୍ୟରେ ୫୦୦ ଟଙ୍କାରେ ମିଳିବ ଗ୍ୟାସ ସିଲିଣ୍ଡର

ରାଜସ୍ଥାନ ପରେ ବର୍ତ୍ତମାନ ଗୋଆରେ ମଧ୍ୟ ୫୦୦ ଟଙ୍କାରେ ମିଳିବ ଗ୍ୟାସ ସିଲିଣ୍ଡର । ନିକଟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବିପିଏଲ କାର୍ଡଧାରୀମାନଙ୍କୁ ୫୦୦ ଟଙ୍କାରେ ଏଲପିଜି ଗ୍ୟାସ ସିଲିଣ୍ଡର ଯୋଗାଇବା ବିଷୟରେ କହିଥିଲେ। ୫୦୦ ଟଙ୍କିଆ ଗ୍ୟାସ ସିଲିଣ୍ଡର ପ୍ରଧାନ ମନ୍ତ୍ରୀ ଉଜ୍ବଳା ଯୋଜନାର ହିତାଧିକାରୀଙ୍କୁ ଦିଆଯିବ ବୋଲି କୁହାଯାଇଥିଲା।
ବର୍ତ୍ତମାନ ରାଜସ୍ଥାନ ପରେ ଗୋଆରେ ମଧ୍ୟ ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦେବା କଥା କଂଗ୍ରେସ ଘୋଷଣା କରିଛି । ରାହୁଲ ଗାନ୍ଧୀଙ୍କ ଦ୍ୱାରା ଲେଖାଯାଇଥିବା ଚିଠିଗୁଡ଼ିକ ରାଜ୍ୟରେ ଗୋଆ କଂଗ୍ରେସ ପକ୍ଷରୁ ବଣ୍ଟନ କରାଯିବ। ଖବର ଅନୁଯାୟୀ, ବଣ୍ଟନ କରାଯିବାକୁ ନେଇ ଚିଠିରେ ଲେଖାଯାଇଛି ଯେ, ଯଦି ୨୦୨୪ ମସିହାରେ ଦଳ କ୍ଷମତାକୁ ଫେରିବ ତାହେଲେ ୫୦୦ ଟଙ୍କା ମୂଲ୍ୟରେ ଗ୍ୟାସ ସିଲିଣ୍ଡର ଉପଲବ୍ଧ ହେବ।
କଂଗ୍ରେସ ପକ୍ଷରୁ ରାଜଧାନୀ ପାନଜୀରେ ‘ହାତରେ ହାତ ମିଳାଇବା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହା ଭାରତ ଜୋଡୋ ଯାତ୍ରାର ଅନୁସରଣ ବୋଲି କୁହାଯାଉଛି। ଆସନ୍ତା ଦୁଇମାସ ପାଇଁ ଏହା ଜାରି ରହିବ। ରାଜ୍ୟ କଂଗ୍ରେସ ସଭାପତି ଅମିତ ପାଟକର କହିଛନ୍ତି ଯେ, ‘ହାଥ ସେ ହାଥ ଜୋଡୋ’ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ରାହୁଲ ଗାନ୍ଧୀଙ୍କ ଚିଠି ବଣ୍ଟନ କରିବା।
ପାଟକର କହିଛନ୍ତି ଦେଶରେ ମହଙ୍ଗା ଦର ଏବେ ଆକାଶ ଛୁଆଁ। ରାହୁଲ ଗାନ୍ଧୀଙ୍କ ନିକଟକୁ ଲେଖାଯାଇଥିବା ଚିଠି ପ୍ରତ୍ୟେକ ଘରେ ପହଂଚିବ। ଦେଶର ଯୁବକମାନଙ୍କୁ ରୋଜଗାର ଯୋଗାଇବାରେ ବିଜେପି ବିଫଳ ହୋଇଛି। ହେଲେ ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀ ୫୦୦ ଟଙ୍କାରେ ସିଲିଣ୍ଡର ଦେବାକୁ ପ୍ରତିଶୃତି ଦେଇଛନ୍ତି।