ଦଶମ ପାସ୍‌ କରିଛନ୍ତି କି? ଆସିଲା ପୋଲିସ୍ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ୪୭୦୦୦ ହଜାର ପର୍ଯ୍ୟନ୍ତ ରହିବ ବେତନ

କେନ୍ୟୁଜ୍‌ ବ୍ୟୁରୋ: ସରକାରୀ ଚାକିରି ଖୋଜୁଥିବା ଦଶମ ପାସ୍‌ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। କର୍ଣ୍ଣାଟକ ରାଜ୍ୟ ପୋଲିସ୍‌ କନେଷ୍ଟବଲ୍‌ ପଦର ଭର୍ତ୍ତି ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଯୋଗ୍ୟ ଏବଂ ଇଚ୍ଛୁକ ପାର୍ଥୀ କର୍ଣ୍ଣାଟକ ରାଜ୍ୟ ପୋଲିସ୍‌ର ଅଫିସିଆଲ ୱେବସାଇଟ୍‌ ksp.karnataka.gov.in ରେ ଅବେଦନ କରିପାରିବେ। ଏହାର ଶେଷ ତାରିଖ ୩୧ ଅକ୍ଟୋବର ପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇଛି।

କର୍ଣ୍ଣାଟକ ପୋଲିସରେ ୩୪୮୪ ପଦ ପାଇଁ ହେବ ନିଯୁକ୍ତି:

କର୍ଣ୍ଣାଟକ ରାଜ୍ୟ ପୋଲିସ୍ କେଷ୍ଟେବଲ ନିଯୁକ୍ତି ପ୍ରକ୍ରିୟା(KSP Constable Recruitment 2022) ମାଧ୍ୟମରେ ୩୪୮୪ ପଦ ପାଇଁ ନିଯୁକ୍ତି ହେବ। ଇଚ୍ଛୁକ ପ୍ରାର୍ଥୀ ଏହି ବିଷୟରେ ଅଧିକ ଜାଣିବା ପାଇଁ କର୍ଣ୍ଣାଟକ ପୋଲିସର ଅଫିସିଆଲ୍‌ ୱେବସାଇଟ୍‌ ରେ KSP Constable Recruitment 2022 Notification PDF 1 ଏବଂ KSP Constable Recruitment 2022 Notification PDF 2 ଜରିଆରେ ସବିଶେଷ ତଥ୍ୟ ପାଇପାରିବେ।

ଆବେଦନର ଶେଷ ତାରିଖ ୩୧ ଅକ୍ଟୋବର:

କର୍ଣ୍ଣାଟକ ରାଜ୍ୟ ପୋଲିସ୍‌ କନେଷ୍ଟବଲ ପଦ (SP ConstablKe Recruitment 2022 )ରେ ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ୧୯ ସେପ୍ଟେମ୍ବର ୨୦୨୨ ରୁ ଆରମ୍ଭ ହୋଇଯାଇଛି। ଇଚ୍ଛୁକ ଏବଂ ଯୋଗ୍ୟ ପାର୍ଥୀ ୩୧ ଅକ୍ଟୋବର ସୁଦ୍ଧା ଅନ୍‌ଲାଇନ ଆବେଦନ କରି ପାରିବେ।

କନେଷ୍ଟବଲ ନିଯୁକ୍ତି ପାଇଁ ଯୋଗ୍ୟତା:

କନେଷ୍ଟବଲ ପଦ(KSP Constable Recruitment 2022) ର ଆବେଦନ ପାଇଁ ଇଚ୍ଛୁକ ଥିବା ପାର୍ଥୀ ମାନ୍ୟତା ପ୍ରାପ୍ତ ଯେ କୌଣସି ବୋର୍ଡରୁ SSLC /୧୦ମ ଶ୍ରେଣୀ କିମ୍ବା ଏହା ସମକକ୍ଷ କୌଣସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ନିହାତି ଦରକାର। ବୟସ ସୀମା ୧୮ରୁ ୨୫ ଭିତରେ ନିହାତି ହେବା ଦରକାର। ଏସ୍‌ସି,ଏସ୍‌ଟି ,ଓବିସି ମାନଙ୍କ ପାଇଁ ୨୭ ବର୍ଷ ବୟସ ନିର୍ଦ୍ଧାରଣ କରାଯାଇଛି ଯାହାକି କର୍ଣ୍ଣାଟକ ସରକାର ଜନଜାତି ମାନଙ୍କ ପାଇଁ ଅଧିକତମ ବୟସ ୩୦ ବର୍ଷ ରଖିଛନ୍ତି।

କନେଷ୍ଟବଲ ପଦ ପାଇଁ ବେତନ:

କନେଷ୍ଟବଲ ପଦ ପାଇଁ ଚୟନ ହୋଇଥିବା ପଦାଧିକାରୀ ମାନଙ୍କ ପାଇଁ ୪୭,୬୫୦ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି।

ଆସନ୍ତୁ ଜାଣିବା ବିଭିନ୍ନ ପଦ ପାଇଁ ଦିଆଯାଉଥିବା ଦରମା: ୨୩,୫୦୦-୫୫୦-୨୪୬୦୦-୬୦୦-୨୭୦୦୦-୬୫୦-୨୯୬୦୦-୭୫୦-୩୨୬୦୦-୮୫୦-୩୬୦୦୦-୯୫୦-୩୯୮୦୦-୧୧୦୦-୪୬୪୦୦-୧୨୫୦-୪୭୬୫୦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.