ପୂଜା ସମୟରେ ସପିଂ କରୁଛନ୍ତି କି? ତେବେ ଅଯଥା ଖର୍ଚ୍ଚରୁ ନିଜକୁ ବଞ୍ଚାନ୍ତୁ  

ନୂଆଦିଲ୍ଲୀ : ଏବେ ଚାଲିଛି ଫେଷ୍ଟିଭ୍ ସିଜନ୍ । ଏହି ସିଜନରେ କିଛି ନୂଆ ଜିନିଷ କିଣିବାକୁ ଶୁଭ କୁହାଯାଇଥାଏ। ଏଥିପାଇଁ ସମସ୍ତ ଅନଲାଇନ  ଏବଂ ଅଫଲାଇନ୍ ଷ୍ଟୋରରେ ବିଭିନ୍ନ ପ୍ରକାରର ଅଫର ରହିଥାଏ। ଏହା ଛଡ଼ା ମଧ୍ୟ ଅନେକ ଲୋକ ବିଭିନ୍ନ ଘର ସଜ୍ଜାସଜ୍ଜି ଜିନିଷ ମଧ୍ୟ କିଣିଥାନ୍ତି। ଏହି ସମୟରେ ଯେତେ ଯାହା କଲେ ମଧ୍ୟ ଖର୍ଚ୍ଚ ହେବା ସୁନିଶ୍ଚିତ ରହିଥାଏ। ଏପରିକି କିଛି ଖର୍ଚ୍ଚ ତ ନିୟନ୍ତ୍ରଣ ବାହାରକୁ ପଳାଇଯାଇଥାଏ। ଆଜି ଆମେ ଏପରି କିଛି ଟିପ୍ସ କହିବାକୁ ଯାଉଛୁ ଯାହା ଦ୍ବାରା ଆପଣ ନିଜର ଖର୍ଚ୍ଚକୁ ନିୟନ୍ତ୍ରିତ କରିପାରିବେ।

Shopping

-ପୂଜା ସମୟରେ ପ୍ରାୟ ସମସ୍ତଙ୍କୁ ନିଜର କାର୍ଯ୍ଯଳୟରେ ବୋନସ ମିଳିଥାଏ। ଏଣୁ କିଛି ବ୍ଯକ୍ତି ବୋନସ ଆଶାରେ ହିଁ ତାହା ପୂର୍ବରୁ ସପିଂ କରିଦେଇଥାନ୍ତି। କିନ୍ତୁ ଭୁଲରେ ମଧ୍ୟ ଏପରି କରିବା ଉଚିତ୍ ନୁହଁ । ଏହା ଦ୍ବାରା ଆପଣଙ୍କୁ ଅଯଥା ଖର୍ଚ୍ଚର ସାମ୍ନା କରିବାକୁ ପଡ଼ିପାରେ। ଏଣୁ ବୋନସ ଏବଂ ଦରମା ମିଳିବାପରେ ଭବିଷ୍ଯତ ପାଇଁ ଟଙ୍କା ସଞ୍ଚିତ କରିବାପରେ ହିଁ ସପିଂ ପାଇଁ ମନ ବଳାନ୍ତୁ।

-ପୂଜା ସମୟରେ ବିଭିନ୍ନ ସ୍ଥାନରେ ଚାଲିଥିବା ସେଲକୁ ଦେଖି ଅନେକ ଲୋକ ରିହାତିରେ ମିଳୁଥିବା ଅନେକ ଜିନିଷ କିଣି ଦେଇଥାନ୍ତି। ପର ମୂହୁର୍ତ୍ତରେ ସେହି ଜିନିଷର ବ୍ଯବହାର କରିନପାରି ତାହାକୁ ଅଯଥା ପକାଇ ରଖିଥାନ୍ତି। ଏଣୁ ସବୁବେଳେ ସେଲ ବା ଅଫର ସମୟରେ ନିଜର ଆବଶ୍ଯକୀୟ ଜିନିଷ କିଣିବାକୁ ଚେଷ୍ଠା କରନ୍ତୁ।

shopping 2

-ଆଜି କାଲି ସାଧାରଣତଃ ସମସ୍ତ ବ୍ଯକ୍ତି ଡ଼ିଜିଟାଲ ପେମେଣ୍ଟ କରୁଛନ୍ତି। କିନ୍ତୁ ବିଶେଷଜ୍ଞଙ୍କ ମତ ଅନୁଯାୟୀ ସବୁବେଳେ ଟଙ୍କା ନେଣଦେଣ ହିଁ କରିବା ଉଚିତ୍। ଏହା ଦ୍ବାରା ଆପଣଙ୍କର କେତେ ଟଙ୍କା ଖର୍ଚ୍ଚ ହେଉଛି ତାହାର ସଠିକ୍ ହିସାବ ଆପଣଙ୍କ ପାଖରେ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.