ଖାଦ୍ୟ ତୈଳ ମୂଲ୍ୟ ୧୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇବ! କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଲେ ସରକାର

ଦେଶରେ ବିଭିନ୍ନ ଖାଦ୍ୟପେୟ ଜିନିଷରେ ଦରଦାମ୍‌ ବୃଦ୍ଧି ଭିତରେ ଏକ ଭଲ ଖବର ସାମ୍ନାକୁ ଆସିଛି। ଆଗାମୀ ଦୁଇ ସପ୍ତାହେ ଭିତରେ ଖାଦ୍ୟ ତୈଳ ଦାମ୍‌ କମିବାର ଆଶା ସଞ୍ଚାର ହୋଇଛି। ଖାଦ୍ୟ ତୈଳ ଦାମ୍‌କୁ ନେଇ ଖାଦ୍ୟ ସଚିବ ଏବଂ କମ୍ପାନୀମାନଙ୍କ ସହିତ ହୋଇଥିବା ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି।

ଆଗାମୀ ଦୁଇ ସପ୍ତାହେ ଭିତରେ ଖାଦ୍ୟ ତୈଳ ଦାମ୍‌ରେ ୧୦ ଟଙ୍କା ହ୍ରାସ କରିବାକୁ ସରକାର ତୈଳ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କହି ରଖୁଛୁ, ଖାଦ୍ୟ ମନ୍ତ୍ରାଳୟ ଗତ ମାସରେ ଏକ ବୈଠକ ଡକାଇଥିଲା। ବିଶ୍ୱ ସ୍ତରରେ ଦାମ୍‌ ହ୍ରାସ ପାଇବା ପରେ ମନ୍ତ୍ରାଳୟ ତୈଳର ଖୁଚୁରା ଦାମ୍‌କୁ ଆହୁରି କମାଇବା ଉପରେ ଚର୍ଚ୍ଚା କରିବା ପାଇଁ ତୈଳ ଉତ୍ପାଦନକାରୀ ଏବଂ ବାଣିଜ୍ୟ ସଂସ୍ଥାମାନଙ୍କର ବୈଠକ ଡକାଇଥିଲା।

ଗତ ମେ’ ମାସ ପରେ ଏହା ତୃତୀୟ ବୈଠକ ଥିଲା। ବିଶେଷ କରି ପାମ୍‌ ଅଏଲର ସବୁଠାରୁ ବଡ଼ ରପ୍ତାନିକାରୀ ଇଣ୍ଡୋନେସିଆ ତରଫରୁ ଶିପ୍‌ମେଣ୍ଟ ଉପରୁ ପ୍ରତିବନ୍ଧକ ହଟାଯିବା ପରେ ସୂର୍ଯ୍ୟମୁଖୀ ଏବଂ ସୋୟା ତେଲର ଯୋଗାଣ ସହଜ ହୋଇଯାଇଛି। ଏହି କାରଣରୁ ବିଶ୍ୱ ସ୍ତରରେ ତୈଳର ଦାମ୍‌ରେ ହ୍ରାସ ଦେଖିବାକୁ ମିଳିଛି। କହି ରଖୁଛୁ, ଭାରତ ନିଜର ବାର୍ଷିକ ବ୍ୟବହୃତ ଖାଦ୍ୟ ତୈଳର ୫୬ ପ୍ରତିଶତ ଆମଦାନୀ ମାଧ୍ୟମରେ ପୂରା କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.