ଦାମୀ ଗାଡି, ଅଳଙ୍କାର କିଣିବା ହେବ ଶସ୍ତା, ଜିଏସଟି ଉପରୁ ଉଠିଲା ଟ୍ୟାକ୍ସ

ବର୍ତ୍ତମାନ ଆପଣଙ୍କୁ ଦାମି ଗାଡି, ଆଭୂଷଣ ଏବଂ ସୁନା କିଣିବାରେ ସାମାନ୍ୟ ଶସ୍ତା ହୋଇଯିବ। କେନ୍ଦ୍ରୀୟ ଅପ୍ରତ୍ୟକ୍ଷ କର ବୋର୍ଡ ( ସିବିଆଇସି ) ଏହି ସବୁ ଜିନିଷ କିଣିବାରେ ଲାଗୁଥିବା ଟିସିଏସକୁ ନେବା ପାଇଁ ମନ କରିଦେଇଛନ୍ତି। ଏହି ଟ୍ୟାକ୍ସ ଜିଏସଟି ଉପରେ ୧ ପ୍ରତିଶତ ଲଗାଉଥିଲା।

ଏହା ଉପରେ ଲାଗୁଥିଲା ଟିସିଏସ

୧୦ ଲକ୍ଷ ଟଙ୍କା ଉପରେ ଗାଡି, ପାଞ୍ଚ ଲକ୍ଷ ଟଙ୍କାରୁ ଅଧିକ ଅଳଙ୍କାର ଏବଂ ଦୁଇ ଲକ୍ଷ ଟଙ୍କାରୁ ଅଧିକ ସୁନା କିଣିବା ଦ୍ବାରା ୧ ପ୍ରତିଶତ ଜିଏସଟି ଲାଗୁଥିଲା। ସିବିଆଇସି ଡିସେମ୍ବର ଦେଇଥିବା ଏକ ନିର୍ଣ୍ଣୟକୁ ଫେରାଇ ନେଇଛନ୍ତି। ସିବିଡିଟି ଏବଂ ଦ୍ବିତୀୟ ପକ୍ଷ ସହିତ ବିଚାର-ବିମର୍ସ ପରେ ଟିସିଏସକୁ ଜିଏସଟିରୁ ବାହାର କରିବା ପାଇଁ ନିଷ୍ପତ୍ତି କରାଗଲା।

GSTଏତିକି ରହିବ ଟଙ୍କା

ଏବେ ଦାମୀ ଗାଡି କିଣିବା ଲୋକଙ୍କ ପାଇଁ ଏହା ସାମାନ୍ୟ ଶସ୍ତା ହୋଇଯିବ। ୧୦ ଲକ୍ଷ ଟଙ୍କାରୁ ଅଧିକ ଏସୟୁବି, ଏମୟୁବି, କ୍ରୀଡା କାର ଏବଂ ସେଡାନ କିଣିବା ଦ୍ବାରା ଲୋକଙ୍କୁ ୨୮ ପ୍ରତିଶତ ଜିଏସଟି ଲାଗୁଥିଲା। ଏହାଛଡା ବାହନର ଦାମ ୧ ପ୍ରତିଶତ ଟିସିଏସ ଦିଆଯାଉଥିଲା।

ଲୋକଙ୍କୁ ମିଳିବ ବଡ ଆଶ୍ବାସନା

ସିବିଆଇସିର ଏହି ନିଷ୍ପତ୍ତିରେ ଲୋକଙ୍କୁ ବଡ ଆଶ୍ବାସନା ମିଳିବାର ସମ୍ଭାବନା ରହିଛି। ଏହା ବ୍ରିକ୍ରୀ ନ ହେବା ଦ୍ବାରା ବେହାଲ ଅଟୋ ସେକ୍ଟରରେ ନୂଆ ଜୀବନ ହୋଇପାରେ। ଇଣ୍ଡଷ୍ଟ୍ରୀ ପୂର୍ବରୁ ଏହା ଡିମାଣ୍ଡ କରୁଥିଲା ଯେ ଟିସିଏସରେ ଇନକମ ଟ୍ୟାକ୍ସ ଲାଗିବା ଉଚିତ ନୁହେଁ। ଚଳିତ ଆର୍ଥିକ ବର୍ଷରେ ୧୧ ମାସରୁ ୮ ମାସ ଯାତ୍ରୀ ବାହନର ବ୍ରିକ୍ରୀ କମ୍ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.