ନୂଆଦିଲ୍ଲୀ : ଆଜିକାଲି ପ୍ରାୟ ସମସ୍ତ ବ୍ୟକ୍ତି କ୍ରେଡ଼ିଟ କାର୍ଡ଼ର ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। କିନ୍ତୁ ଆପଣ କେବେ ବ୍ୟାଟେରୀ ଚାଳିତ କ୍ରେଡ଼ିଟ କାର୍ଡ଼ ବିଷୟରେ ଶୁଣିଛନ୍ତି ? ଆଜ୍ଞା ହଁ, ଆଜି ଆମେ ଆପଣଙ୍କୁ ଏପରି ଏକ କ୍ରେଡ଼ିଟ କାର୍ଡ଼ ବିଷୟରେ କହିବାକୁ ଯାଉଛୁ ଯାହା ବ୍ୟାଟେରୀରେ ଚାଲିବ। ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ମ୍ୟାଗଷ୍ଟିପ୍ ଏବଂ ଇଏମବି ଚିପ ଡ଼େବିଟ ଏବଂ କ୍ରେଡ଼ିଟ କାର୍ଡ଼କୁ ଦେଖି୍ଥିଲେ କିନ୍ତୁ ଏବେ ଦେଶର ଜଣାାଶୁଣା ଇଣ୍ଡସଇଣ୍ଡ ବ୍ୟାଙ୍କ ଆଣିଛି ଏକ ଭିନ୍ନ ପ୍ରକାରର ବ୍ୟାଟେରୀ କ୍ରେଡ଼ିଟ କାର୍ଡ଼।
ଇଣ୍ଡସଇଣ୍ଡ ବ୍ୟାଙ୍କର ଆଗକୁ ଲଞ୍ଚ ହେବାକୁ ଥିବା କ୍ରେଡ଼ିଟ କାର୍ଡ଼ ଦେଶର ପ୍ରଥମ ବ୍ୟାଟେରୀ ଚାଳିତ କ୍ରେଡ଼ିଟ କାର୍ଡ଼ ଅଟେ। ଏହା ଦ୍ବାରା ଆପଣ ଯେତେବେଳେ ଚାହିଁବେ ସେତେବେଳେ ସପିଂ କରିପାରିବା ସହ ରିୱାର୍ଡ଼ ପଏଣ୍ଟସ୍ କୁ ମଧ୍ୟ ବ୍ୟବହାର କରିପାରିବେ। ଏହି ସମସ୍ତ ସେବାର ଲାଭ ଆପଣ କେବଳ ଏହି ଗୋଟିଏ କାର୍ଡ଼ ଦ୍ବାରା ହିଁ କରିପାରିବେ।
ବାସ୍ତବରେ ଇଣ୍ଡସଇଣ୍ଡ ଦ୍ବାରା କରାଯାଇଥିବା ଏହି କାର୍ଡ଼ରେ ତିନୋଟି ବଟନ ରହିଛି। ଏଥିରେ ଇଏମଆଇ , ରିୱାର୍ଡ୍ସ ଏବଂ କ୍ରେଡ଼ିଟ କାର୍ଡ଼ର ଅପସନ ରହିଛି। ଏହି କାର୍ଡ଼ ଦ୍ବାରା ଆପଣ ଯେଉଁ ପ୍ରକାରରେ ଟଙ୍କା ନେଣଦେଣ କରିବାକୁ ଚାହୁଁଛନ୍ତି ତାହାର ବିକଳ୍ପ ଚୟନ କରି ବ୍ୟବହାର କରିପାରିବେ। ଏହି ବଟନ ଚୟନ କରିବାପରେ ସେଠାରେ ଏକ ହାଲୁକା ଲାଇଟ ଜଳିବାର ଦେଖାହେବ।
ଏହି କ୍ରେଡ଼ିଟ କାର୍ଡ଼ରେ ଅନ୍ୟ ସାଧାରଣ କ୍ରେଡ଼ିଟ କାର୍ଡ଼ ଦ୍ବାରା ହିଁ ନେଣଦେଣ କରିବାକୁ ପଡ଼ିବ। ଏଥିରେ ଆପଣଙ୍କୁ ଫ୍ଳୁଏଲ ସରଚାର୍ଜ ବେବର, ଅଟୋ ଅସିଷ୍ଟ ସମେତ ଅନେକ କିଛି ଫିଚରର ସୁବିଧା ମିଳିବ। ଏହା ବିଷୟରେ ଅନ୍ୟ କୌଣସି ସୂଚନା ପାଇଁ ଆପଣ ଇଣ୍ଡସଇଣ୍ଡର ୱେବସାଇଟକୁ ଯାଇ ଚେକ୍ କରିପାରିବେ।