କ୍ରେଡିଟ କାର୍ଡରେ ବିଲ ପେମେଣ୍ଟକୁ ନେଇ ଜୁଲାଇରେ ଲାଗୁ ହେବ ନୂଆ ନିୟମ, ଜାଣିନିଅନ୍ତୁ

ଭାରତୀୟ ରିଜର୍ଭ ବ୍ୟାଙ୍କ କ୍ରେଡିଟ ଓ ଡେବିଟ କାର୍ଡକୁ ନେଇ ଜଡ଼ିତ ନିୟମରେ ପୁଣି ପରିବର୍ତ୍ତନ କରିଛି। ଏହି ନୂଆ ନିୟମ ୧ ଜୁଲାଇରୁ ଲାଗୁ ହେବ। ଏଥିରେ କ୍ରେଡିଟ କାର୍ଡ ଭୁଗତାନ ସହ ଜଡ଼ିତ ନିୟମ ସାମିଲ ରହିଛି । କେନ୍ଦ୍ରୀୟ ବ୍ୟାଙ୍କର ଏକ ନୋଟିଫିକେସନ ଅନୁଯାୟୀ ଏବେ ରାଜ୍ୟ ସହକାରୀ ବ୍ୟାଙ୍କ ଓ ଜିଲ୍ଲା କେନ୍ଦ୍ରୀୟ ସହକାରୀ ବ୍ୟାଙ୍କକୁ ଛାଡ଼ି ସମସ୍ତ ବ୍ୟାଙ୍କ ଉପରେ କ୍ରେଡିଟ କାର୍ଡ ସମ୍ବନ୍ଧିତ ନିୟମ ଲାଗୁ କରାଯିବ।
No Unsolicited Credit Card:
ଆରବିଆଇ ନିଜ ନୂଆ କ୍ରେଡିଟ କାର୍ଡ ନିୟମ ରେ କ୍ରେଡିଟ କାର୍ଡ ଜାରୀ କରିବାକୁ ନେଇ ବଡ଼ ପରିବର୍ତ୍ତନ କରିଛି। ଆସନ୍ତା ୧ ଜୁଲାଇରୁ କୌଣସି ବି ବ୍ୟାଙ୍କ ତଥା କ୍ରେଡିଟ କାର୍ଡ ଜାରି କରୁଥିବା କମ୍ପାନୀ ଗ୍ରାହକଙ୍କ ସହମତି ବିନା କ୍ରେଡିଟ କାର୍ଡ ଜାରୀ କରିପାରିବେ ନାହିଁ। ଯଦି ଏମିତି ହୁଏ ତେବେ କାର୍ଡ ଜାରୀ କରିଥିବା କମ୍ପାନୀ ଏନେଇ ଫାଇନ ଭରିବେ।
Billing Cycle:
ବର୍ତ୍ତମାନ କ୍ରେଡିଟ କାର୍ଡ ବିଲ ଭୁଗତାନ ସମୟର ବିଲ ଜେନେରେଟ ପରେ ଦିଆଯାଏ। ୧ ଜୁଲାଇରୁ ଆପଣଙ୍କ କ୍ରେଡିଟ କାର୍ଡର ବିଲିଂ ୧୧ ତାରିଖରୁ ଆରମ୍ଭ ହେବ। ଏହା ଆସନ୍ତା ମାସ ୧୦ ତାରିଖରେ ସରିବ।
No More Wrong Bills:
କାର୍ଡ ଜାରି କରୁଥିବା ସଂସ୍ଥା ମାନେ ମଧ୍ୟ ଏହା ଧ୍ୟାନ ରଖିବେ ଯେ କୌଣସି ଗ୍ରାହକଙ୍କୁ ଭୁଲ ବିଲ୍ ଜାରି କରିବେ ନାହିଁ। ଯଦି ଏମିତି କରନ୍ତି ତେବେ ଜାରି କରିଥିବା ସଂସ୍ଥା କୁ ଏହା ସମ୍ପର୍କରେ ଜବାବ ଦେବାକୁ ହେବ। ଏଥିପାଇଁ ସେମାନଙ୍କୁ ୩୦ ଦିନର ସମୟ ଦିଆଯିବ।
No Delay in Sending Bills:
କାର୍ଡ ଜାରି କରୁଥିବା ସଂସ୍ଥା ଏହି କଥାକୁ ଧ୍ୟାନ ରଖିବା ଜରୁରୀ ଯେ ଗ୍ରାହକଙ୍କୁ ଯେପରି ବିଲ ଷ୍ଟେଟମେଣ୍ଟ ଦେବାକୁ ଡେରି କରିବେ ନାହିଁ। ଏହାସହ ଗ୍ରାହକଙ୍କୁ ମଧ୍ୟ ଭୁଗତାନ କରିବା ସମୟରେ ପର୍ଯ୍ୟାପ୍ତ ସମୟ ଦିଆଯିବ।
କ୍ରେଡିଟ କାର୍ଡ ଜାରି କରିଥିବା କମ୍ପାନୀକୁ ଅନୁରୋଧ କରାଯାଇଛି ଯେ ୭ ଦିନ ମଧ୍ୟରେ କାର୍ଡକୁ ବନ୍ଦ କରିବାକୁ ହେବ। କ୍ରେଡିଟ କାର୍ଡ ବନ୍ଦ ହେବା ପରେ କାର୍ଡ ଧାରକ ତୁରନ୍ତ ଇମେଲ-ଏସଏମଏସ ଆଦି ମାଧ୍ୟମରେ ବନ୍ଦ କରିବା ପାଇଁ ସୂଚିତ କରାଯିବ। ଯଦି ୭ଦିନ ମଧ୍ରରେ ଏହି ପ୍ରୋସେସକୁ ପୁରା କରୁନାହାଁନ୍ତି ତେବେ କମ୍ପାନୀକୁ ପ୍ରତିିଦିନ ୫୦୦ ଟଙ୍କା ହିସାବରେ ଜରିମାନା ଦେବାକୁ ପଡ଼ିବ। ଏହା ସେହି ସ୍ଥିତିରେ ଲାଗୁହେବ ଯେତେବେଳେ କାର୍ଡରେ କୌଣସି ବଳକା ନଥିବ।