ଚଳିତ ବର୍ଷ ଅଶୋଧିତ ତୈଳ ମୂଲ୍ୟରେ ଏପର୍ଯ୍ୟନ୍ତ ୨୦% ହ୍ରାସ, ଖୁବଶୀଘ୍ର ପେଟ୍ରୋଲ-ଡିଜେଲ ଶସ୍ତା ହେବାର ବଢ଼ିଛି ଆଶା

ବିଶ୍ୱ ବଜାରରେ ଅନିଶ୍ଚିତତା ମଧ୍ୟରେ, ଅଶୋଧିତ ତୈଳ ମୂଲ୍ୟ କ୍ରମାଗତ ଭାବରେ ହ୍ରାସ ପାଇବାରେ ଲାଗିଛି । ଏପରି ପରିସ୍ଥିତିରେ, ଆଶା କରାଯାଉଛି ଯେ, ସରକାର ଶୀଘ୍ର ଦେଶରେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରିପାରନ୍ତି । ଏହାର କାରଣ ହେଉଛି ଯେ ନିକଟରେ ତୈଳ ଉତ୍ପାଦନକାରୀ ଦେଶମାନଙ୍କର ଏକ ଗୋଷ୍ଠୀ OPEC ତେଲ ଯୋଗାଣକୁ ଆହୁରି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । OPECର ଏହି ପଦକ୍ଷେପ ଯୋଗୁଁ, ଇଣ୍ଟରନେସନାଲ୍ ମାର୍କେଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇଛି ।
ଆମେରିକୀୟ ଅଶୋଧିତ ତୈଳର ମୂଲ୍ୟ ୨.୪୯ ଡଲାର କିମ୍ବା ୪.୨୭ ପ୍ରତିଶତ ହ୍ରାସ ପାଇଛି ଏବଂ ପ୍ରତି ବ୍ୟାରେଲ ୫୫.୮୦ ଡଲାର କୁ ହ୍ରାସ ପାଇଛି । ଯେତେବେଳେ, ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟ ୨.୩୯ ଡଲାର ଅର୍ଥାତ୍ ୩.୯% ହ୍ରାସ ପାଇଛି ଏବଂ ପ୍ରତି ବ୍ୟାରେଲ ୫୮.୯୦ ଡଲାର କୁ ହ୍ରାସ ପାଇଛି । ଚଳିତ ବର୍ଷ ଏପର୍ଯ୍ୟନ୍ତ, ଅଶୋଧିତ ତୈଳ ମୂଲ୍ୟରେ ପ୍ରାୟ ୨୦% ହ୍ରାସ ଘଟିଛି ।
ଏହା ସ୍ପଷ୍ଟ ଡେଉଛି ଯେ ଆଠଟି ଅଶୋଧିତ ତୈଳ ଉତ୍ପାଦନକାରୀ ଦେଶର ଏକ ଗୋଷ୍ଠୀର ନେତୃତ୍ୱ ନେଉଥିବା ସାଉଦି ଆରବ ଶନିବାର ଦିନ ସହମତ ହୋଇଛି ଯେ ଏହା ଜୁନ୍ ମାସରେ ଦୈନିକ ୪,୧୧,୦୦୦ ବ୍ୟାରେଲକୁ ଅଶୋଧିତ ତୈଳ ଉତ୍ପାଦନ ବୃଦ୍ଧି କରିବ। ଏହି ନିଷ୍ପତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ OPEC+ ଦେଶମାନେ ମେ ମାସରେ ସେମାନଙ୍କର ଅଶୋଧିତ ତୈଳ ଉତ୍ପାଦନ ବୃଦ୍ଧି କରିବାର ନିଷ୍ପତ୍ତି ନେଇ ବଜାରକୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।
ଏପ୍ରିଲ ମାସରେ ଦେଶରେ ଡିଜେଲର ଡିମାଣ୍ଡ ପ୍ରାୟ ୪% ବୃଦ୍ଧି ପାଇଛି । କିଛି ମାସ ଧରି ନକାରାତ୍ମକ କିମ୍ବା କମ ଅଭିବୃଦ୍ଧି ପରେ ଏପ୍ରିଲରେ ଗ୍ରୀଷ୍ମ ଋତୁ ଆରମ୍ଭ ହେବା ସହିତ ଡିଜେଲ ବ୍ୟବହାର ବୃଦ୍ଧି ପାଇଛି । ଦେଶରେ ଡିଜେଲ ସବୁଠାରୁ ଅଧିକ ବ୍ୟବହୃତ ଇନ୍ଧନ । ଏହା ଦେଶର ପରିବହନ କ୍ଷେତ୍ର ଏବଂ ଗ୍ରାମୀଣ କୃଷି ଅର୍ଥନୀତିର ‘ଜୀବନରେଖା’। ୩୧ ମାର୍ଚ୍ଚ, ୨୦୨୪ ରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ ଡିଜେଲ ଡିମାଣ୍ଡ ମାତ୍ର ୨% ବୃଦ୍ଧି ପାଇଥିଲା ଏବଂ ପୂର୍ବ ଆର୍ଥିକ ବର୍ଷରେ ଡିଜେଲ ବ୍ୟବହାରରେ କୌଣସି ବୃଦ୍ଧି ହୋଇନଥିଲା ।
ଏଥି ସହ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ପେଟ୍ରୋଲିୟମ ପ୍ଲାନିଂ ଏବଂ ଆନାଲିସିସ୍ ୱିଙ୍ଗର ଲାଟେଷ୍ଟ ଡାଟା ଅନୁଯାୟୀ, ଏପ୍ରିଲ ମାସରେ ଡିଜେଲ ବ୍ୟବହାର ୮୨.୩ ଲକ୍ଷ ଟନକୁ ବୃଦ୍ଧି ପାଇଛି, ଯାହା ଗତ ବର୍ଷ ସମାନ ସମୟ ତୁଳନାରେ ପ୍ରାୟ ୪% ଅଧିକ । ଏପ୍ରିଲ, ୨୦୨୩ ତୁଳନାରେ ବ୍ୟବହାର ୫.୩% ଏବଂ କୋଭିଡ୍-ପୂର୍ବ ସମୟ ଅର୍ଥାତ୍ ୨୦୧୯ ତୁଳନାରେ ୧୦.୪୫%କୁ ବୃଦ୍ଧି ପାଇଛି ।
ଏଥି ସହ ଜାଣି ରଖନ୍ତୁ ଯେ ଗ୍ରୀଷ୍ମ ଋତୁ ଆରମ୍ଭ ହେବା ସହିତ, ଗ୍ରାମାଞ୍ଚଳରେ ଜଳସେଚନର ଚାହିଦା ବୃଦ୍ଧି ପାଏ ଏବଂ ସହରାଞ୍ଚଳରେ ଏୟାରକଣ୍ଡିସନିଂର ଚାହିଦା ମଧ୍ୟ ବୃଦ୍ଧି ପାଏ । ଶିଳ୍ପ ଅଧିକାରୀମାନେ କହିଛନ୍ତି ଯେ ଗତ କିଛି ମାସ ଧରି ଡିଜେଲର ଚାହିଦା ହ୍ରାସ ପାଇଛି, ଯାହା ଫଳରେ ଏହାର ଭବିଷ୍ୟତ ବିଷୟରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ଏବେ ପ୍ୟାସେଞ୍ଜର ଗାଡ଼ିରେ ପେଟ୍ରୋଲ, CNG ଏବଂ ଇଲେକ୍ଟ୍ରିସିଟି ବ୍ୟବହାର ବୃଦ୍ଧି ପାଉଛି । ଏହା ସତ୍ତ୍ୱେ, ଦେଶରେ ପେଟ୍ରୋଲିୟମ ପ୍ରଡକ୍ଟର ମୋଟ ବ୍ୟବହାରରେ ଡିଜେଲର ଅଂଶ ପ୍ରାୟ ୩୮% ହେବ ।
Also read : ଅଶୋଧିତ ତୈଳ ଦରରେ ପରିବର୍ତ୍ତନ; ବଦଳିଲା ପେଟ୍ରୋଲ ଓ ଡିଜେଲ ମୂଲ୍ୟ