ମୋଦି ସରକାରଙ୍କୁ ଝଟକା, ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରରେ ଖସିଲା ଦେଶର ଅଭିବୃଦ୍ଧି

ଆଉ ଲୁଚି ରହିନାହିଁ ଦେଶର ଆର୍ଥିକ ମାନ୍ଦାବସ୍ଥା। ୫ ଟ୍ରିଲିୟନ୍‌ ଡଲାର ଅର୍ଥନୀତିର ସୁନେଲି ସ୍ୱପ୍ନ ଦେଖୁଥିବା ମୋଦି ସରକାରଙ୍କୁ ଲାଗିଛି ଝଟକା। ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରରେ ଖସିଲା ଦେଶର ଅଭିବୃଦ୍ଧି। ଏପ୍ରିଲରୁ ଜୁନ୍‌ରେ ଦେଶରେ ଜିଡିପି ୫ ପ୍ରତିଶତକୁ ଖସିଛି। ଏହା ୫ ଦଶମିକ ୮ ପ୍ରତିଶତରୁ ହ୍ରାସ ପାଇ ୫ ପ୍ରତିଶତ ହୋଇଛି। କୃଷି, ଉତ୍ପାଦନ ଓ ନିମାଣ କ୍ଷେତ୍ରରେ ଅଭିବୃଦ୍ଧି ହାର ଖସିଥିବାରୁ ଏହାର ପ୍ରଭାବ ପଡ଼ିଛି ଦେଶର ଅଭିବୃଦ୍ଧି ଉପରେ। ୬ ବର୍ଷ ଭିତରେ ଏହା ହେଉଛି ଦେଶରେ ସବୁଠାରୁ କମ୍‌ ଅଭିବୃଦ୍ଧି। ଗତ ୨୦୧୨-୧୩ ଆର୍ଥିକ ବର୍ଷରେ ସର୍ବନିମ୍ନ ଅଭିବୃଦ୍ଧି ହାର ୪ ଦଶମିକ ୯ ପ୍ରତିଶତ ରେକର୍ଡ କରାଯାଇଥିଲା। ଗତ ଆର୍ଥିକ ବର୍ଷରେ ଏହି ସମୟରେ ଦେଶର ଅଭିବୃଦ୍ଧି ହାର ଥିଲା ୮ ପ୍ରତିଶତ। ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରରେ ଉତ୍ପାଦନ କ୍ଷେତ୍ରର ଅଭିବୃଦ୍ଧି ହାର ରହିଛି ଶୂନ ଦଶମିକ ୬ ପ୍ରତିଶତ। ୨୦୧୮-୧୯ ଆର୍ଥିକ ବର୍ଷରେ ଏହି ସମୟରେ ଉତ୍ପାଦନ ଅଭିବୃଦ୍ଧି ଥିଲା ୧୨.୧ ପ୍ରତିଶତ। ସେହିପରି ବର୍ତ୍ତମାନ କୃଷି କ୍ଷେତ୍ରରେ ମାତ୍ର ୨ ପ୍ରତିଶତ ଅଭିବୃଦ୍ଧି ହୋଇଛି। ଗତ ଆର୍ଥିକ ବର୍ଷରେ ଏହି କ୍ୱାର୍ଟରରେ କୃଷି କ୍ଷେତ୍ରରେ ଅଭିବୃଦ୍ଧି ଥିଲା ୫.୧ ପ୍ରତିଶତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.