Indane ଗ୍ରାହକଙ୍କୁ ଗ୍ୟାସ ସିଲିଣ୍ଡର ବୁକିଂ କରିବା ପାଇଁ ଏବେ ନୂଆ ନମ୍ବରରେ କରିବାକୁ ପଡିବ କଲ, SMS ଜରିଆରେ ବି କରିପାରିବେ ବୁକିଂ

ଦେଶର ପ୍ରମୁଖ ତୈଳ କମ୍ପାନୀ Indian Oil ନିଜର ଏଲପିଜି ଉପଭୋକ୍ତାଙ୍କ ପାଇଁ ଏକ ନୂଆ ନମ୍ବର ଜାରି କରିଛି। ଏହି ନମ୍ବରକୁ ବିଶ୍ୱର ସମସ୍ତ ଉପଭୋକ୍ତା ଆଇବିଆର କିମ୍ବା SMS ଜରିଆରେ ଗ୍ୟାସ ବୁକିଂ ପାଇଁ ବ୍ୟବହାର କରିପାରିବେ। ସୂଚନା ମୁତାବକ ପୂର୍ବରୁ ଗ୍ୟାସ ବୁକିଂ ପାଇଁ ବିଭିନ୍ନ ସ୍ଥାନ ପାଇଁ ଅଲଗା ଅଲଗା ନମ୍ବର ରହିଥିଲା। କିନ୍ତୁ ବର୍ତ୍ତମାନ ଦେଶରେ Indane Gas ସିଲିଣ୍ଡର ବୁକିଂ କରିବା ପାଇଁ ଉପଭୋକ୍ତା 7718955555 ରେ କଲ କିମ୍ବା SMS କରିପାରିବେ।

କମ୍ପାନୀ ସହ ଜଡିତ ସମସ୍ତ ସୂଚନା ସମ୍ପର୍କରେ ଜାଣିବା ପାଇଁ ଉପଭୋକ୍ତା କୌଣସି ଦିନ ଏବଂ କୌଣସି ସମୟରେ ଉପୋରକ୍ତ ନମ୍ବରରେ ଗ୍ୟାସ ସିଲିଣ୍ଡର ବୁକିଂ କରିପାରିବେ।

gas

WhatsApp ଜରିଆରେ ମଧ୍ୟ କରିପାରିବେ ଗ୍ୟାସ ସିଲିଣ୍ଡର ବୁକିଂ

ଆଜିର ସମୟରେ ଇଂଷ୍ଟାଣ୍ଟ ମେସେଜିଙ୍ଗ ଆପ WhatsApp ଭାରତୀୟଙ୍କ ମଧ୍ୟରେ ଖୁବ ଲୋକପ୍ରିୟ। ଏହା ମାଧ୍ୟମରେ ଲୋକମାନେ ଫଟୋ, ଭିଡ଼ିଓ, ଅଡିଓ ଏବଂ ଡକ୍ୟୁମେଣ୍ଟ ପଠାଇଥାନ୍ତି। ଏହାକୁ ବ୍ୟବହାର କରିବା ପାଇଁ ମଧ୍ୟ କୌଣସି ଟଙ୍କା ମଧ୍ୟ ଦେବାକୁ ପଡିନଥାଏ। ଏନେଇ ଆପଣ ଚାହିଁଲେ WhatsApp ଜରିଆରେ ମଧ୍ୟ ଗ୍ୟାସ ସିଲିଣ୍ଡର ମଧ୍ୟ ବୁକିଂ କରିପାରିବେ। ଏଥିପାଇଁ ଆପଣଙ୍କୁ ନିଜର ରେଜିଷ୍ଟ୍ରଡ଼ ମୋବାଇଲ ନମ୍ବରରୁ 7588888824 ନମ୍ବରରେ WhatsApp ରେ REFILL ଟାଇପ କରି ପଠାଇବାକୁ ପଡିବ।

Indane ପକ୍ଷରୁ ଜାରି କରାଯାଇଥିବା ଏହି ଦେଶବ୍ୟାପୀ ନମ୍ବର ଦ୍ୱାରା କମ୍ପାନୀର ଗ୍ରାହକଙ୍କୁ ସୁବିଧା ମିଳିବାର ଆଶା ରହିଛି।

 

 

Leave A Reply

Your email address will not be published.